କଟକ:ଆଉ ନିସ୍ତାର ନାହିଁ । ଏଣିକି ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା କଲେ କିମ୍ବା ଅସାଧୁ ଉପାୟ ଅବଲମ୍ବନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋର୍ଡ । ଏଭଳି କଡା ଚେତାବନୀ ଦେଇଛନ୍ତି ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି । ପ୍ରଥମ ଦିନରେ ହୋଇଥିବା ମାଟ୍ରିକ ପରୀକ୍ଷା ସମୟରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଛି । ବୋର୍ଡ ପକ୍ଷରୁ ବ୍ୟବହାର ହୋଇଥିବା ଏହି ନୂତନ ବ୍ୟବସ୍ଥା AI ମାଧ୍ୟମରେ ଚିହ୍ନଟ କରାଯାଇଛି ।
୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ସେଣ୍ଟରରେ ଏହି ଅବ୍ୟବସ୍ଥା ଠାବ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କଟକ ବ୍ୟତୀତ ଅନ୍ୟ ୪ ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଛି । କଳାହାଣ୍ଡି, ଢେଙ୍କାନାଳ, ପୁରୀ ଓ ନୟାଗଡ଼ରେ ଏହି ଅବ୍ୟବସ୍ଥାକୁ ଚିହ୍ନଟ କରାଯାଇଛି । ୪ ଜିଲ୍ଲାର ଗୋଟିଏ ଲେଖାଏଁ ସେଣ୍ଟରରେ ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ବଡ଼ କଥା ହେଉଛି ଅବ୍ୟବସ୍ଥା ନେଇ ଶିକ୍ଷା ବିଭାଗ ଓ ପୋଲିସକୁ ଅବଗତ କରିଛି ବୋର୍ଡ । ଦୁଇ ଇନଭିଜିଲେଟରଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି । ନରସିଂପୁର ଏ.ନ ହାଇସ୍କୁଲ ସେଣ୍ଟର ଦୁଇ ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ସୁପାରିଶ କରିଥିବା ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲିଠାରୁ ଆହୁରି କଠୋର ହେବ ବୋଲି ଡ଼ଃ ମହାନ୍ତି କହିଛନ୍ତି ।
ଏହା ବି ପଢନ୍ତୁ- ୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କଲା AI, କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡର ସୁପାରିଶ