ପୁରୀ:କାର୍ତ୍ତିକ ମାସ ପାଇଁ ଶ୍ରାମନ୍ଦିର ପ୍ରଶାସନ ପକ୍ଷରୁ ବଡ ସୂଚନା । ସିଂହଦ୍ୱାର ସହ ପଶ୍ଚିମ ଦ୍ୱାରରେ ପ୍ରବେଶ କରିପାରିବେ ଭକ୍ତ । ସିଂହଦ୍ୱାରରେ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ । ଆସନ୍ତା 18 ତାରିଖ ଅର୍ଥାତ (ଶୁକ୍ରବାର)ଠୁ ଶ୍ରୀମନ୍ଦିରର ଦୁଇଠି ଦ୍ବାରରେ ପ୍ରବେଶ ଏବଂ 3ଟି ଦ୍ବାରରେ ପ୍ରସ୍ଥାନ । ତେବେ ଉପରୋକ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା । ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ । ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି । ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ । ସିଂହଦ୍ବାର ଦେଇ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ଅଛି କି ସୁଡ଼ଙ୍ଗ ? 2-4 ଦିନରେ ଆସିବ GPR ସର୍ଭେ ରିପୋର୍ଟ
ଶୁକ୍ରବାରଠୁ ଦୁଇ ଦ୍ବାରରେ ଶ୍ରୀମନ୍ଦିର ପ୍ରବେଶ-
- କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା
- ୧୮ ତାରିଖରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ
- ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ
- ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ
ପୁରୀ ମନ୍ଦିର ପ୍ରଶାସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇ କହିଛି କି, କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନିମ୍ନ ଦର୍ଶନ ଶୃଙ୍ଖଳା ଗ୍ରହଣ କରାଯାଇଛି ।
1. ଆସନ୍ତା ଅକ୍ଟୋବର 18 ତାରିଖରୁ କେବଳ ସିଂହଦ୍ବାର ଏବଂ ପଶ୍ଚିମ ଦ୍ବାରରେ ପ୍ରବେଶ ଅନୁମିତି ଦିଆଯିବ
2. ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ 3 ଦ୍ବାରରେ ପ୍ରସ୍ଥାନ କରିପାରିବେ