ଓଡିଶା

odisha

ତିରୁପତି-ଭେଲୋରକୁ ତୀର୍ଥରେ ବାହାରିଲେ ଖୋର୍ଦ୍ଧାର ୨୦୯ ଓ ଢେଙ୍କାନାଳର 111 ତୀର୍ଥଯାତ୍ରୀ

By ETV Bharat Odisha Team

Published : Feb 7, 2024, 5:24 PM IST

Updated : Feb 7, 2024, 8:08 PM IST

Special Senior Citizen Pilgrimage Program: ଖୋର୍ଦ୍ଧା ଜିଲ୍ଲାରୁ ୨୦୯ ଓ ଢେଙ୍କାନାଳରୁ 111 ଜଣ ବରିଷ୍ଠ ନାଗରିକ ତିରୁପତି-ଭେଲୋର ତୀର୍ଥକ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି । ଅଧିକ ପଢ଼ନ୍ତୁ

ତିରୁପତି-ଭେଲୋର ତୀର୍ଥକ୍ଷେତ୍ର ପରିଦର୍ଶନରେ ବରିଷ୍ଠ ନାଗରିକ
ତିରୁପତି-ଭେଲୋର ତୀର୍ଥକ୍ଷେତ୍ର ପରିଦର୍ଶନରେ ବରିଷ୍ଠ ନାଗରିକ

ତିରୁପତି-ଭେଲୋର ତୀର୍ଥକ୍ଷେତ୍ର ପରିଦର୍ଶନରେ ବରିଷ୍ଠ ନାଗରିକ

ଖୋର୍ଦ୍ଧା/ଢେଙ୍କାନାଳ: ବରିଷ୍ଠ ନାଗରିକମାନଙ୍କୁ ବିନା ମୂଲ୍ୟରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ର ପରିଦର୍ଶନ କରାଉଛନ୍ତି ରାଜ୍ୟ ସରକାର । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଓ ତୀର୍ଥଯାତ୍ରା କରିବା ଇଚ୍ଛାକୁ ପୂରଣ କରିବା ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦୯ ଜଣ ବରିଷ୍ଠ ନାଗରିକ ତିରୁପତି-ଭେଲୋର ତୀର୍ଥକ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରୁ ତିନୋଟି ବସ ଯୋଗେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱର ଯିବେ ଓ ଆସନ୍ତାକାଲି(ଗୁରୁବାର) ଭୁବନେଶ୍ୱର ରେଳ ଷ୍ଟେସନରୁ ତିରୁପତି- ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

ତେବେ ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଳକର ଆବେଦନ କରିଥିବା ବରିଷ୍ଠ ନାଗରିକମାନେ ଯାତ୍ରା କରୁଛନ୍ତି । ଜିଲ୍ଲା ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ ଠାରେ ପ୍ରଥମେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ଅପରାହ୍ନରେ ତିନୋଟି ସ୍ଵତନ୍ତ୍ର ଯାତ୍ରୀବାହୀ ବସ ଯୋଗେ ସେମାନଙ୍କ ଭୁବନେଶ୍ବର ପଠାଯାଇଛି । ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଅର୍ଥାତ 8 ତାରିଖରେ ଯାତ୍ରା ଆରମ୍ଭ କରି 13 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ଫେରିବେ । ଏହି ଯୋଜନାରେ ରାଜ୍ୟ ସରକାର ଜଣେ ବରିଷ୍ଠ ନାଗରିକଙ୍କ ପିଛା ୧୬ ହଜାର 8 ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ରାୟଗଡାରୁ ବାରଣାସୀ ଗୟା ପରିଦର୍ଶନରେ ବାହାରିଲେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

ଏହା ମଧ୍ୟ ପଢ଼ନ୍ତୁ.....ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲା ସ୍ବତନ୍ତ୍ର ଟ୍ରେନ୍

ସେପଟେ ତୀର୍ଥଯାତ୍ରୀଙ୍କୁ ନେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରିଥିବା ତିନୋଟି ସ୍ୱତନ୍ତ୍ର ବସକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିପରି ଏହି ଅବସରରେ ବରିଷ୍ଠ ନାଗରିକମାନେ କିପରି ସୁରକ୍ଷିତ ଯାତ୍ରା କରିବେ ଏବଂ ଯାତ୍ରା ସମୟରେ ସେମାନଙ୍କର ଯେପରି କୌଣସି ସମସ୍ୟା ନହୁଏ ସେନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଯାତ୍ରୀଙ୍କ ସହ 7 ଜଣ କର୍ମଚାରୀ ଯାଇଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ସୂଚନା ଦେଇଛନ୍ତି । ସେହିପରି ଗତ ୨୦୨୩ ନଭେମ୍ବର ମାସ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୨୧୧ ଜଣ ତୀର୍ଥଯାତ୍ରୀ ହରିଦ୍ୱାରରୁ ରୁଷିକେଶ ଯାତ୍ରା କରି ଫେରିଛନ୍ତି ।

ତିରୁପତି-ଭେଲୋର

ଅନ୍ୟପକ୍ଷେ ଢେଙ୍କାନାଳ ଜିଲ୍ଲରୁ ମଧ୍ୟ 111ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ସହାୟତାରେ ଆଜି ତିରୁପତି-ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l ଜିଲ୍ଲା ସ୍ତରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ସାଂସଦଙ୍କ ପ୍ରତିନିଧି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି l ଏକ ସ୍ୱତନ୍ତ୍ର ବସ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ପଠାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟକ ଅଧିକାରୀ ଜଗଦୀଶ ରାୟ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l ବରିଷ୍ଠ ନାଗରିକମାନେ ବୃଦ୍ଧ ବୟସରେ ତୀର୍ଥରେ ଯାଇପାରୁଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି l

ଇଟିଭି ଭାରତ, ଖୋର୍ଦ୍ଧା/ଢେଙ୍କାନାଳ

Last Updated : Feb 7, 2024, 8:08 PM IST

ABOUT THE AUTHOR

...view details