ଓଡିଶା

odisha

By ETV Bharat Odisha Team

Published : Mar 28, 2024, 9:41 AM IST

ETV Bharat / state

ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ; ଯାଞ୍ଚ ଓ ଚଢ଼ାଉକୁ କଡାକଡି କରିବାକୁ ଗୁରୁତ୍ୱ - GENERAL ELECTION 2024

State Level Enforcement Committee Held: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଛି । ଆଇନ ଖିଲାପକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଞ୍ଚ ଓ ଚଢଉ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ; ଯାଞ୍ଚ ଓ ଚଢ଼ାଉକୁ କଡାକଡି କରିବା ଉପରେ ଗୁରୁତ୍ୱ
ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ; ଯାଞ୍ଚ ଓ ଚଢ଼ାଉକୁ କଡାକଡି କରିବା ଉପରେ ଗୁରୁତ୍ୱ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ପୂର୍ବରୁ ଏହି ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ଯାଞ୍ଚ ଓ ଚଢଉ ଦାୟିତ୍ୱରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଞ୍ଚ କରାଯାଇଛି ।

ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରିବା ଓ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡାକଡ଼ି ଅନୁପାଳନ କରାଯିବା ନେଇ ଗଠିତ ହୋଇଛି ରାଜ୍ୟସ୍ତରୀୟ କମିଟି । ଏହି କମିଟିର ସଭ୍ୟମାନେ ବୈଠକରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି । ଆଇନ ଖିଲାପକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଞ୍ଚ ଓ ଚଢଉ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଜିଏସଟି କମିଶନର ସଞ୍ଜୟ କୁମାର ସିଂ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ, ପରିବହନ ବିଭାଗ କମିଶନର ଅମିତାଭ ଠାକୁର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଓଡିଶା ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ECIଙ୍କ ନିର୍ଦ୍ଦେଶ; ବଦଳିଲେ ୫ ବରିଷ୍ଠ OAS ଅଫିସର - OAS Officer Transfer

ବୈଠକରେ ପୋଲିସ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି, ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପରିପ୍ରେକ୍ଷୀ​ରେ ଅନୁପ୍ରବେଶକାରୀ ଏବଂ ଉଗ୍ରବାଦୀ କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି । ବିଭିନ୍ନ ଅପରାଧିକ ମାମଲାରେ ପୋଲିସ ତରଫରୁ ଅଦ୍ୟାବଧି କାର୍ଯ୍ୟନୁଷ୍ଠାନ, ନିର୍ବାଚନ ଘୋଷଣା ପରଠାରୁ ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଇତ୍ୟାଦି ଜବତ, ମଦ ଓ ନିଶାଦ୍ରବ୍ୟ ମାମଲାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ବିଭିନ୍ନ ଜିଲ୍ଲାରେ ପୋଲିସ ମୁତୟନ, ଆନ୍ତଃରାଜ୍ୟ ସୀମାରେ ପୋଲିସ ଚେକ ପୋଷ୍ଟ, ଅବକାରୀ ଚେକ ପୋଷ୍ଟ, ଜଙ୍ଗଲ ବିଭାଗ ଚେକ ପୋଷ୍ଟ ଆଦିରେ କଡ଼ାକଡ଼ି ନଜର ରଖାଯିବା ।

ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଅନୁପ୍ରବେଶକାରୀ, ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ ନଗଦ ଟଙ୍କା କାରବାର ଉପରେ କଡ଼ା ନଜର ରଖିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି କଡାକଡି ଅନୁପାଳନ ପାଇଁ ସଂପୃକ୍ତ ପୋଲିସ ପ୍ରଶାସନ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଆଦି ବିଭିନ୍ନ ବିଭାଗରେ ମୁଖ୍ୟମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ବେଆଇନ ମାଦକ ଦ୍ରବ୍ୟ ଜବତ ସଂପର୍କରେ ଅବକାରୀ ବିଭାଗ ତରଫରୁ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details