ନିମାପଡ଼ା:କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଝଡ଼ ବର୍ଷା । ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ଗତ କାଲିଠାରୁ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ମୁଗ ଚାଷୀଙ୍କ ସମେତ ପନିପରିବା ଚାଷ କରିଥିବା ଚାଷୀ ମନରେ ଦୁଃଖ । ଦୁଇ ଦିନ ବର୍ଷା ହେବା ଫଳରେ ମୁଗ, ବିରି ଚାଷ କରି ଥିବା ଚାଷୀ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହେବେ ବୋଲି ଆଶାଙ୍କା କରୁଛନ୍ତି ।
ସେପଟେ ଫୁଲ ହେଉଥିବା ମୁଗ ବର୍ଷାରେ ନଷ୍ଟ ହେ ବା ସହିତ ଛୁଇଁ ଗୁଡ଼ିକ ବର୍ଷା ପାଣିରେ ନଷ୍ଟ ହେବ ବୋଲି ଚାଷୀ ଅନୁମାନ କରୁଛନ୍ତି । ଏହା ସହ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହେବ । ବାଇଗଣ, ଲଙ୍କା, ଭେଣ୍ଡି, ଟମାଟୋ, କାକୁଡି, ପ୍ରଭୃତି ଫସଲ ନଷ୍ଟ ହେବ ବୋଲି ଚାଷୀ କହିଛନ୍ତି । ମୁଗ ଫସଲ କ୍ଷେତରେ ପଡି ନଷ୍ଟ ହେବ ତ ଅନ୍ୟ କେତେକ ଗଜା ହୋଇଯିବ । ଏବେ ଏହି ହତାଶ କ୍ଷୁଦ୍ର ଚାଷୀମାନଙ୍କର କ୍ଷତି ଭରଣା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।
ଚାଷୀ ଅନେକ କ୍ଷତି ସହିବା ପରେ କ୍ଷତି ଭରଣା କରିବାକୁ ମୁଗ ,ବିରି, କୋଳଥ ଚାଷ କରିଥିଲେ ଚାଷୀ । ହେଲେ ଦଇବ ଦାଉ ସାଧିଲା । ଏପରି କିଛି ମୁଗ ଚାଷୀଙ୍କ ଦୁଃଖଭରା କାହାଣୀ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ପୁରୀ ନିମାପଡ଼ା , ପିପିଲି, ଗୋପ, ଚରିଛାକ, କାକଟପୁର ପ୍ରଭୃତି ଅଞ୍ଚଳରେ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।