ରାଉରକେଲା: ଆଉ କିଛି ଘଣ୍ଟାର ବ୍ୟବଧାନ ପରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର । ସେନେଇ ଉତ୍ସବ ମୁଖର ସମଗ୍ର ଭାରତବର୍ଷ । ରାମ ଆଗମନ ନେଇ କେଉଁଠି ମୂରୁଜରେ ସଜା ଯାଇଛି ତ କେଉଁଠାରେ ଉତ୍ସବ ପାଳନ ହେଉଛି । ଆଉ ସମଗ୍ର ଦେଶ କାଲିର ସେହି ଦିବ୍ୟ ମୂହୁର୍ତ୍ତର ଅପେକ୍ଷାରେ । ସେହିପରି ରାମଙ୍କ ଆଗମନ ପାଇଁ ସଜେଇ ହୋଇଛି ଇସ୍ପାତ ନଗରୀ ।
ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି ସମ୍ପୂର୍ଣ୍ଣ ଷ୍ଟିଲସିଟି । ରାସ୍ତାଘାଟରୁ ନେଇ ଛକ ଏବଂ ଗଳି ସବୁଠାରେ ଶୁଭୁଛି ରାମଙ୍କ ଜୟ ଗାନ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ସମ୍ପୂର୍ଣ୍ଣ ବିଶ୍ୱ । ଆସନ୍ତାକାଲି ଉଦଘାଟନ ହେବ ହିନ୍ଦୁ ଏବଂ ସନାତନ ଧର୍ମର ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ମନ୍ଦିର । ଏହାକୁ ନେଇ ପ୍ରତିଟି ହିନ୍ଦୁ ଏବଂ ଭାରତୀୟଙ୍କ ମନରେ ଉତ୍ସାହ ଭରି ରହିଛି । ମାତ୍ର ଆଉ କିଛି ଘଣ୍ଟାର ଅପେକ୍ଷା ପରେ ରାମମୟ ହୋଇଯିବ ସାରା ଭାରତ । ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି ଭାରତବର୍ଷ । ଏହି ପରିପ୍ରେକ୍ଷୀରେ ରାଉରକେଲା ସହର ମଧ୍ୟ ରାମଙ୍କ ଭକ୍ତିରେ ଲୀନ ହୋଇଛି । ରାମଙ୍କ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି ସମଗ୍ର ରାଉରକେଲା ସହର । ସେ ରାସ୍ତା ଘାଟ ହେଉ ଅବା ଛକ, ଦୋକାନ ବଜାର ସବୁଠାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହର ଏକ ଝଲକ ଦେଖିବାକୁ ମିଳିଛି । ସହରର ଗଳିକନ୍ଦି ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ସତେ ଯେମିତି ଅଯୋଧ୍ୟା ପାଲଟି ଯାଇଛି ଷ୍ଟିଲସିଟି ।