ଓଡିଶା

odisha

ETV Bharat / state

ରାତିରେ ଶୋଇଲେ, ସକାଳୁ ମିଳିଲା ଦୁଇ ଶ୍ରମିକଙ୍କ ମୃତଦେହ - KHARAVELA NAGAR LABOURE DEATH

ଭୁବନେଶ୍ବରର ପଞ୍ଜାବୀ କଲୋନୀରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା 2 ଶ୍ରମିକ ବା ସେଲ୍ସମ୍ୟାନଙ୍କ ମୃତଦେହ । ମୃତ୍ୟୁର କାରଣ ଖୋଜୁଛି ଖାରବେଳନଗର ପୋଲିସ ।

KHARAVELA NAGAR LABOURE DEATH
KHARAVELA NAGAR LABOURE DEATH (ETV Bharat Odisha)

By ETV Bharat Odisha Team

Published : Jan 31, 2025, 10:03 PM IST

ଭୁବନେଶ୍ବର:ରାଜଧାନୀରେ ଅଭାବନୀୟ ଘଟଣା । ବନ୍ଦ ଘର ଭିତରୁ ସନ୍ଦେହ ଜନକ ଭାବେ ମିଳିଲା ଦୁଇ ସେଲ୍ସମ୍ୟାନଙ୍କ ମୃତଦେହ । ଖାରବେଳ ନଗର ଥାନା ପଞ୍ଜାବୀ କଲୋନିରେ ଲେନ-୨ରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ରାତିରେ ଶୋଇଲେ ସକାଳୁ କିପରି ମୃତ୍ୟୁ ହେଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାତିରେ ଶୋଇଲେ ସକାଳୁ ମିଳିଲା ମୃତଦେହ:

ପିଠା କାରଖାନାରେ 2 ଶ୍ରମିକଙ୍କ ମୃତ୍ୟୁ (ETV Bharat Odisha)
ଖବର ପାଇବା ପରେ ଖାରବେଳ ନଗର ଥାନାର ଏକ ଟିମ ପହଞ୍ଚିଥିଲା ଘଟଣାସ୍ଥଳରେ । ଯେଉଁଠି ଦୁଇ ଜଣ ଶ୍ରମିକ ତଥା ସେଲ ମ୍ୟାନ ରାତିରେ ଶୋଇଥିଲେ, ସକାଳୁ ତାଙ୍କର ଫୋନ ନଲାଗିବାରୁ କମ୍ପାନି ଲୋକ କବାଟ ଖୋଲି ଦେଖିବାକୁ ପାଇଥିଲେ ଦୁହିଁଙ୍କ ମୃତଦେହ । ଏନେଇ ତୁରନ୍ତ ହସ୍ପିଟାଲ ନେଇଥିଲେ‌ ବି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଦ୍ବୟ ଥିଲେ ଜଗତସିଂହପୁରର ଦେବାଶିଷ ସାହୁ, ଅନ୍ୟଜଣେ ପାତ୍ରପଡ଼ାର ଜ୍ଞାନ ରଞ୍ଜନ ବେହେରା । ଦୁହେଁ ଏକ ଘରୋଇ ପିଠା ତିଆରି ବିକ୍ରି ସଂସ୍ଥାରେ ସେଲସ୍‌ ମ୍ୟାନ ଭାବେ କାମ କରୁଥିଲେ । କିପରି ଉଭୟଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏଇ ଘରୁ ମିଳିଛି ମୃତଦେହ (ETV Bharat Odisha)

ମୃତକଙ୍କ ଶରୀରରେ ନାହିଁ କୌଣସି କ୍ଷତାକ୍ତ ଚିହ୍ନ:

ଉଭୟଙ୍କ ଶରୀରରେ କୌଣସି ଦାଗ ବା କ୍ଷତାକ୍ତ ଚିହ୍ନ ନଥିବା ବେଳେ ଉଭୟେ ଭିତରେ ପଟୁ କବାଟ ଦେଇ ଶୋଇଥିଲେ । ତେବେ ସବୁ ଦିନ ପରି ଖାଇସାରି ଶୋଇଥିବା ବେଳେ କିପରି ସେମାନଙ୍କ ମୃତ୍ୟୁ ହେଲା ତାହା ଜାଣିବା ପାଇଁ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହ ମିଳିଥିବା ସ୍ଥାନରୁ ବାନ୍ତି ପଡ଼ିଥିବା ଦେଖିବାକୁ ମିଳିଛି ।

ଏହି ସେହି ଘର (ETV Bharat Odisha)

ଘରଟି ଥିଲା ଏକ ପିଠାପ୍ରସ୍ତୁତକାରୀ କମ୍ପାନୀର ରୋଷେଇ ଶାଳ:

ଯେଉଁ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ସେହି ଘରଟି ଏକ ପିଠା ପ୍ରସ୍ତୁତକାରି କମ୍ପାନୀର ରୋଷେଇ ଶାଳ । ଯେଉଁଠି ପିଠା ପ୍ରସ୍ତୁତ କରି ପଠାଯାଉଥିଲା । ତେବେ ସେଠାରେ କେବଳ କେତେଜଣ ସ୍ତ୍ରୀ ଲୋକ କାମ କରନ୍ତି । କିନ୍ତୁ ରାତି ସମୟରେ ଦୁଇ ସେଲ୍ସମ୍ୟାନ ଯେ କି ବିଭିନ ସ୍ଥାନରେ ଷ୍ଟଲ ପକାଇ ବିକ୍ରି କରନ୍ତି । ସେମାନେ ଫେରିଲେ ରାତ୍ରିରେ ରୁହନ୍ତି ।

