ଓଡିଶା

odisha

ETV Bharat / state

ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜାତୀୟ ଦଳରେ ହୋଇପାରନ୍ତି ସାମିଲ - ପ୍ରେମାନନ୍ଦ ନାୟକ

Telkoi MLA Resigns from BJD: ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଜାତୀୟ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ
Telkoi MLA Premananda Nayak

By ETV Bharat Odisha Team

Published : Feb 9, 2024, 11:48 AM IST

Updated : Feb 9, 2024, 12:36 PM IST

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ଦଳରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟକ ପ୍ରେମାନନ୍ଦ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରେମାନନ୍ଦ ଆଗାମୀ ଦିନରେ ଏକ ଜାତୀୟ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡି ଛାଡିଲେ ବଳଭଦ୍ର ମାଝୀ, ଜାତୀୟ ଦଳରେ ହୋଇପାରନ୍ତି ସାମିଲ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଦଳକୁ ସୁଦୃଢ କରିବାରେ ଲାଗି ପଡିଛି । ଘନ ଘନ ବୈଠକ କରି ନିର୍ବାଚନୀ ରଣନୀତି ପ୍ରସ୍ତୁତ ଚାଲିଛି । ଏହାରି ମଧ୍ୟରେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡିବାରେ ଲଗିପଡିଛନ୍ତି । କିଛି ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଳଭଦ୍ର ମାଝୀ ବିଜେଡିକୁ ବାଏ ବାଏ କହି କଂଗ୍ରେସରେ ସାମିଲ ହୋଇଥିଲେ । ଆଉ ଏବେ ଆଉ ଜଣେ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡିବାରେ ଲାଗିଛନ୍ତି । ବର୍ତ୍ତମାନ ବିଜେଡିରେ ସବୁକିଛି ଠିକ ଚାଲିଛି ନା ନାହିଁ ବୋଲି ପ୍ରଶ୍ନ ଉଠିଛି ।

Telkoi MLA Premananda Nayak

ଏହା ମଧ୍ୟ ପଢନ୍ତୁ-ଅସନ୍ତୋଷ ହୋଇ ବିଜେଡି ଛାଡିଲେ ଭବିଷ୍ୟତ ନାହିଁ: ସାଂସଦ ପିନାକୀ ମିଶ୍ର

ପ୍ରେମାନନ୍ଦ ନାୟକଙ୍କ ରାଜନୈତିକ କ୍ୟାରିୟର:

ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଇଞ୍ଜିନିୟରିଂ ଚାକିରି ଛାଡିବା ପରେ 2009ରେ ପ୍ରେମାନନ୍ଦ ନାୟକ ପ୍ରଥମ ଥର ପାଇଁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । 2014 ମସିହାରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। 2019 ମସିହା ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇଥିଲା । ତେଲକୋଇ ଆସନରୁ ବିଜେଡି ଦଳରୁ ପ୍ରାର୍ଥୀ ହୋଇ 6 ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ମଧ୍ୟ ଥିଲେ । ତେବେ ୨୦୨୨ରେ ପ୍ରେମାନନ୍ଦଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିଲା । ବିଜେଡି ଗତ ଥରର ବିଜେପି ପ୍ରାର୍ଥୀ ହୋଇଥିବା ଧନୁର୍ଜୟ ସିଦ୍ଧୁଙ୍କୁ ଦଳକୁ ଆଣିବା ପରେ, ପ୍ରେମାନନ୍ଦ ଦଳଠାରୁ ଦୂରେଇ ରହି ଆସୁଥିବା କୁହାଯାଉଥିଲା । ଏପରିକି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା । ଗତବର୍ଷ ଅକ୍ଟୋବର 12 ତାରିଖରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ପ୍ରେମାନନ୍ଦ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋଙ୍କୁ ପଠାଇ ଦେଇଛନ୍ତି । ପ୍ରେମାନନ୍ଦ 5 ମାସ ତଳେ ଦଳରୁ ଇସ୍ତଫା ଦେଇଥିଲେ ବି ଦଳ ପକ୍ଷରୁ ତାଙ୍କ ସହ ଆଲୋଚନା କରାଯାଇନଥିବା ଜଣାପଡିଛି ।

ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ତେଲକୋଇରେ ପ୍ରେମାନନ୍ଦଙ୍କ ବିକଳ୍ପ ଥିବାରୁ ବିଜେଡି ତାଙ୍କ ସହିତ ଆଲୋଚନା କରିନଥିବା କୁହାଯାଉଛି । କିନ୍ତୁ ଜଣେ ଷ୍ଟାଣ୍ଡିଂ ବିଧାୟକ ଇସ୍ତଫା ଦେବା ଘଟଣା ପ୍ରମାଣିତ କରୁଛି ଯେ, ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନାହିଁ ? କେନ୍ଦୁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱରେ ଖୋଦ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଛନ୍ତି । ଏହା ସତ୍ତ୍ୱେ ଜଣେ ବିଧାୟକ ଇସ୍ତଫା ଦେବା ପ୍ରଣବଙ୍କ ପାରିବା ପାଣିଆ ଉପରେ ପ୍ରଶ୍ନ ଉଠାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କେନ୍ଦୁଝର/ ଭୁବନେଶ୍ୱର

Last Updated : Feb 9, 2024, 12:36 PM IST

ABOUT THE AUTHOR

...view details