ଭୁବନେଶ୍ୱର:ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ‘୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବ ପୁରୁଷମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାରେ ଅନୁପ୍ରେରିତ ହୋଇ କାର୍ଯ୍ୟ କଲେ ୨୦୩୬ର ଓଡ଼ିଶା ବିକାଶ, ସ୍ୱାଭିମାନ ଓ ଅଭିବୃଦ୍ଧିର ରାଜ୍ୟରେ ପରିଣତ ହେବ ବୋଲି କହିଥିଲେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।
୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଛନ୍ତି, ''ନିରବଚ୍ଛିନ୍ନ ବିକାଶ ଓ ଅଦ୍ଭୁତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱଧୀନ ଓଡ଼ିଶା ସରକାର । ଗତ ୨୩ ବର୍ଷରୁ ଅଧିକ ସମୟ ଧରି ଗଭୀର ଆତ୍ମବିଶ୍ୱାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ଆମ ସରକାର କାର୍ଯ୍ୟ କରି ଆସୁଛି । ରାଜ୍ୟବାସୀଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଆମକୁ ଅନ୍ୟ ରାଜ୍ୟଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛି । ବିକାଶର ଏହି ଫଳପ୍ରଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୃଷ୍ଟି କରିଛନ୍ତି ନୂଆ ପରିଚୟ । ଲୋକମାନଙ୍କ ସମ୍ମାନକୁ ଗୁରୁତ୍ୱ ଦେଇ ସ୍ୱଚ୍ଛତା ଓ ନମ୍ରତାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବହନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ରହିଛନ୍ତି ।''
ଏହା ମଧ୍ୟ ପଢନ୍ତୁ-'AI ବ୍ୟବହାରରେ ଓଡ଼ିଆ ଭାଷାକୁ କରିହେବ ବିଶ୍ୱସ୍ତରୀୟ'