ଓଡିଶା

odisha

By ETV Bharat Odisha Team

Published : Aug 24, 2024, 7:33 AM IST

ETV Bharat / state

୨ IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ ? ଆଶିଷ ସିଂ ଓ ଡିଏସ କୁଟେଙ୍କୁ ଆସିଲା ନିର୍ଦ୍ଦେଶ; ଜାଣନ୍ତୁ କଣ ରହିଛି ସଙ୍ଗୀନ ଅଭିଯୋଗ - IPS officers Ashish Singh DS Kutey

Trouble Mounts for IPS Officers Ashish Singh And DS Kutey: ନୂଆ ଡିଜିପି ଓ୍ବାଇବି (ଯୋଗେଶ ବାହାଦୂର) ଖୁରାନିଆ ନିଯୁକ୍ତ ହେବା ପରେ ଏବେ‌ଆଇପିଏସଙ୍କ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଦୁଇ ବିବାଦୀୟ ଅଧିକାରୀଙ୍କ ବିରୋଧରେ କଣ କାର୍ଯାନୁଷ୍ଠାନ ନିଆଯାଉଛି ନା କଣ ତଦନ୍ତରେ ତଥ୍ୟ ସାମ୍ନାକୁ ଆସୁଛି ତାହା ଅପେକ୍ଷା । ଅଧିକ ପଢନ୍ତୁ

୨IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍
୨IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ (ETV Bharat Odisha)

ଭୁବନେଶ୍ବର: ବଢିଲା ପାଓ୍ବାର କରିଡରର ୨ IPSଙ୍କ ପାଇଁ ଅଡୁଆ । IPS ଆଶିଷ ସିଂ ଓ ଡିଏସ କୁଟେଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ତୁରନ୍ତୁ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗରେ କାର୍ଯାନୁଷ୍ଠାନ କାହିଁକି ନିଆଯିବନି ସେ ନେଇ ପକ୍ଷ ରଖନ୍ତୁ । ୩୦ଦିନ ମଧ୍ୟରେ ତାଙ୍କର ଲିଖିତ କାରଣ ଜଣାଇବାକୁ ନିର୍ଦେଶନାମା ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଯାଇଥିବା ଦୁଇଟି ନୋଟିଫିକେସନରୁ ସୂଚନା ମିଳିଛି । ଅଲ୍ ଇଣ୍ଡିଆ ସର୍ଭିସ ରୁଲର ଧାରା ୮ ଆଧାରରେ ଆକ୍ସନ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ଆକ୍ସନ ହେବା ପୁର୍ବରୁ ଦୁଇ ଅଫିସରଙ୍କ ବିରୋଧରେ ହେବାକୁ ଯାଉଛି ତଦନ୍ତ ।ଯେଉଁଠି ତଦନ୍ତ ପୁର୍ବରୁ ତାଙ୍କ ବିରୋଧରେ କାହିଁକି ଆକ୍ସନ ନିଆଯିବ ନାହିଁ ସେନେଇ ନିଜର ପକ୍ଷରେ ଉଲେଖ କରନ୍ତୁ । ଯାହାକୁ ନେଇ ଉଭୟ ଅଫିସର ନିଜସ୍ବ ଲିଖିତ ପକ୍ଷ ରଖିବାକୁ ଅଲ୍ ଇଣ୍ଡିଆ ରୁଲସ ଆଧାରରେ ସୁଯୋଗ ଦିଆଯାଇଛି । ଏନେଇ ନିର୍ଧାରିତ ସମୟ ମଧ୍ୟରେ ଲିଖିତ ନଦେଲେ ବା ପକ୍ଷ ନ ରଖିଲେ ତେବେ ତଦନ୍ତକାରି ଟିମ୍ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ କୁ ଗ୍ରହଣୀୟ ବୋଲି ଧରିନେବେ ।

୨IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ (ETV Bharat Odisha)



କଣ ରହିଥିଲା ଅଭିଯୋଗ-
ଡିଏସ କୁଟ୍ଟେ ଗୃହ‌ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବରେ ଥିବା ବେଳେ। ନିର୍ବାଚନ ସମୟରେ ଜଣେ ନିର୍ବାଚନ ଲଢୁଥିବା ପ୍ରତିନିଧିଙ୍କୁ ଗିରଫ କରିବା ପାଇଁ ଚାପ ପକାଇବା ଭଳି ପରିସ୍ଥିତି ଉପୁଜାଇଥିଲେ । ଯାହାକୁ ନେଇ ସେ ନିଜ ପଦବୀର ଦୂରୁପଯୋଗ କରି ଏକ ନିର୍ବାଚନ ପରିଚାଳନା ଭଳି ପରିସ୍ଥିତିରେ ପକ୍ଷପାତିତା ଓ ଏକ ନିର୍ଦିଷ୍ଟ ଲୋକଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନେବା ନେଇ ଅଭିଯୋଗ ରହିଥିଲା ।

ଏହା ବି ପଢନ୍ତୁ-ବରିଷ୍ଠ IPS ଅଫିସର ଆଶିଷ ସିଂଙ୍କ ବଦଳି, ମିଳିଲା ଏହି ଦାୟିତ୍ବ - New Posting Of IPS Ashish Singh


