ଭୁବନେଶ୍ବର:ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ କରାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପାଠ ପଢିବା ପାଇଁ ଆଗ୍ରହୀ କରାଇବ । ଲେଖା ସହ ପାଠ ପଢିବା ପାଇଁ ବିଶେଷ ଭାବରେ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶନିବାର ୫୨ ପ୍ରାଇମର୍ସ ଅଫ୍ ଏନସିଇଆରଟି, ଡାଏଟ୍ସ ଏଫ୍ ଏକ୍ସଲେନ୍ସ, ନ୍ୟାସନାଲ ପ୍ରଫେସନାଲ ଷ୍ଟାଣ୍ଡାର୍ଡ ଫର୍ ଟିଚର୍ସ, ନ୍ୟାସନାଲ ମିଶନ ଫର୍ ମେଣ୍ଟରିଂ, ଜାତୀୟ ବିଦ୍ୟା ସମୀକ୍ଷା କେନ୍ଦ୍ର ଓ ୨ଶହ ଟିଭି ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି । ଦେଶର ୧୭ଟି ରାଜ୍ୟରେ ୫୨ଟି ବର୍ଣ୍ଣମାଳା ପୁସ୍ତକ ମଧ୍ୟରୁ ଓଡ଼ିଶାର ୬ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ ହୋଇଛି । ସେଗୁଡିକ ହେଲା ଗାଦବା, ଜୁଆଙ୍ଗ, କୁଓ୍ୱି, କିସାନ, ସାନ୍ତାଳୀ, ସୋରା । ଏହା ଜାତୀୟ ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବା ଦିଗରେ ରଥ ଚକ ଭଳି କାମ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, "ଏକବିଂଶ ଶତାବ୍ଦୀର ସ୍କୁଲ ଶିକ୍ଷାକୁ ମଜବୁତ କରିବା ମୋଦି ଗ୍ୟାରେଣ୍ଟି ହୋଇଛି । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଏବଂ ମୋଦି ଗ୍ୟାରେଣ୍ଟିରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏକ ଦୃଢ ମୂଳଦୁଆ ପଡିଛି । ଆଜିର ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତିକୁ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ କରିବା ଦିଗରେ ରଥ ଚକ ଭଳି କାମ କରିବ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ସର୍ବସମାବେଶୀ କରାଇବ ।"
ଓଡ଼ିଶାର ୬ଟି ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚିତ, ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ କରାଇବା ଲକ୍ଷ୍ୟ - Book Launched By Union Minister
Books Launched By Union Minister: ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ କରାଯାଇଛି । ମାତୃଭାଷାରେ ପାଠ ପଢିବା ପାଇଁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । ଅଧିକ ପଢନ୍ତୁ
Published : Mar 10, 2024, 6:59 AM IST
ସ୍କୁଲ ଶିକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାକୁ ଥିବା ଏହି ପଦକ୍ଷେପ ଗୁଡିକ ବିଶେଷତଃ ୫୨ ଭାରତୀୟ ଭାଷା ଗୁଡିକ ନିରନ୍ତର ଭାବରେ ନୂତନ ସଭ୍ୟତାର ନବଜାଗରଣ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବ । ୮ ହଜାର ବର୍ଷ ପୂର୍ବରୁ ବେଦ ତତ୍ତ୍ୱ ରହିଛି । ଉଜ୍ଜୟିନୀର ପାଠଶାଳାରେ ୩ଶହ ବର୍ଷ ପୂର୍ବରୁ ଓଡ଼ିଆ ଲିପିରେ ସଂସ୍କୃତ ଭାଷାରେ ଋଗ୍ ବେଦର କଥା ରହିଛି । ଏହା ଆମ ସଭ୍ୟତାର ଜ୍ଞାନ ଗଭୀରତାର ପ୍ରମାଣ ଦେଉଛି । ଆଜିର ପଦକ୍ଷେପଗୁଡିକ ଭବିଷ୍ୟତ ଆଧାରିତ ପାଠପଢା ଦୃଶ୍ୟପଟ୍ଟ ତିଆରି କରିବ । ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଶିକ୍ଷାନୀତିର କଳ୍ପନାକୁ ବାସ୍ତବ ରୂପ ଦେଇ ସ୍କୁଲ ଶିକ୍ଷାର ସର୍ବାଙ୍ଗୀନ ବିକାଶ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର