ଓଡିଶା

odisha

ETV Bharat / state

୧୮ ଲକ୍ଷ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା - SUBHADRA SCHEME 4TH PHASE MONEY

୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା । ୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ ।

subhadra scheme 4th phase money
subhadra scheme 4th phase money (ETV BHARAT ODISHA)

By ETV Bharat Odisha Team

Published : Feb 8, 2025, 4:18 PM IST

ଯାଜପୁର:ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପ୍ରଦାନ । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା । ୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ । ଯାଜପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ।

ମହିଳାଙ୍କ ପାଇଁ ଖୁସି ଖବର-

ଆଜି ଆସିଲା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ରାଜ୍ଯର ୧୮ ଲକ୍ଷ ମହିଳାଙ୍କୁ ମିଳିଲା ଏହି ଟଙ୍କା । ଯାଜପୁରଠାରେ ଏକ ଭବ୍ଯ କାର୍ଯ୍ଯକ୍ରମରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ରାଜ୍ଯରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଏବେସୁଦ୍ଧା ଲାଭବାନ ହୋଇଛନ୍ତି ।

କଥାଦେଇ କଥା ରଖିଲେ ମୋହନ ସରକାର। କହିଥିଲେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ 50ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଭବ୍ୟ ସମାବେଶରେ ବଟମ୍ ଟିପି ସୁଭଦ୍ରା ଯୋଜନା 1ମ କିସ୍ତିର 4ର୍ଥ ପର୍ଯ୍ୟାୟ ପାଇଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଆଜି ଏକକାଳୀନ ଭାବେ ରାଜ୍ୟର 18ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଲା ପ୍ରାୟ 900କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁଭଦ୍ରା ପ୍ରୋତ୍ସାହନ ରାଶି । ପ୍ରତି ମହିଳାଙ୍କୁ ମିଳିଲା 1ମ କିସ୍ତିର 4ର୍ଥ ପର୍ଯ୍ୟାୟ ପାଇଁ 5ହଜାର ଟଙ୍କା । ସାଧାରଣ ନିର୍ବାଚନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସରକାର ।

ଗତ ବର୍ଷ 2024 ସେପ୍ଟେମ୍ବର 17ତାରିଖ ଅନନ୍ତ ବ୍ରତ ଦିନ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲୋକାର୍ପିତ ହୋଇଥିଲା । ଆଜି ମହିଳା ମାନଙ୍କୁ 1ମ କିସ୍ତିର 4ର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିବା ବେଳେ ଆସନ୍ତା ମାର୍ଚ୍ଚ 8ତାରିଖ ବିଶ୍ଵ ମହିଳା ଦିବସରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ 2ୟ କିସ୍ତିର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ, ମହିଳା ମାନଙ୍କ କଲ୍ୟାଣ ସାଧନ ପାଇଁ ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି । କାରଣ ନାରୀର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଯୁକ୍ତି ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ।

subhadra scheme 4th phase money (ETV BHARAT ODISHA)

'ରାଜ୍ଯର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ଵ'

"ଆଜି ମା' ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରାଗଲା । ଏହି ଅବସରରେ ମୋଟ ୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୯୦୦କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ରାଜ୍ଯର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ଵ ଦେଇ 'ସୁଭଦ୍ରା' ଯୋଜନାର ସଫଳ ରୂପାୟନ କରାଯାଇଛି। ପ୍ରତିଶ୍ରୁତି ପୂରଣ କରି ଲୋକଙ୍କ ସରକାର ଆଜି ଡିବିଟି ଜରିଆରେ ହିତାଧିକାରୀଙ୍କୁ ସିଧାସଳଖ ସହାୟତା ଯୋଗାଇଦେଇଛନ୍ତି, ଯାହାକି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି।

ଏହି ଯୋଜନା ରାଜ୍ଯର ମାତୃଶକ୍ତିଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେଉଛି। ମୋର ବିଶ୍ବାସ ସମସ୍ତ ହିତାଧିକାରୀ ନିଜକୁ ଦକ୍ଷ କରିବା ସହ ଛୋଟ ଛୋଟ ବ୍ୟବସାୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ, ଯଦ୍ୱାରା ରାଜ୍ଯର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ। 'ବିକଶିତ ଓଡ଼ିଶା' ପାଇଁ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହା ମା'ମାନଙ୍କ ଉଦ୍ୟମ ଏବଂ ଯୋଗଦାନରେ ନିଶ୍ଚୟ ସଫଳ ହେବ, ଏଥିପାଇଁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ," ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ବି ପଢନ୍ତୁ-ଆଜି 18 ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ - SUBHADRA YOJANA

'ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ'

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, "ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ l ୩ଲକ୍ଷ ୩୮ ହଜାର NPCI ମଧ୍ଯରୁ ୫୯ ହଜାର NPCI କ୍ଲିୟର ହୋଇଛି l ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ ପଡିବେନି ସେନେଇ ବ୍ୟବସ୍ଥା କରାଯାଉଛି । ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ । ସୁଭଦ୍ରା ଏକ ଫ୍ଲାଗସିପ ଯୋଜନା ନୁହେଁ ବରଂ ମହିଳାଙ୍କୁ ଉଦ୍ଯମୀ, ଉଦ୍ୟୋଗୀ ହିସାବରେ ସୁଭଦ୍ରା ଗଢି ତୋଳିବ ।

ABOUT THE AUTHOR

...view details