ଭୁବନେଶ୍ବର:ଗଣତନ୍ତ୍ରର ମହାନ ପର୍ବରେ କିଭଳି ଯୁବ ଭୋଟରଙ୍କୁ ଅଧିକରୁ ଅଧିକ ସାମିଲ କରାଯାଇ ପାରିବ, ସେନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ୟୁଜିସି । ପ୍ରତ୍ୟେକ ଭୋଟରଙ୍କ ଗୁରୁତ୍ବକୁ ଦୋହରାଇବା ଏବଂ ଭୋଟର ସଚେତନତା ସୃଷ୍ଟି କରିବାକୁ ନିର୍ବାଚନ ଆୟୋଗ ଅଫ୍ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ । ଭୋଟରଙ୍କ ପ୍ରତିଶ୍ରୁତି, ଟିଭିସି, କ୍ଷୁଦ୍ର ଚଳଚ୍ଚିତ୍ର ଇତ୍ୟାଦି ସହିତ ଭୋଟର ସଚେତନତାକୁ ଗୁରୁତ୍ଵ ଦେଇଛନ୍ତି ।ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ସେମାନଙ୍କର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଭୋଟର ସଚେତନତା ଉପରେ ସୃଜନଶୀଳମାନଙ୍କୁ ଅଂଶୀଦାର କରିବା ପାଇଁ ବ୍ୟବହାର କରିପାରିବେ । ଯାହା @ECISVEEP ଏବଂ @ugcindiaକୁ ଟ୍ୟାଗ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ପିଲାମାନେ କିଭଳି ଭାବରେ ନିବାର୍ଚନକୁ ନେଇ ସଚେତନତା ରହିବେ, ସେନେଇ ସମସ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକତା ରହିଛି । କଲେଜରେ ନୂଆ ନୂଆ ଭୋଟରମାନଙ୍କୁ ପୋଷ୍ଟର ମାଧ୍ୟମରେ ଏବଂ ଭିଡ଼ିଓ ମାଧ୍ୟମରେ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ସମସ୍ତ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଏଭଳି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି ୟୁଜିସି ।
ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ଏଥିରେ ଯୁବ ଭୋଟର ଯାହାଙ୍କ ବୟସ ୧୮ରୁ୧୯ ବର୍ଷଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ । ଚଳିତ ଭୋଟର ତାଲିକା ସଂଶୋଧନବେଳେ ଯୁବ ଭୋଟର ଓ ମହିଳା ଭୋଟର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ସଂଶୋଧନରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରେ ୧୮ରୁ୧୯ବର୍ଷ ବୟସର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଭୋଟଙ୍କୁ ସାମିଲ କରାଯାଇଛି ।