ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଉଦଘାଟନ ଫଳକରେ ନାଁ ନଥିବାରୁ ତୁମ୍ବିତୋଫାନ, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ - GOP PANCHAYAT SAMITI controversy

Gop VC Hall Controversy: ଗୋପ ବ୍ଳକର ଭିଡ଼ିଓ କନଫରେନ୍ସ ହଲକୁ ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେପଟେ ଫଳକରେ ବିଧାୟକ ଏବଂ ଅଧ୍ୟକ୍ଷାଙ୍କ ନାଁ ନଥିବାରୁ ମୁହାମୁହିଁ ବିଜେଡ଼ି-ବିଜେପି କର୍ମୀ । ଅଧିକ ପଢନ୍ତୁ

GOP PANCHAYAT SAMITI CONTROVERSY
GOP PANCHAYAT SAMITI CONTROVERSY (ETV Bharat Odisha)

ନିମାପଡ଼ା:ଉଦଘାଟନ ଫଳକରେ ବ୍ଲକ ଅଧ୍ୟକ୍ଷାଙ୍କ ନାଁ ନଥିବାରୁ ତୁମ୍ବିତୋଫାନ । ଏପରିକି ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ବ୍ଲକ ଅଧ୍ୟକ୍ଷା । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ କାର୍ଯ୍ୟାଳୟରେ । ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋପ ବ୍ଳକର ଭିଡିଓ ଜନଫରେନ୍ସ ହଲ ଉଦଘାଟନ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।

GOP PANCHAYAT SAMITI CONTROVERSY (ETV Bharat Odisha)

ଫଳକକୁ ନେଇ ତୁମ୍ବିତୋଫାନ:

ସୂଚନା ଅନୁସାରେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋପ ବ୍ଳକରେ ଭିଡିଓ କନଫରେନ୍ସ ହଲ ଏବଂ କିଛି ଉନ୍ନୟନମୂଳକକାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା। ତେବେ ଉଦଘାଟନର କିଛି ସମୟ ପୂର୍ବରୁ ଫଳକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନୀଲ ମହାନ୍ତି ଏବଂ ଗୋପ ବ୍ଳକ ଅଧ୍ୟକ୍ଷା ଝୁନୁ ମଲ୍ଲିକଙ୍କ ନାମ ନଥିବାରୁ ଅଧ୍ୟକ୍ଷା ଫଳକକୁ ପଥରରେ ଗାରେଇ ଦେଇଥିଲେ । ଫଳରେ ବ୍ଳକରେ ଉପସ୍ଥିତ ବିଜେପି କର୍ମୀ, ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ଏହାକୁ ବିରୋଧ କରିଥିଲେ । ଯାହାଫଳରେ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ମଧ୍ୟରେ କଥା କଟାକାଟି ହେବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁୁ....ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ - New police commissioner

ଏହା ମଧ୍ୟ ପଢନ୍ତୁୁ....ଅକ୍ଟୋବରରେ ଛୁଟି ହିଁ ଛୁଟି, ସ୍କୁଲ-କଲେଜ ବନ୍ଦ, ଦଶହରା ଓ ଦୀପାବଳି ମଜା ଉଠାଇବେ ଛାତ୍ରଛାତ୍ରୀ - October Month Holidays

ଏହା ମଧ୍ୟ ପଢନ୍ତୁୁ....ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

ଗୋପ ବ୍ଳକର ଭିଡିଓ ଜନଫରେନ୍ସ ହଲ ଉଦଘାଟନ:

ଏନେଇ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ କହିଛନ୍ତି ," ଅଧିକ ନାମ ହୋଇ ଯାଉଥିବାରୁ ଫଳକରେ ଉଲ୍ଲେଖ କରିବା ଅସମ୍ଭବ ଥିଲା । ତେଣୁ ସମସ୍ତଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ । " କିନ୍ତୁ ସେପଟେ ଏହା ଉଦ୍ଦେଶ୍ୟମୂଳକ ଭାବେ ଦୁଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ନାମ ଲେଖାଯାଇନାହିଁ ବୋଲି ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଯୁକ୍ତି ବାଢିଥିଲେ । ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ସ୍ଥିତିକୁ ଆୟତ କରିଥିଲା । ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପହଞ୍ଚି ଭିଡିଓ କନଫରେନ୍ସ ହଲ ଉଦଘାଟନ କରିବା ସହିତ ୨୬୧ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହିତ ୨ଜଣ ଭିନ୍ନକ୍ଷମଙ୍କୁ ସାଇକେଲ, ୪ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details