କଟକ: ଶେଷ ହୋଇଛି ଓଡିଶା ପୋଲିସରେ ୬୮ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍ । କୃତି ପୋଲିସ ଅଫିସରଙ୍କୁ ସମ୍ବର୍ଦ୍ଧନା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ପୋଲିସ ଜୀବନରେ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ଏହି ମିଟ ଅନୁଷ୍ଠିତ ହୋଇଥାଏ । କୋଭିଡ କାରଣରୁ ଗତ ୪ ବର୍ଷ ଧରି ଏହି ମିଟ ବନ୍ଦ ରହିଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ତଦନ୍ତ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଅଫିସରମାନେ ଲକ୍ଷ୍ନୌରେ ଆଗାମୀ ଦିନରେ ହେବାକୁ ଥିବା ସର୍ବଭାରତୀୟ ପ୍ରତିଯୋଗିତାରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ ।
ଏଥିରେ ୧୨ଟି ଇଭେଣ୍ଟ ମଧ୍ୟରେ ବିଭିନ୍ନ ପ୍ରକାର ତଦନ୍ତ ଯେପରି ସାଇଣ୍ଟିଫିକ, ଫୋରେନସିକ, କେ୯ ଓ ସାଇବର କ୍ରାଇମକୁ ନେଇ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ୨ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏହି ପୋଲିସ ମିଟରେ ଭାଗ ନେଇଥିଲେ । ତେବେ କୃତି ପୋଲିସ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଲକ୍ଷ୍ନୌରେ ହେବାକୁ ଥିବା ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ଏହି ମିଟରୁ ମଧ୍ୟ ଅନେକ ପୋଲିସ ଅଫିସର ଚୟନ ହେବେ ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହା କଟକ ଓମପି ସ୍ଥିତ ଷଷ୍ଠ ବାଟେଲିୟନରେ ଏହା 4 ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ .... ପୋଲିସ ଗୁଳିରେ ଟଳିଲା ମାଓବାଦୀ ଦସ୍ରୁ; KKBN ଡିଭିଜନର ଥିଲା ଜିଲ୍ଲା କମାଣ୍ଡର