ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିଛି । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବ ‘ଟେଲି ମାନସ ସେବା । ଚାପ ମୁକ୍ତ କରିବା ପାଇଁ ୧୪୪୧୬ ନମ୍ବରରେ କଲ୍ କରି ସହାୟତା ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଭାବରେ ପ୍ରୟାସ ଆରମ୍ଭ କରିଛନ୍ତି । ପରୀକ୍ଷା ପାଇଁ ଚାପ ଏବଂ ଫଳାଫଳ ଛାତ୍ରଛାତ୍ରୀଙ୍କ ଜୀବନ ନେଉଥିବାରୁ ଏଭଳି ଅଭିନବ ପ୍ରୟାସ କରାଯାଇଛି ।
ଆଗାମୀ ଦିନମାନଙ୍କରେ ମଧ୍ୟ ଅନ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିତ ପଦକ୍ଷେପ ଗ୍ରହଣ କରାଯାଇଛି । ଚାପ ଗସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ‘ଟେଲି ମାନସ’ ସେବା । ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ୧୪୪୧୬ ଜାରି କରାଯାଇଛି । ପରୀକ୍ଷା ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଚାପ ଗ୍ରସ୍ତ ଥିଲେ ଏହି ଟୋଲ ଫ୍ରି ନମ୍ବରରେ ଫୋନ୍ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଶେଷଜ୍ଞଙ୍କ ମତାମତ ନେଇ ସେମାନଙ୍କ ଦ୍ବନ୍ଦ୍ବ ଦୂର କରିପାରିବେ ।
ଏହା ବି ପଢନ୍ତୁ- ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବେ ଛାତ୍ରଛାତ୍ରୀ, ଆରମ୍ଭ ହେବ କାଉନସେଲିଂ