କଟକ: ଦିନକୁ ଦିନ ଭୟାବହ ରୂପ ନେଉଛି ମଧୁମେହ ରୋଗ ବା ଡାଇବେଟିସ । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସାରା ଭାରତ ବର୍ଷରେ 10 କୋଟିରୁ ଉର୍ଦ୍ଧ୍ବ ଡାଇବେଟିସ ରୋଗୀ ରହିଛନ୍ତି । ଏହାସହ ପ୍ରତ୍ୟେକ 5 ମିନିଟରେ 2 ଜଣ ମଧୁମେହ ରୋଗୀଙ୍କ ମୃତ ହେଉଛି । ଯଦି ଓଡିଶା କଥା ଦେଖିବା ତେବେ 50 ଲକ୍ଷରୁ ଉର୍ଦ୍ଧ୍ବ ଡାଇବେଟିସ ରୋଗୀ ଆମ ରାଜ୍ୟରେ ରହିଛନ୍ତି । ଆହୁରି ରୋଗୀ ମଧ୍ୟ ଲୁକାୟିତ ଭାବରେ ରହିଛନ୍ତି ଯେଉଁମାନଙ୍କର ଟେଷ୍ଟ ହୋଇନି। 100 % ଲୋକଙ୍କ ମଧ୍ୟରୁ 20 ପ୍ରତିଶତ ରୋଗୀମାନେ ସଠିକ ଚିକିତ୍ସା ଅବଲମ୍ବନ କରୁଥିବା ବେଳେ ଅନ୍ୟରୋଗୀମାନେ ଏହାକୁ ଅଣଦେଖା କରୁଛନ୍ତି । ଯାହାଦ୍ୱାରା ରାଜ୍ୟ ସମେତ ସାରା ଦେଶରେ ଏହି ରୋଗ ବର୍ତ୍ତମାନ କାୟା ବିସ୍ତାର କରିବାରେ ଲାଗିଛି ।
ଡ଼ରାଇଲାଣି ଡାଇବେଟିସ, ସଚେତନତା ଅଭାବରୁ ବଢୁଛି କାୟା - Twin city Diabetics club - TWIN CITY DIABETICS CLUB
Diabetics awareness: ଚିନ୍ତା ବଢାଉଛି ଡାଇବେଟିସ । ଟ୍ୱିନ ସିଟିରେ ଏହି ରୋଗକୁ ସଚେତନତା ସୃଷ୍ଟି କରିବାକୁ ଗଠନ ହେଲା ଟୁଇନ ସିଟି ଡାଇବେଟିସ କ୍ଲବ । ଅଧିକ ପଢନ୍ତୁ
Published : Apr 27, 2024, 7:40 AM IST
ଚିନ୍ତା ବଢାଉଛି ଡାଇବେଟିସ । ବର୍ତ୍ତମାନ ଏହି ରୋଗ କାୟା ମେଲାଇବାରେ ଲାଗିଥିବା ବେଳେ ଏହି ରୋଗର କାୟାକୁ କମାଇବା ଉଦ୍ଦେଶ୍ୟରେ ଗଠନ ହୋଇଛି ଟୁଇନ ସିଟି ଡାଇବେଟିସ କ୍ଲବ । ଏହି କ୍ଲବ ଡାଇବେଟିସ ନେଇ ସଚେତନତା ବାର୍ତ୍ତା ଜାରି କରିବ । ଏହି ଟିମର ସମସ୍ତ ସଦସ୍ୟ ଡାଇବେଟିସ ଉପରେ ଅଧ୍ୟୟନ ଓ ଗବେଷଣା କରିବା ସହ ବିଭିନ୍ନ କ୍ୟାମ୍ପ ଜରିଆରେ ଲୋକମାନଙ୍କୁ ଡାଇବେଟିସ ନେଇ ସଚେତନତା କରିବା ନେଇ କାର୍ଯ୍ୟ କରିବେ । ଆଉମଧ୍ୟ କିପରି ଜଣେ ରୋଗୀ ଏହି ରୋଗର ସଠିକ ଚିକିତ୍ସା ପାଇ ପାରିବ ତାହା ଉପରେ ଏହି କ୍ଲବର ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି କ୍ଲବ ମୁଖ୍ୟ ଜୟନ୍ତ ପଣ୍ଡା । ତେବେ ଏହାଦ୍ୱାରା ରାଜ୍ୟ ସମେତ ଦେଶରେ ମଧୁମେହର କାୟା ଉପରେ ରୋକ ଲଗାଯାଇ ପାରିବ ବୋଲି ଆଶା ରଖିଛି ଟୁଇନ ସିଟି ଡାଇବେଟିସ କ୍ଲବ।
ଏହି ଟୁଇନ ସିଟି ଡାଇବେଟିସ କ୍ଲବର ଚେୟାରମ୍ୟାନ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା ରହିଥିବା ବେଳେ କଟକ ଭୁବନେଶ୍ୱରର ବିଭିନ୍ନ ବିଭାଗର ଡକ୍ଟର, ବରିଷ୍ଠ ଉପଦେଷ୍ଟା, ସର୍ଜରୀ , ନ୍ୟୁରୋ , ଡେଣ୍ଟାଲ ,ବାୟୋ କେମେଷ୍ଟ୍ରି , ପାଥୋଲୋଜି ମଧ୍ୟ ଏହି କ୍ଲବର ମେମ୍ବର ରହିଛନ୍ତି । ଲୋକମାନଙ୍କୁ ଡାଇବେଟିସ ସମ୍ବନ୍ଧରେ ସଚେତନତା କରିବା ଏହି କ୍ଲବର ମୁଖ୍ୟ ଲକ୍ଷ୍ୟ ଅଟେ ।
ଇଟିଭି ଭାରତ, କଟକ