ଓଡିଶା

odisha

ETV Bharat / state

ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଯାଇନି 1 ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି, କୋଟିଏ ଟପିଲା ପଞ୍ଜିକରଣ - SUBHADRA YOJANA MONEY

ପଠାଯାଇନି 1 ଟଙ୍କା । ଭ୍ରମିତ ନହେବାକୁ ରାଜ୍ୟ ସରକାରଙ୍କ ପରାମର୍ଶ । ଆସନ୍ତା ୯ ତାରିଖରେ ସୁଭଦ୍ରା କିସ୍ତି । ଏଥର ୪୦ ଲକ୍ଷ ମହିଳା ପାଇବେ ସୁଭଦ୍ରା କିସ୍ତି ।

Subhadra Yojana
Subhadra Yojana (ETV Bharat Odisha)

By ETV Bharat Odisha Team

Published : Oct 7, 2024, 2:02 PM IST

Updated : Oct 7, 2024, 4:49 PM IST

ଭୁବନେଶ୍ବର:ସୁଭଦ୍ରା ଯୋଜନାରେ ଆଜି ଆସିବାର ଥିଲା ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ୧ ଟଙ୍କା ଆସିବା ନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ହେଲେ ଏକ ଟଙ୍କା ଦିଆଯାଇନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏବଂ ଭ୍ରମିତ ନହେବାକୁ ପରାମର୍ଶ ଦିଆଯାଇଛି । ତେବେ ୯ ତାରିଖରେ ୪୦ ଲକ୍ଷ ଯୋଗ୍ୟ ହିତାଧିକାରୀ ପାଇବେ ଜଣକା ୫୦୦୦ ଟଙ୍କା । ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୯ରେ ୪୦ ଲକ୍ଷଙ୍କୁ ସୁଭଦ୍ରା କିସ୍ତି

ସୁଭଦ୍ରା ଯୋଜନା ବଡ଼ ଅପଡେଟ (ETV Bharat Odisha)

ଆସନ୍ତା ୯ ତାରିଖରେ ସୁଭଦ୍ରା ଯୋଜନାର ୪୦ ଲକ୍ଷ ମହିଳାଙ୍କ ଜମାଖାତାକୁ ଆସିବ ପ୍ରଥମ କିସ୍ତି ଟଙ୍କା । ବାରିପଦାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଆଜି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ଆସିବାର ଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି (ସୋମବାର) ନିମାପଡାରେ ଏହି ସୂଚନା ଦେଇଥିଲେ । ହେଲେ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟଙ୍କାଟିଏ ପଠାଯାଇନାହିଁ ।

ସୁଭଦ୍ରା ଯୋଜନାରେ ୧ କୋଟି ଆବେଦନକାରୀ

ଆଜି ସୁଦ୍ଧା 1 କୋଟି ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା 32 ଲକ୍ଷ ହିତାଧିକାରୀ NPCI (NPCI,national payment corporation of India) ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ସୁଦ୍ଧା ଯେତିକି ସଂଖ୍ୟାରେ NPCI ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ୯ ତାରିଖ ଦିନ ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । କ୍ଲିୟରରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନ ପତ୍ର ପୁନଃ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀ ଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯିବ ବୋଲି ଏନସିପିଆଇ ସୂଚନା ଦେଇଛି ।

ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ ପ୍ରଥମ କିସ୍ତି

ପ୍ରଥମ ପର୍ଯ୍ୟୟରେ ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ୧୧ ଜଣ ଲୋକଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଗତ ସେପ୍ଟେମ୍ବର ୧୭ ତାରିଖ, ନିଜ ଜନ୍ମଦିନରେ ଓଡ଼ିଶା ଆସିଥିଲେ ଏବଂ ଓଡ଼ିଶାର ମହିଳାମାନଙ୍କୁ ସୁଭଦ୍ରା ଯୋଜନା କିସ୍ତି ବାବଦରେ ପ୍ରତି ମହିଳାଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରାଦନ କରିଥିଲେ । ସେପ୍ଟେମ୍ବର ୧୭ରେ ମୋଟ ୨୫ ଲକ୍ଷ ୧୧ ଜଣ ମହିଳାଙ୍କୁ ୧୨୫୦ କୋଟି ଟଙ୍କା ସୁଭଦ୍ରା ହିିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା ।

ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ସୁଭଦ୍ରା ଟଙ୍କା-

  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
  • କୋଟି ଡେଇଁସା ସୁଭଦ୍ରା ଆବେଦନ
  • ‘୯ରେ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା’
  • ‘୯ରେ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା’
  • ‘ଏକ କୋଟି ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା’
  • ‘୯ରେ SHG ମହିଳାଙ୍କ ହେବ ଋଣ ଛାଡ଼’
  • ‘୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଛାଡ଼ କରାଯିବ’

ସୁଭଦ୍ରା ଯୋଜନା ଖବର ପାଇଁ ଏହା ମଧ୍ୟ ପଢ଼ନ୍ତୁ

ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Yojana Update

ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଅକ୍ଟୋବର 9ରେ 40 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ମହିଳାଙ୍କୁ ମୋହନ ମାଝୀ ସରକାରଙ୍କ ଦଶହରା ଭେଟି - SUBHADRA YOJANA INSTALLMENT

ଏକ କୋଟି ଟପିଲା ‘ସୁଭଦ୍ରା’ ପଞ୍ଜିକରଣ-

  • ସୁଭଦ୍ରା ଯୋଜନାରେ ସହାୟତା ରାଶି ପାଇଁ ମହିଳାଙ୍କ ଆବେଦନ
  • ଏକ କୋଟି ଟପିଲା ସୁଭଦ୍ରା ଯୋଜନାରରେ ପଞ୍ଜିକରଣ
  • ଯୋଗ୍ୟ ହିତାଧିକାରୀ ପାଇବେ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର
  • ରାକ୍ଷୀପୂର୍ଣ୍ଣିମା ଏବଂ ମହିଳା ଦିବସରେ ୫ ହଜାର ଲେଖାଏଁ ମିଳିବ
  • ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ୨୫ ଲକ୍ଷ ମହିଳାଙ୍କୁ ମିଳିସାରିଛି
  • ଆସନ୍ତା ୯ରେ ପୁଣି ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା
  • ‘ମହିଳା ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୁଗାନ୍ତକାରୀ ଯୋଜନା’
  • ସୁଭଦ୍ରାରେ "୧ କୋଟିରୁ ଊର୍ଦ୍ଧ୍ୱ ମହିଳା"ଙ୍କ ପଞ୍ଜୀକରଣ
  • ‘ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି’- ପ୍ରଭାତୀ ପରିଡା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା:

ଘରେ ଘରେ ସୁଭଦ୍ରା ଆମ ପାଇଁ ଆହ୍ୱାନ ଥିଲା । ଏକ ମାସରୁ କମ ଦିନ ମଧ୍ୟରେ ଏତେ ଶୀଘ୍ର ଏକ କୋଟି ଛୁଇଁବା ଇତିହାସ ନିଜ ଭିତରେ । ଆସନ୍ତା ୯ତାରିଖରେ ସବୁଠୁ ଅଧିକା ସୁଭଦ୍ରା ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବ । ରିଭିୟୁରୁ ଜଣାପଡିଛି ଯେ ପ୍ରତିଦିନ ୩୦ହଜାର ମହିଳା ପଞ୍ଜିକରଣ କରୁଛନ୍ତି ।

1 କୋଟି ଛୁଇଁଲା ପଞ୍ଜିକରଣ:

ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ଆସନ୍ତା ୯ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ଏହା ସହ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭ୍ରମିତ ହୁଅନ୍ତୁ ନାହିଁ:

ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି । ‘ସୁଭଦ୍ରା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ ‘ସୁଭଦ୍ରା’ର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଉଛି ।

Last Updated : Oct 7, 2024, 4:49 PM IST

ABOUT THE AUTHOR

...view details