ରାଉରକେଲା:ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୩ ଜଣ । ଗତକାଲି(ଶନିବାର) ଏହି ଅଘଟଣ ଘଟିଥିଲା । ଜଣେ ଯୁବକଙ୍କ ସହ ଦୁଇ ନାବାଳକ ନଦୀରେ ଭାସି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଆଜି(ରବିବାର) ସକାଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ( ୧୫), ମହମ୍ମଦ ରିଜୱାନ( ୧୭) ଏବଂ ମହମ୍ମଦ ସାହିଦ( ୩୫) ବୋଲି ଜଣାପଡିଛି ।
ସୂଚନା ମୁତାବକ, ଶନିବାର ଦିନ ପରିବାର ସହ ବଣଭୋଜି କରିବାକୁ ଯାଇ ନଦୀରେ ଗାଧୋଉ ଥିବାବେଳେ ଦୁଇ ନାବାଳକଙ୍କ ସହ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ସୁନ୍ଦରଗଡ ସଦର ଥାନା ସେମିନା ନିକଟ ଇବ ନଦୀରେ ଏହି ଅଭାବନୀୟ ଘଟଣା ଘଟିଥିଲା । ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଓ ମେନ୍ ରୋଡ ଅଞ୍ଚଳର ଗୋଟିଏ ପରିବାରର ୩ ସଦସ୍ୟ ଜନ୍ମଦିନରେ ଭୋଜି କରିବା ପାଇଁ ଇବ ନଦୀକୂଳକୁ ଯାଇଥିଲେ । ଖାଇ ସାରି ଦୁଇ ଭାଇ ମହମ୍ମଦ ରିଜୱାନ ଓ ମହମ୍ମଦ ଫାରହାନ ନଦୀକୁ ଗାଧେଇବାକୁ ଯାଇଥିଲେ । ତେବେ ଚୋରା ବାଲିରେ ତାଙ୍କ ଗୋଡ ଫସି ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା