ଓଡିଶା

odisha

ETV Bharat / state

ବଜେଟ 2024: 2047 ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଜେପି ସଭାପତି - Odisha BJP President

Manmohan Samal On Interim Budget: ଦେଶର ଭବିଷ୍ୟତ ନିର୍ମାଣର ଲକ୍ଷ୍ୟ ରଖି ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପିତ କରିଛନ୍ତି ମୋଦି ସରକାର। । 2047 ମସିହାର ଟାର୍ଗେଟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ବଜେଟର ପଦକ୍ଷେପ ନେଇଛନ୍ତି । ଏହି ବଜେଟ ଭବିଷ୍ୟ ଭାରତର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣ ପରେ ପ୍ରେସମିଟ କରି ଏହା କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମଲ । ଅଧିକ ପଢନ୍ତୁ

ବଜେଟ 2024: 2047 ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଜେପି ସଭାପତି
ବଜେଟ 2024: 2047 ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଜେପି ସଭାପତି

By ETV Bharat Odisha Team

Published : Feb 1, 2024, 7:37 PM IST

ବଜେଟ 2024: 2047 ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଜେପି ସଭାପତି

ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ନିର୍ମାଣର ଲକ୍ଷ୍ୟ ରଖି ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପିତ କରିଛନ୍ତି ମୋଦି ସରକାର। । 2047 ମସିହାର ଟାର୍ଗେଟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ବଜେଟର ପଦକ୍ଷେପ ନେଇଛନ୍ତି । ଏହି ବଜେଟ ଭବିଷ୍ୟ ଭାରତର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣ ପରେ ପ୍ରେସମିଟ କରି ଏହା କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମଲ । ଏହାସହ ଭବିଷ୍ୟତ ଭାରତ ବଜେଟ ଆଣିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ସଭାପତି କହିଛନ୍ତି, ‘‘2047 ମସିହାର ଲକ୍ଷ୍ୟ ପୂରଣ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଦେଶର 4ଟି ବର୍ଗ ମହିଳା, ଚାଷୀ, ଗରିବ ଓ ଯୁବକଙ୍କ ବିକାଶ ପାଇଁ ଏହି ବଜେଟ ଉପସ୍ଥାପିତ କରାଯାଇଛି । ମଜବୁତ ଭାରତ ପାଇଁ ଗ୍ୟାରେଣ୍ଟି ଏହି ବଜେଟରେ ରହିଛି । ଅମୃତ କାଳରେ ବିକଶିତ ଭାରତର ଭିତ୍ତିଭୂମି ତିଆରି ହେବ । 11 ଲକ୍ଷ କୋଟି ଟଙ୍କା ଭିତ୍ତିଭୂମି ପାଇଁ ରହିଛି । 4 କୋଟି ପିଏମ ଆବାସ ବ୍ୟବସ୍ଥା କରାଯାଇଛି । ଯୁବ ବର୍ଗଙ୍କ ସ୍ବପ୍ନ ପୂରଣ ହେବ । 25 କୋଟି ଲୋକଙ୍କ ଦାରିଦ୍ର୍ୟ ଦୂର ହୋଇଛି । ଗରିବ ହଟାଇବାରେ ମୋଦି ସରକାର ସଫଳ ହୋଇଛନ୍ତି । 3 କୋଟି ଲକ୍ଷପତି ଦିଦି ତିଆରି ହେବେ । ମଧ୍ୟବିତ୍ତ ପରିବାରଙ୍କୁ ଫୋକସରେ ରଖାଯାଇଛି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ ।’’

ଅଧିକ ପଢନ୍ତୁ- ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ହୋଇଛି: ପଞ୍ଚାନନ କାନୁନଗୋ

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସଂସଦରେ କାମଚଳା ବଜେଟ ଉପସ୍ଥାପନ ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବା ସହିତ ଦେଶର ୪ଟି ସ୍ତମ୍ଭକୁ ଅଧିକ ମଜୁବତ କରିବ ବୋଲି ମୋଦି କହିଛନ୍ତି।

ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଯୁବ ଗୋଷ୍ଠୀ, ମହିଳା, ଗରିବ ଓ କୃଷକଙ୍କୁ ସଶକ୍ତୀକରଣ କରିବ। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣରେ ସହାୟତା କରିବ। ବଜେଟରେ ୨୦୪୭ ବିକଶିତ ଭାରତ ଗଠନ ପାଇଁ ବ୍ୟବସ୍ଥା ହୋଇଛି। ଯୁବ ଭାରତର ଯୁବ ଆକାଂକ୍ଷାର ଛାପ ରହିଛି। ବଜେଟରେ ୨ଟି ବଡ଼ ବ୍ୟବସ୍ଥା କରାଯାଇଛି। ଗୋଟିଏ ହେଲା ରିସର୍ଚ୍ଚ ଓ ଇନୋଭେସନ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଷ୍ଟାର୍ଟଅପକୁ ମିଳିବାକୁ ଥିବା ଟିକସ ବ୍ୟବସ୍ଥାକୁ ମଧ୍ୟ ସରଳୀକରଣ କରାଯାଇଛି। ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ଆୟକର ଛାଡ଼ ଉପରେ ସମସ୍ତଙ୍କ ନଜର ଥିଲା । କିନ୍ତୁ ଆୟକର ଛାଡ଼ରେ କୌଣସି ପରିବର୍ତ୍ତନ କରି ନାହାନ୍ତି ଅର୍ଥମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details