ଓଡିଶା

odisha

ETV Bharat / state

ହାଇଦ୍ରାବାଦରୁ ଦୁଇ ଅନ୍ତର୍ଜାତୀୟ ସାଇବର ଠକଙ୍କୁ ବାନ୍ଧିଲା ରାଉରକେଲା ପୋଲିସ - cyber criminal arrested

Cyber Criminal Arrested: ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲୁଟୁଥିଲେ କୋଟି କୋଟି ଟଙ୍କା । ଗିରଫ ହେଲେ ସାଇବର ଠକ ଦମ୍ପତି । ଉଭୟଙ୍କୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଏୟାରପୋର୍ଟରୁ ଗିରଫ କରିଛି ରାଉରକେଲା ପୋଲିସ । ଅଧିକ ପଢନ୍ତୁ

ରାଉରକେଲା ପୋଲିସ ହାତରେ ଦୁଇ ଅନ୍ତର୍ଜାତୀୟ ସାଇବର ଠକ
ରାଉରକେଲା ପୋଲିସ ହାତରେ ଦୁଇ ଅନ୍ତର୍ଜାତୀୟ ସାଇବର ଠକ

By ETV Bharat Odisha Team

Published : Mar 26, 2024, 9:57 AM IST

ରାଉରକେଲା ପୋଲିସ ହାତରେ ଦୁଇ ଅନ୍ତର୍ଜାତୀୟ ସାଇବର ଠକ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଧରାପଡିଲେ ଦୁଇ ଜଣ ଅନ୍ତର୍ଜାତୀୟ ସାଇବର ଠକ । ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରୁଥିବା ସାଇବର ଠକ ଦମ୍ପତିଙ୍କୁ ହାଇଦ୍ରାବାଦରୁ ବାନ୍ଧିଛି ରାଉରକେଲା ପୋଲିସ । ଗିରଫ ଦୁଇ ଜଣ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ବୋଲି ପୋଲିସ ସୂଚନା ଦେଇଛି । ବିଭିନ୍ନ ରାଜ୍ୟରୁ ସାଧାରଣ ଲୋକଙ୍କ ଟଙ୍କାକୁ ଅନଲାଇନରେ ଲୁଟୁଥିଲେ ଏହି ସ୍ବାମୀ-ସ୍ତ୍ରୀ । ଏନେଇ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡ଼ିଆଇଜି ମିତ୍ରଭାନୁ ମହାପାତ୍ର ।

ପୋଲିସ ସୂଚନା ଅନୁସାରେ, ଇନଭେଷ୍ଟମେଣ୍ଟ ସହ ଟ୍ରେଡିଂ ଭଳି ବିଭିନ୍ନ ମିଛ ପ୍ରଲୋଭନ ଦେଖାଇ ନିଜ ଜାଲରେ ଫସାଉଥିଲେ ଗିରଫ ଦମ୍ପତି । କୋଟି କୋଟି ଟଙ୍କାର କରିଥିଲେ ଠକେଇ । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏମାନେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ସୂଚନା ଦେଇଛି ପୋଲିସ । ତେବେ ଗିରଫ ଦୁଇ ଜଣ ହେଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ହରିଶ କୁରାପତି ଏବଂ ନାଗା ଭେଙ୍କଟ । ଉଭୟ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି ।

ଏହି ଠକ ଦମ୍ପତି କାମ୍ବୋଡିଆରୁ ଅନଲାଇନରେ ଠକାମି କରୁଥିଲେ । ଦକ୍ଷିଣ ଏସୀୟ ଦେଶଗୁଡିକରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ରାଉରକେଲା ପୋଲିସ ଉଭୟଙ୍କୁ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଏୟାରପୋର୍ଟରୁ ଗିରଫ କରିଛି । ପୂର୍ବରୁ ଜାନୁଆରୀ ମାସରେ ରାଉରକେଲା ପୋଲିସ ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା । ତେବେ ରାଉରକେଲାର ଜଣେ ସରକାରୀ ଅଧିକାରୀ ଏହି ଠକାମୀର ଶିକାର ହେବା ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୂଚନା ଅନୁସାରେ କେବଳ ରାଉରକେଲା ଅଞ୍ଚଳରୁ ୫ରୁ ୬ କୋଟି ଟଙ୍କା ଠକି ନେଇଛନ୍ତି ଏହି ସାଇବର ଠକ ।

ଏହା ମଧ୍ୟ ପଢନ୍ତୁ...ଠକ ଇଣ୍ଟରନେଟ ଅପରେଟରଙ୍କୁ ବ୍ଲାକ ଲିଷ୍ଟ କଲା ଦୂର ସଞ୍ଚାର ବିଭାଗ

ଏହି ରାକେଟରେ ମୋଟ ୧୬ ଜଣ ସାମିଲ ରହିଥିବା ସୂଚନା ମିଳିଛି । ଅନ୍ୟମାନଙ୍କୁ ଧରିବାକୁ କାମ୍ବୋଡିଆ ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଉଛି । ବିଭିନ୍ନ ଡେଟିଂ ଆପ୍ ସହ ଲୋଭନୀୟ ଇନଭେଷ୍ଟମେଣ୍ଟ, ଟ୍ରେଡିଂ ଏବଂ ବିଟ୍ କଏନରେ ଇନଭେଷ୍ଟ କରି ଅଧିକ ଟଙ୍କା ରୋଜଗାରର ସ୍ବପ୍ନ ଦେଖାଇ ଏହି ସାଇବର ଠକମାନେ ଠକୁଥିବା ଜଣାପଡ଼ିଛି । ତେବେ ଏହି ଗ୍ୟାଙ୍ଗର ଚେର ଅନ୍ତର୍ଜାତୀୟ ସ୍ତରରେ ବ୍ୟାପିଛି । ଚୀନରେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରହୁଥିବା ଜଣାପଡ଼ିଛି । ତେବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ ।


ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details