ଭୁବନେଶ୍ବର:ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ ଡିଏସ କୁଟ୍ଟେଙ୍କୁ ଆଶ୍ବସ୍ତି ମିଳିଛି । ନିର୍ବାଚନ କମିଶନର ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। କିନ୍ତୁ ମେଡ଼ିକାଲ ଗ୍ରାଉଣ୍ଡରେ ଛୁଟିରେ ଥିବା ଆଇପିଏସ ଆଶିଷ ସିଂଙ୍କ ଉପରେ ବର୍ଷିଛନ୍ତି ନିର୍ବାଚନ କମିଶନ । ଆଶିଷ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥାଇ ମିଛରେ ଛୁଟିରେ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଓଡି଼ଶା କ୍ୟାଡର 1997 ବ୍ୟାଚର ଆଇପିଏସ ଡିଏସ କୁଟ୍ଟେଙ୍କୁ ଆଶ୍ବସ୍ତି ମିଳିଛି । ନିର୍ବାଚନ କମିଶନର ତାଙ୍କ ଚାକିରିରୁ ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି । ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ମେ 28 ରେ ଡିଏସ କୁଟ୍ଟେଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଇସିଆଇ । କୁଟ୍ଟେ ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଯାହାର ପ୍ରମାଣ ମିଳିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ନିର୍ବାଚନ କମିଶନର।