ଭୁବନେଶ୍ବର: ରାଜ୍ୟ ବାହାରକୁ ଖସି ଯିବାକୁ ଉଦ୍ୟମ ବେଳେ ଜଣେ ଗିରଫ। ଘରୋଇ ବିଶ୍ୱବିଦ୍ୟାଳୟର ଆଉ ଜଣେ ଛାତ୍ରକୁ ଗିରଫ କରିଛି ପୋଲିସ। ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ସେ ଜଣେ ରାଜନେତାଙ୍କ ପୁଅ ବୋଲି ଜଣାପଡିଛି। ଏହି ଘଟଣାରେ ଛାତ୍ରୀଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇ ବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ପୋଲିସ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି । କେସ୍ ନମ୍ବର 55/25 ଆଧାରରେ ଦୁଇ ଜଣଙ୍କ ନାଁରେ ଅଭିଯୋଗ ହୋଇଛି ।
- ଛାତ୍ରୀମୃତ୍ୟୁମାମଲାରେ ଜଣେ ଗିରଫ
ତେବେ ଗିରଫ ଛାତ୍ରଙ୍କ ନା ଅଦଭିକ ଶ୍ରୀବାସ୍ତବ । ତାଙ୍କ ଘର ଉତ୍ତର ପ୍ରଦେଶର ଆଲିଗଞ୍ଜର ହୋଇଥିବା ଜଣାପଡିଛି । ସେ ଜଣେ ରାଜନେତାଙ୍କ ପୁଅ ବୋଲି ଜଣାପଡିଛି। ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଶ୍ବବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜୁଥିଲା । ଠିକ୍ ଏହି ସମୟରେ ଭୁବନେଶ୍ୱର ଏୟାରପୋର୍ଟରୁ ଗତକାଲି କଲିକତା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ। ଇନଫୋସିଟି ଥାନା ପୋଲିସ ତାଙ୍କୁ ଭୁବନେଶ୍ବର ଏୟାରପୋର୍ଟରୁ ଗିରଫ କରିବା ସହ ତାଙ୍କ ଇଣ୍ଡିଗୋ ଟିକେଟ ଜବତ କରିଥିଲା । ଏନେଇ କମିସନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ ନୋଟ ଅନୁସାରେ ତାଙ୍କୁ କେସ ନମ୍ବର ୫୪/୨୫ରେ ବିଜନ ଏସ ୧୦୮ଧାରାରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ବା ଅଭିଯୋଗରେ ଗିରଫ କରାଯାଇଛିା। ଗିରଫ ଛାତ୍ରଙ୍କ ନାଁରେ ନେପାଳୀ ଛାତ୍ରୀଙ୍କ ଭାଇ ସିଦ୍ଧାନ୍ତ ସିଗଦେଲ ଅଭିଯୋଗ କରିଥିଲେ।
- ଛାତ୍ରୀ ଜଣକ ନେପାଳ ବାସିନ୍ଦା
ପୀଡ଼ିତାଙ୍କ ଘର ନେପାଳରେ ହୋଇଥିବା ବେଳେ ସେ ଭୁବନେଶ୍ବରର ଘରୋଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବିଟେକ ତୃତୀୟ ବର୍ଷ କମ୍ପୁଟର ସାଇନ୍ସରେ ପାଠ ପଢୁଥିଲେ। ଶିକ୍ଷାଲାଭ ପାଇଁ ସେହି ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରେ ରହୁଥିଲେ । ଗତ ଦୁଇବର୍ଷ ପୂର୍ବେ ଅଦଭିକ ଶ୍ରୀବାସ୍ତବଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ତେବେ ମିଳାମିଶା ପରେ ପିଡିତାଙ୍କ ଅଜାଣତ ବା ଅଗୋଚରରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲ ଫୋନରେ ଉଠାଇ ନେଇଥିଲେ ଅଦଭିକ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏନେଇ ଶିକ୍ଷାନୁଷ୍ଠାନର ଆଇଆରଓ ବିଭାଗ ପାଖରେ ଅଭିଯୋଗ ମଧ୍ୟ ପହଞ୍ଚିଥିଲା। ପରେ ଶିକ୍ଷାନୁଷ୍ଠାନର ସାହାଯ୍ୟ ନେଇ ଦୁଇ ଦୁଇଥର ଏହି ସମସ୍ୟାର ଆପୋଷ ସମାଧାନ କରାଯାଇଥିଲା।
- ମାନସିକ ଦୁଶ୍ଚିନ୍ତାରେ ଥିଲେ ପିଡିତା
ହେଲେ ଏହି ଘଟଣା ନେଇ ଗିରଫ ଅଭିଯୁକ୍ତଙ୍କ ଠାରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଇନଥିଲା। ସେ ଏନେଇ ପିଡିତାଙ୍କୁ ପୁନର୍ବାର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅତ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଥିଲେ ପିଡିତା । ଘଟଣା ଦିନ ଅର୍ଥାତ ଗତ ତା.୧୬.୦୨.୨୦୨୫ ରିଖ ସକାଳେ ଉଭୟଙ୍କ ମଧ୍ୟରେ ପୁନର୍ବାର ଝଗଡା ହୋଇଥିଲା । ସେହିଦିନ ଅପରାହ୍ନରେ ପୀଡ଼ିତା ଜଣକ ନିଜ ରୁମରେ ଜୀବନ ହାରିଥିଲେ । ଯାହା ତାଙ୍କ ସହପାଠୀ ମାନେ ଦେଖିବାକୁ ପାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା। ଯେହେତୁ ଛାତ୍ର ଜଣକ ରାଜନେତାଙ୍କ ପୁଅ ବୋଲି ତାଙ୍କ ବିରୋଧରେ କୌଣସି ଆକ୍ସନ ନ ହେବାରୁ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଉତେଜନା କରିବାରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ପୋଲିସ ଏହି ଘଟଣାକୁ ରଫାଦଫା କରିଥିଲା । ନେପାଳର ଛାତ୍ର ଛାତ୍ରୀଙ୍କୁ ସାଇନ ଡାଏ ଘୋଷଣା କରି ଘରକୁ ଯିବା ପାଇଁ ଷ୍ଟେସନ ଓ ଏୟାରପୋର୍ଟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାଡିବା ପରେ ଏହି ଘଟଣା ଉଗ୍ରରୁପ ନେଇଥିଲା।
- ବଜେଟ୍ ଅଧିବେଶନରେ କିଟ୍ ପ୍ରସଙ୍ଗ