ଓଡିଶା

odisha

ETV Bharat / state

ବନବିଭାଗକୁ ସଫଳତା: ୫ କଲରାପତରିଆ ବାଘ ଛାଲ ଜବତ, ୭ ମାଫିଆ ଗିରଫ - Tiger Skin Smuggling - TIGER SKIN SMUGGLING

Tiger Skin Seized: ବନ ବିଭାଗକୁ ବଡ଼ ସଫଳତା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ୫ କଲରାପତରିଆ ବାଘ ଛାଲ ସହ ଜବତ ହେଲା ଗୋଟିଏ ଜଙ୍ଗଲୀ ବିଲେଇ ଓ ଗୋଟିଏ ମାଛରଙ୍କା ବିରାଡ଼ି ଚମଡ଼ା । ଅଧିକ ପଢନ୍ତୁ

Tiger Skin Seized
Tiger Skin Seized

By ETV Bharat Odisha Team

Published : Apr 8, 2024, 11:29 AM IST

Tiger Skin Seized

ଭୁବନେଶ୍ବର:ବନ ବିଭାଗକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରା କାରବାର କରୁଥିବା ବଡ ରାକେଟର ପର୍ଦ୍ଦାଫାସ କରିଛି ବନ ବିଭାଗ । ଧରା ପଡିଲେ ଆନ୍ତଃରାଜ୍ୟ ବାଘ ଛାଲ ରାକେଟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ୫ କଲରାପତରିଆ ବାଘ ଜବତ ହୋଇଛି । ତେବେ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ ।

ସେହିପରି ଏହି ଅଭିଯୁକ୍ତଙ୍କ ଠାରୁ ଜଙ୍ଗଲୀ ବିଲେଇ ସହ ଫିସିଂ କ୍ୟାଟଛାଲ,ବିଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତକୁ ଧରିବାକୁ ତନାଘନା ଆରମ୍ଭ କରିଛି ବନ ବିଭାଗ । ତେବେ ରାକେଟର ଚେର କେତେ ଦୂର ଲମ୍ବିଛି ଓ ରାଜ୍ୟ ବାହାର ସମ୍ପର୍କ ନେଇ ଅଧିକ ଖୋଳତାଡ କରୁଛି ବନ ବିଭାଗ । ତେବେ ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନରେ ଅପରେସନ କରିଥିଲା ବନ ବିଭାଗ । ଗତ ୪ ବର୍ଷ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରୁ ୫୫ରୁ ଅଧିକ କଲରାପତରିଆ ଚମଡା ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ ।

ଏହା ମଧ୍ୟ ପଢନ୍ତୁ-କଟକରେ ବାଘ ଛାଲ ଡିଲ୍, 2 ମାଫିଆଙ୍କୁ ଗିରଫ କଲା ବନ ବିଭାଗ

ତେବେ ଦିନକୁ ଦିନ ଜଙ୍ଗଲରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । କେତେବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ ଆଉ କେତେବେଳେ ଜଙ୍ଗଲୀ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଶିକାରୀ । ଆଉ କେତେବେଳେ ଜଙ୍ଗଲ ମଧ୍ୟ ଅବାଧ ପ୍ରବେଶ କରି ଜଙ୍ଗଲ ନଷ୍ଟ କରୁଛନ୍ତି । ତେଣୁ ଏନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇ କମ୍ବିଂ ଅପରେସନ । ଏଥିରେ ପାଖାପାଖି ୨୧ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ଅନେକ ଗୁଡ଼ିଏ ମରଣାସ୍ତ୍ର ସମେତ ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରିଛି ବନ ବିଭାଗ ।

ମାର୍ଚ୍ଚ ୧୯ ତାରିଖରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଥିଲେ । ଏଭଳି ଏକ ଘଟଣା ଘଟିଥିଲା ବାଲେଶ୍ଵର ଜିଲ୍ଲା କୁଳଢିଆ ଅଭୟାରଣ୍ୟରେ । ଜଙ୍ଗଲ ମଧ୍ୟରେ ଅବାଧ ପ୍ରବେଶ କରୁଥିବା କିଛି ଶିକାରୀ ଅଚାନକ ଭାବରେ ବନ କର୍ମଚାରୀଙ୍କ ଉପରକୁ ଗୁଳି କରିଥିଲେ । ତେବେ ସେହି ଦିନ ଗୁଳି ଚାଳନା କରିଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ବନ୍ଧୁକକୁ ମଧ୍ୟ ଜବତ କରିଥିଲା ବନ ବିଭାଗ । ଏହା ସହ ବାଲେଶ୍ବରର କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳର ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଶିକାରୀ ଠାରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ସମେତ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details