ନୂଆପଡା: ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ପକ୍ଷରୁ ହଜାର ହଜାର ଆଦିବାସୀ, ବନବାସୀ ଡଙ୍ଗରିଆ ଏକତ୍ରିତ ହୋଇ ୬ ଦଫା ଦାବି ପୂରଣ ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଆନ୍ଦୋଳନକାରୀମାନେ ପ୍ରଥମେ ଖଡ଼ିଆଳ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପାରମ୍ପରିକ ନୃତ୍ୟର ତାଳେ ତାଳେ ସହର ପରିକ୍ରମା କରିଥିଲେ । ଏହାପରେ ଦୀର୍ଘ ସମୟ ଧରି ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ନୂଆପଡ଼ା ଜିଲ୍ଲା ବ୍ଲକର ହଜାର ହଜାର ଆଦିବାସୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରି ସରକାର ଏବଂ ସରକାରୀ ବାବୁମାନଙ୍କୁ କଟାକ୍ଷ କରିଛନ୍ତି । ବିଶେଷକରି ବନ ବିଭାଗର ମନମୁଖୀ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିବାସୀ ସମୂହ । ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ୬ ଦଫା ଦାବି ଉପସ୍ଥାପନ କରିଛନ୍ତି । ସେମାନଙ୍କ ଦାବି ଗୁଡିକ ହେଉଛି, ଜଙ୍ଗଲ ଜମି ଅଧିକାର ନିୟମ ଅନୁସାରେ, ବନ ବିଭାଗ କାମ କରୁନାହିଁ । ଜିଲ୍ଲାର ପାହାଡ଼ ଜଙ୍ଗଲ ମଧ୍ୟରେ ଶହ ଶହ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ସହିତ ଡଙ୍ଗରିଆ ଅଣ ଆଦିବାସୀମାନଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରନ୍ତୁ । ଅଣ ରାଜସ୍ୱ ଗ୍ରାମଗୁଡିକୁ ତୁରନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ ।
ଏହା ମଧ୍ୟ ପଢ଼ନ୍ତୁ...ଅନୁଗୋଳରେ ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା