ଓଡିଶା

odisha

By ETV Bharat Odisha Team

Published : Sep 5, 2024, 5:53 PM IST

ETV Bharat / state

Odisha First Smart Bus: ଓଡ଼ିଶାକୁ ଆସିଲା ପ୍ରଥମ ସ୍ମାର୍ଟ ବସ୍‌: ମଦ ପିଇଲେ ଗଡିବନି ଗାଡି, ମହିଳାଙ୍କ ସୁରକ୍ଷା ପାଇଁ ଆଲର୍ଟ ବଟନ - Smart bus

Smart Bus: ଡ୍ରାଇଭର୍ ଯଦି ମଦ୍ୟପାନ କରି ଗାଡି ଚଳାନ୍ତି ଷ୍ଟାର୍ଟ ହେବନାହିଁ ବସ୍‌ । ଯଦି ଦୁର୍ଘଟଣା ଘଟି ଅକସ୍ମାତ୍ ବସ୍‌ରେ ନିଆଁ ଲାଗିଯାଏ ତା ହେଲେ ମନକୁ ମନ ବସ୍ ଭିତରୁ ପାଣି ସ୍ପ୍ରେ ହେବ ଏବଂ ନିଆଁ ଲିଭା ଗ୍ୟାସ୍ ବାହାରିବ । ମହିଳାଙ୍କ ପାଇଁ ରହିଛି ଏମିତି ସୁବିଧା । ଆସନ୍ତା ସପ୍ତାହରେ କଟକରୁ ଗଡିବାକୁ ଯାଉଛି ଏମିତି ସ୍ମାର୍ଟ ବସ୍‌ ।

ପ୍ରଥମ ସ୍ମାର୍ଟ ବସ୍‌
ପ୍ରଥମ ସ୍ମାର୍ଟ ବସ୍‌ (ETV Bharat Odisha)

କଟକ: ମଦ ପିଇଲେ ଗଡିବନି ଗାଡି । ହଠାତ୍‌ ଯଦି ବସ୍‌ରେ ନିଆଁ ଲାଗିଯାଏ ଆପେ ଆପେ ପାଣି ହେବ ସ୍ପ୍ରେ । କଥାଟା ଆପଣଙ୍କୁ ବିଶ୍ବାସ ହେଉନଥିବ । କିନ୍ତୁ ଏହା ପୁରା ସତ । ବସ୍‌ରେ ହେବ ଆରାମ ଦାୟକ ଯାତ୍ରା । କେବଳ ଯାତ୍ରା ଆରାମ ଦାୟକ ନୁହେଁ ମହିଳାଙ୍କ ପାଇଁ ବି ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ଯଦି କୌଣସି ମହିଳା ଯାତ୍ରୀ ଅସଦାଚରଣର ଶିକାର ହୁଅନ୍ତି ତୁରନ୍ତ ଆଲର୍ଟ ଯିବ ଥାନାକୁ । ଫଳରେ ରାସ୍ତାରେ ଗାଡ଼ି ଅଟକାଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେବ। ହଁ ଆଜ୍ଞା ଖୁବ ଶୀଘ୍ର ଅର୍ଥାତ୍‌ ଆସନ୍ତା ସପ୍ତାହରେ ଓଡ଼ିଶାରେ ଗଡିବ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ମାର୍ଟ ବସ୍‌ ।

ପ୍ରଥମ ସ୍ମାର୍ଟ ବସ୍‌ (ETV Bharat Odisha)

ମଦ ପିଇଲେ ଗଡିବନି ବସ:

ଡ୍ରାଇଭର୍ ଯଦି ମଦ୍ୟପାନ କରି ଗାଡି ଚଳାନ୍ତି,ତେବେ ବସ୍ ଷ୍ଟାର୍ଟ ହେବନାହିଁ । ଯଦି ଦୁର୍ଘଟଣା ଘଟି ଅକସ୍ମାତ୍ ବସ୍‌ରେ ନିଆଁ ଲାଗିଯାଏ ତା ହେଲେ ମନକୁ ମନ ବସ୍ ଭିତରୁ ପାଣି ସ୍ପ୍ରେ ହେବ ଏବଂ ନିଆଁ ଲିଭା ଗ୍ୟାସ୍ ବାହାରିବ । ଫଳରେ ନିଆଁକୁ ସହଜରେ ଆୟତ୍ତ କରିହେବ । କେବଳ ସେତିକି ନୁହେଁ, ଯଦି କୌଣସି ମହିଳା ଯାତ୍ରୀ ଅସଦାଚରଣର ଶିକାର ହୁଅନ୍ତି ସେନେଇ ଆଲର୍ଟ ଯିବ ଥାନାକୁ । ଫଳରେ ରାସ୍ତାରେ ଗାଡ଼ି ଅଟକାଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେବ । ଏଭଳି ସୁବିଧା ଥିବା ଯାତ୍ରୀବାହୀ ସ୍ମାର୍ଟ ବସ୍ କଟକକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ:Turtle Seized: ପୁଷ୍ପା ଷ୍ଟାଇଲରେ ଆନ୍ଧ୍ରରୁ ଚାଲିଥିଲା ଚାଲାଣ, ୪୫୦ କଇଁଛ ଉଦ୍ଧାର, ୪ ଗିରଫ

କଣ କଣ ରହିଛି ସୁବିଧା:

ବସ୍ ମାଲିକ ତଥା ପ୍ରଧାନ ଟ୍ରାନ୍ସପୋର୍ଟର ମୁଖ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁସାରେ, ଏହି ବସ୍‌ରେ ମୋଟ୍ ୫୩ଟି ସିଟ୍ ରହିଛି । ବଡ଼ କଥା ହେଲା, ବସ୍‌ର ଡ୍ରାଇଭର୍ ସିଟ୍ ନିକଟରେ ଏକ ‘ବ୍ରେଥ୍ ଆନାଲାଇଜର୍’ ରହିଛି । ସେନ୍‌ସର ଦ୍ବାରା ପରିଚାଳିତ ଏହି ବ୍ରେଥ୍ ଆନାଲାଇଜର୍‌ର ବିଶେଷତ୍ବ ହେଲା, ଯଦି ବସ୍ ଡ୍ରାଇଭର୍ ମଦ ପିଇଥିବେ, ବସ୍ ଷ୍ଟାର୍ଟ ହେବନାହିଁ । ଏମିତିକି ଯଦି ଅନ୍ୟ କେହି ବସ୍ ଷ୍ଟାର୍ଟ କରି ପରବର୍ତ୍ତୀ ସମୟରେ ମଦୁଆ ଡ୍ରାଇଭର୍ ଗାଡ଼ି ଚଳାନ୍ତି, ସେହିଠାରେ ହିଁ ବସ୍ ବନ୍ଦ ହୋଇଯିବ ଏବଂ ସାଇରନ୍ ବାଜି ଉଠିବ । ଫଳରେ ବସ୍‌ରେ ଥିବା ଯାତ୍ରୀମାନେ ମଦୁଆ ଡ୍ରାଇଭର୍ ଗାଡ଼ି ଚଳାଇବାକୁ ଉଦ୍ୟମ କରୁଥିବା ଜାଣିବାକୁ ପାଇ ସତର୍କ ହେବେ ।

ଏହା ମଧ୍ୟ ପଢନ୍ତୁ:25 ବର୍ଷ ଅପେକ୍ଷାର ଅନ୍ତ: ଲମତାପୁଟରୁ ରାଜଧାନୀକୁ ଗଡିଲା ବସ୍‌

ବସ୍‌ରେ ଅସଦାଚରଣ ଶିକାର ହେଲେ ଖବର ପାଇବ ପୋଲିସ:

ଗାଡ଼ି ଭିତରେ ଯାତ୍ରୀଙ୍କ ପ୍ରତି ଅସଦାଚରଣ, ଚୋରି କିମ୍ବା ଆକ୍ରମଣ ଯଦି ହୁଏ, ସେଠାରେ ଥ‌ିବା ସିସିଟିଭି ସବୁ ଘଟଣା କଏଦ୍ କରିନେବ। ଯାତ୍ରୀଙ୍କ ସିଟ୍ ପାର୍ଶ୍ଵରେ ରହିଥ‌ିବା ‘ଆଲର୍ଟ ବଟନ୍’ ଚିପିଲେ ନିକଟସ୍ଥ ଥାନାକୁ ଆଲର୍ଟ ପଳାଇବ । ଫଳରେ ପୋଲିସ୍ ଠିକ୍ ସମୟରେ ଅପରାଧ ରୋକିବାକୁ ସକ୍ଷମ ହେବ । ବସ୍‌ର ଉପରିଭାଗରେ ଏକ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ରହିବ, ଯାହା ଦ୍ବାରା ଗୁରୁତର ସମସ୍ୟା ଆସିଲେ ଯାତ୍ରୀମାନେ ବାହାରକୁ ବାହାରି ପାରିବେ । କେବଳ ସେତିକି ନୁହେଁ, ଗାଡ଼ି ଭିତରେ ଧୂମପାନ କଲେ ଗାଡ଼ି ଭିତରେ ଥିବା ସ୍ମୋକ୍ ଡିଟେକ୍ଟର୍ ସତର୍କ କରାଇବ ଏବଂ ସାଇରନ୍ ବାଜିବ।

ଏହା ମଧ୍ୟ ପଢନ୍ତୁ:ଯାତ୍ରୀଙ୍କୁ ଠକୁଥିଲେ ହୁସିଆର, ଏଣିକି ଅଧିକ ଭଡା ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ

କେଉଁଠୁ କେଉଁଠି କି ଚାଲିବ ବସ୍‌:

ବେଙ୍ଗାଲୁରୁରେ ନିର୍ମାଣ ହୋଇ କଟକ ଆସିଥିବା ଏହି ବସ୍‌ର ମୂଲ୍ୟ ରହିଛି ୧ କୋଟି ୭୬ ଲକ୍ଷ ଟଙ୍କା । ଏହାର ଅନେକ ବିଶେଷତ୍ଵ ରହିଛି, ଯାହା ଯାତ୍ରୀଙ୍କୁ ସୁରକ୍ଷିତ ବସ୍ ଯାତ୍ରାର ଅନୁଭବ ଦେବ। ଏଇଭଳି ଅନେକ ଅତ୍ୟାଧୁନିକ ସୁବିଧା ଥିବା ଏହି ବସ୍ ସପ୍ତାହେ ମଧ୍ୟରେ କଟକରୁ କୋରାପୁଟ୍ ଜୟପୁରକୁ ଚଳାଚଳ କରିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details