ଓଡିଶା

odisha

ETV Bharat / state

ବରଗଡ଼ରେ ଲୋକାର୍ପଣ ହେଲା ସ୍ମାର୍ଟ ପାର୍କ - ବରଗଡ଼

Smart Park Inaugurated:ବରଗଡ଼ରେ ଏକ କୋଟି ଟଙ୍କା ବ୍ୟୟ ନିର୍ମିତ ଆନନ୍ଦ ଉଦ୍ୟାନର ଲୋକାର୍ପଣ ହୋଇଛି । ଏଠାରେ ସମସ୍ତ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ବରଗଡ଼ରେ ଲୋକାର୍ପଣ ହେଲା ସ୍ମାର୍ଟ ପାର୍କ
ବରଗଡ଼ରେ ଲୋକାର୍ପଣ ହେଲା ସ୍ମାର୍ଟ ପାର୍କ

By ETV Bharat Odisha Team

Published : Mar 3, 2024, 9:10 AM IST

ବରଗଡ଼ରେ ଲୋକାର୍ପଣ ହେଲା ସ୍ମାର୍ଟ ପାର୍କ

ବରଗଡ଼:ସହରବାସୀଙ୍କୁ ଏକ ବିରାଟ ଉପହାର ଦେଲେ ରାଜ୍ୟ ସରକାର । ବରଗଡ଼ରେ ଏକ କୋଟି ଟଙ୍କା ବ୍ୟୟ ନିର୍ମିତ ଆନନ୍ଦ ଉଦ୍ୟାନ ସ୍ମାର୍ଟ ପାର୍କ ଲୋକାର୍ପଣ କରାଯାଇଛି । ଏହା ସମସ୍ତ ବର୍ଗର ଲୋକଙ୍କ ଆମୋଦ ପ୍ରମୋଦକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି । ପିଲାଙ୍କ ଖେଳକୁଦ ପାଇଁ ସରଞ୍ଜାମ ସହିତ, ରଙ୍ଗୀନ ଫୁଲରେ ସଜେଇ ହୋଇଛି ଏହି ପାର୍କ । ଏହାସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ବରଗଡ଼ ସହରରେ ଲୋକଙ୍କ ମନୋରଞ୍ଜନ ପାଇଁ ଏକ ଉଦ୍ୟାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ମାର୍ଟ ପାର୍କର ପରିକଳ୍ପନା କରିଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ । ତତ୍କାଳୀନ ଜିଲ୍ଲାପାଳ ମନିଷା ବାନାର୍ଜୀ ଓ ପୂର୍ବତନ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପାର୍କ ନିର୍ମାଣ କରାଯାଇଛି । ବରଗଡ଼ ସହର ଭିତରେ ଏକ ଗାନ୍ଧୀ ପାର୍କ ରହିଛି । ହେଲେ ତାହା ଆବଶ୍ୟକ ସ୍ଥାନ ଅଭାବରୁ ଜନ ସାଧାରଣଙ୍କ ପାଇଁ ବିଶେଷ ଆକର୍ଷଣୀୟ ହୋଇପାରି ନଥିଲା ।

ତେବେ ପଞ୍ଚାୟତ କଲେଜ୍ ନିକଟରେ ପ୍ରାୟ ସାଢେ଼ ତିନି ଏକର ଜାଗାରେ ଏହି ପାର୍କକୁ ନିର୍ମାଣ କରାଯାଇଛି । ଉକ୍ତ ପାର୍କ ଭିତରେ ରହିଥିବା ଏକ ବିରାଟ ପଥର ଚଟାଣ ଉପରେ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଏହାର ଶୋଭାକୁ ଦ୍ବିଗୁଣିତ କରୁଥିବା ବେଳେ ପାର୍କ ମଧ୍ୟରେ ସୂର୍ଯ୍ୟ ନମସ୍କାର ପ୍ରତିମୂର୍ତ୍ତି, ସୂସଜ୍ଜିତ ଆଲୋକ ବ୍ୟବସ୍ଥା, ବିରାଟ ଲନ, ୱାକିଂ ପାଇଁ ପାଦ ଚଲା ରାସ୍ତା, ପାଣି ଫାଉଣ୍ଟେନ ଏବଂ ଛୋଟ ଶିଶୁଙ୍କ ପାଇଁ ଖେଳଣା, ଖୋଲା ବ୍ୟାୟାମଶାଳା ଆଦି ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....970 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଗଡ଼ିଲା ଟ୍ରେନ

ବିଧାୟକ ଦେବେଶଙ୍କ ଉଦ୍ୟମରେ ଏହି ନବ ନିର୍ମିତ ଆନନ୍ଦ ଉଦ୍ୟାନ ସ୍ମାର୍ଟ ପାର୍କ ପାଇଁ ଏକ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡ଼ିଛି । ତେବେ ପରବର୍ତ୍ତୀ ସମୟରେ ଏଠାରେ ଟୟ ଟ୍ରେନର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଧାୟକ । ଏହି ଲୋକାର୍ପଣ ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ,ପୌର ଅଧ୍ୟକ୍ଷା କଳ୍ପନା ମାଝୀ ଉପନଗରପାଳ ରାଜେଶ୍ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ,ଟାଉନ ବିଜେଡ଼ି ସଭାପତି କିଶୋର ମିଶ୍ର, କାଉନସିଲର ପ୍ରିୟା ତାଣ୍ଡି ସମେତ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ ।


ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details