କୁଟେଙ୍କ ବିରୋଧରେ ହୋଇଥିଲା କାର୍ଯାନୁଷ୍ଠାନ-
ଓଡିଶା କ୍ୟାଡ଼ର 1997 ବ୍ୟାଚର ଆଇପିଏସ ଡିଏସ କୁଟ୍ଟେଙ୍କୁ ନିର୍ବାଚନ ସମୟରେ ନିଲମ୍ବିତ କରାଯାଇଥିଲା।ତାଙ୍କ ବିରୋଧରେ ନିର୍ବାଚନୀ ଗତିବିଧିରେ ପରିଚାଳନାରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ଆସିଥିଲା। ଯାହାକୁ ନେଇ ଇଲେକ୍ସନ କମିସନ ଅଫ ଇଣ୍ଡିଆ ଏନେଇ ଆକ୍ସନ ନେଇଥିଲେ । ଯାହାର ଆଧାରରେ ତାଙ୍କୁ ମେ ୨୮ରେ ନିଲମ୍ବିତ କରାଯାଇଥିଲା । ପରେ ଆଶ୍ବସ୍ତି ମିଳିଥିଲା ତାଙ୍କ ଚାକିରିରୁ ନିଲମ୍ବନ ଆଦେଶ ଉଠାଇ ଗୃହ ବିଭାଗରେ ରିପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଥିଲା । ପରେ ସେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ‌ ହୋଇଥିଲେ । ତେବେ ୧୯୬୮ ଅଲ୍ ଇଣ୍ଡିଆ ସର୍ଭିସ ରୁଲର ୩ଓ ୫ (୪)ଅବମାନନା କରିଥିବା ତାଙ୍କ ବିରୋଧରେ ପ୍ରମାଣ ରହିଥିଲା।

୨IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ (ETV Bharat Odisha)



ଆଶିଷ କଣ ଭାଙ୍ଗି ଥିଲେ ନିୟମ-
ତେବେ ସ୍ବାସ୍ଥ୍ୟ ଗତ ଛୁଟି ଦର୍ଶାଇ ଛୁଟି ନେଇଥିଲେ।ଓ ଛୁଟିରେ ରହି ନିର୍ବାଚନ ପରିଚାଳନାରେ ମୁଣ୍ଡ ପୁରାଉଥିଲେ । ଏପରିକି ନିଜେ ଡ୍ୟୁଟିରେ ନଥାଇ ପଦ ଓ ମର୍ଯ୍ୟାଦାର ହସ୍ତକ୍ଷେପ କରି ନିର୍ବାଚନ ପରିଚାଳନାରେ ପ୍ରଭାବିତ କରୁଥିଲେ । ଏନେଇ ତାଙ୍କ ବିରୋଧରେ ସରକାରୀ ଅଧିକାରୀ ହୋଇ ଏପରି ପ୍ରଭବିତ କରିବା ଭଳି ସାଙ୍ଘାତିକ ଅଭିଯୋଗ ରହିଥିଲା ।

ଏହା ବି ପଢନ୍ତୁ- ଖସିଲେ ଡିଏସ କୁଟ୍ଟେ, ମିଛରେ ଛୁଟି ନେଇ ଫସିଲେ ଆଶିଷ ସିଂ ! - EC Notice On DS Kutte And Ashish Singh


ଆଶିଷଙ୍କ ବିରୋଧରେ କଣ ଆକ୍ସନ ହୋଇଥିଲା-
ସେହିପରି 2010 ବ୍ୟାଚ ଆଇପିଏସ ଆଶିଷ ସିଂଙ୍କ ଉପରେ ମଧ୍ୟ ଆକ୍ସନ ନିଯାଇଥିଲା‌।ସେଣ୍ଟ୍ରାଲ ରେଞ୍ଜ ଆଇଜି ଭାବେ ସେ ଦାୟିତ୍ୱରେ ଥିବାବେଳେ ନିର୍ବାଚନ ପରିଚାଳନାରେ ପକ୍ଷପାତିତା କରୁଥିବା ଅଭିଯୋଗ ରହିଥିଲା । ନିର୍ବାଚନ ସମ୍ପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ରହିଥିଲା । ହେଲେ ସେ ସ୍ୱାସ୍ଥ୍ୟ ସମସ୍ୟା ଆଳ କରି ଛୁଟିରେ ରହି ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆଶିଷଙ୍କ ସ୍ୱାସ୍ଥ୍ୟ ଖରାପର ପୁନଃ ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉ ଯାଞ୍ଚ ରିପୋର୍ଟରେ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ମିଛରେ ଛୁଟିରେ ଥିବାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏନେଇ ତାଙ୍କୁ ଗୃହ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଥିଲା। ଏପରିକି ସେ ୧୯୬୮ ଅଲ୍ ଇଣ୍ଡିଆ ସର୍ଭିସ ରୁଲ ୩ଅବମାନନା କରିଥିବା ଅଭିଯୋଗ ରହିଥିଲା‌ ।

ABOUT THE AUTHOR

...view details