ପାଟିରୁ ବାହାରୁଥିଲା ଫେଣ:

ଏନେଇ ଖାରବେଳ ନଗର ଥାନାର ଥାନାଧିକାରି ରଜନୀକାନ୍ତ ମିଶ୍ର କହିଛନ୍ତି, ‘ଦୁଇଟା ପିଲା ୨୫ବର୍ଷରୁ କମ ବୟସରେ ମୃତଦେହ ମଧ୍ୟ ଠାବ କରାଯାଇଛି । ସବୁ ଦିନ ପରି ତାଙ୍କ କମ୍ପାନାର‌ କର୍ମଚାରି ଆସି ଡାକିବା ପରେ କବାଟ ଖୋଲି ନଥିବାରୁ । ଏନେଇ ସେମାନେ ଘର ପଶିବା ପରେ ସେଠାରେ ଦେଖିବାକୁ ପାଇଥିଲେ ପାଟିରୁ ଫେଣ ବାହାରୁଥିଲା । ଏପରିକି ପାଖରେ ମଧ୍ୟ କିଛି ବାନ୍ତି ପଡ଼ିଛି । ତେବେ ଏନେଇ ସେମାନଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଛି । ପୋଲିସ ରିପୋର୍ଟକୁ ଅପେକ୍ଷା କରାଯାଇଛି ।’

ପୋଲିସ ତଦନ୍ତ ଜାରି (ETV Bharat Odisha)


ସେପଟେ ପିଠା ପ୍ରସ୍ତୁତକାରୀ କମ୍ପାନୀର କର୍ମଚାରୀ ପ୍ରମୋଦ ସ୍ବାଇଁ କହିଛନ୍ତି, ‘ସବୁ ଦିନ ପରି ରାତିରେ ଯେମିତି ଖାଇବା କଥା ଖାଇସାରି ସେମାନେ ଶୋଇଲେ । ସକାଳୁ ମାଲିକ ଯେତେବେଳେ ଯାଇକି ଡାକିଲେ । ସେମାନଙ୍କୁ ସନ୍ଦେହ ହେଲା କଟାଟ ନ ଖୋଲିବାରୁ ଘର ମାଲିକ ଯାଇ ସେଠାରେ ଉଠାଇଥିଲେ । ଜଣାପଡିଲା ଯେ କି ତାଙ୍କର କଣ ହୋଇଛି । ସେନେଇ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।’

ଦୁଇ ସେଲସ ମ୍ୟାନଙ୍କ ମୃତଦେହ ଉଦ୍ଧାର (ETV Bharat Odisha)

ଅପମୃତ୍ୟୁ ମାମଲା ରୁଜୁ:

ତେବେ ମୃତଦେହ ମିଳିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏନେଇ ସତ୍ୟନଗର ପଞ୍ଜାବୀ କଲୋନିରେ ସାଇଣ୍ଟିଫିକ ଟିମ ଅନେକ ଦିଗକୁ ନେଇ ତଥ୍ୟ ସଂଗ୍ରହ କରିଛି । ଏପରିକି ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ରାତିରେ ଶୋଇଥିବା ବେଳେ କଣ ଘଟିଲା ? ଅନେକ ଦିଗକୁ ନେଇ ପରିବାର ଲୋକ ଆଶା ଆଶଙ୍କାରେ ରହିଥିବା ବେଳେ କେମିତି ହେଲା ଦୁଇ ଜଣ କର୍ମଚାରୀଙ୍କୁ ମୃତ୍ୟୁ ସେନେଇ ଛାନଭିନ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:

ଟଙ୍କା ଲୋଭରେ ଆଚାର୍ଯ୍ୟ ବିହାର ଡବଲ ମର୍ଡର, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ପୁରୁଷବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଅପହରଣ, ୩ ଗିରଫ

ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା

ଚଳନ୍ତା ଟ୍ରେନରୁ ଛଡାଇନେଲା ହୀରା ହାର, ଭୁବନେଶ୍ୱର ଷ୍ଟେସନରୁ ଧରାପଡ଼ିଲା ପେଷାଦାର ଚୋର

ଅନ୍ୟପଟେ ସେହି ଘର ଭିତରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ଅନେକ ମେସିନ ମଧ୍ୟ ରହିଥିଲା । ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ କିଛି ସାମଗ୍ରିକ ମଧ୍ୟ ରହିଥିଲା । ତେବେ ସେମାନଙ୍କ ଏକ ସମୟରେ ମୃତ୍ୟୁ ହେବା ନେଇ ମଧ୍ୟ ପୋଲିସ ତନାଘନା ଜାରି ରଖିଛି । ମୃତ୍ୟୁ ପଛରେ କୌଣସି ଦୁର୍ଘଟଣା ନା ମନୁଷ୍ୟକୃତ ନା କୋଣସି ବିଷକ୍ରିୟା ଜନିତ ସେନେଇ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

କମିଶମରୋଟ ପୋଲିସ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details