ETV Bharat / state

ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି ମା' ସମଲେଶ୍ୱରୀ - MAA SAMALESWARI TEMPLE

କୁମାର ପୂର୍ଣ୍ଣିମା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

MAA SAMALESWARI TEMPLE
MAA SAMALESWARI TEMPLE (ETV Bharat Odisha)
author img

By ETV Bharat Odisha Team

Published : Oct 16, 2024, 11:01 PM IST

ସମ୍ବଲପୁର: ଆଜି ହେଉଛି କୁମାର ପୂର୍ଣ୍ଣିମା ବା ଦଶହରା ପୂର୍ଣ୍ଣିମା l ଆଉ ପ୍ରତ୍ୟେକ ବର୍ଷ ଆଜିର ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ରାଜରାଜେଶ୍ୱରୀ ବେଶ ବା ମହାରାଣୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି l ଏହି ପରମ୍ପରା ଶହ ଶହ ବର୍ଷ ପୁରୁଣା l ରାଜା ରାଜୁଡା ଅମଳରୁ ଏହି ପରମ୍ପରା ଚାଲି ଆସିଛି l ତ୍ରେତୟା ଯୁଗରେ ମଧ୍ୟ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କଲା ପରେ ମା' ଦୁର୍ଗାଙ୍କ ଏହି ବେଶର ଦର୍ଶନ କରି ପୂଜା କରିଥିଲେ ବୋଲି ବିଶ୍ୱାସ ରହିଥିବା ପୂଜକ କୁହନ୍ତି l

ମା' ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ:

ଆଜି ମଧ୍ୟ ଅପରାହ୍ନ 1 ଟାରୁ ସାଢେ 3 ଟା ପର୍ଯ୍ୟନ୍ତ ମା'ଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ଅଳଙ୍କାରରେ ଅଭୁଷିତ କରାଯାଇ ମା' ସମଲେଶ୍ୱରୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥିଲା l ଏହା ପରେ ଅପରାହ୍ନ 4 ଟା ପରେ ଶ୍ରଦ୍ଧାଳୁମାନଙ୍କୁ ମା'ଙ୍କ ଦର୍ଶନ ପାଇଁ ଛଡା ଯାଇଥିଲା l ମା'ଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି l ଏଥିପାଇଁ ଆଜି ମା'ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା l ଏହି ଅବସରରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l

MAA SAMALESWARI TEMPLE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...କୁଆଁରୀମାନେ କାହିଁକି ପାଳନ କରନ୍ତି 'ଜହ୍ନିଓଷା' ? ଆସନ୍ତୁ ଜାଣିବା...

ଏହା ମଧ୍ୟ ପଢନ୍ତୁ ...କାର୍ତ୍ତିକ ମାସ ପାଇଁ ବଡ ପଦକ୍ଷେପ, 18ରୁ ଦୁଇ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ, ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା

ଏହା ମଧ୍ୟ ପଢନ୍ତୁ ...କୁମାର ପୂର୍ଣ୍ଣମୀରେ ନିଆରା କୋଠି ପୂଜା, ନାଚଗୀତରେ ଦୁଲୁକୁଛି ଗାଁ

MAA SAMALESWARI TEMPLE
MAA SAMALESWARI TEMPLE (ETV Bharat Odisha)

ଧ୍ୱଜା ପରିବର୍ତ୍ତନ ପରମ୍ପରା:

ଆଜିର ଦିନରେ ପ୍ରତ୍ୟେକ ବର୍ଷ ମା'ଙ୍କ ମନ୍ଦିରର ଧ୍ୱଜା ପରିବର୍ତ୍ତନ କରିବାର ପରମ୍ପରା ରହିଛି l ଆଜି ରାତି ସାଢେ 7 ଟା ପରେ ପାରମ୍ପରିକ ରୀତିନୀତିରେ ପୂଜା ସରିଲା ପରେ ଝଣ୍ଡା ପୂଜା କରାଯାଇ ଝଣ୍ଡାକୁ 3 ଥର ବେଢା ପରିକ୍ରମା କରାଗଲା ପରେ ରାତି ପ୍ରାୟ 8 ଟା ସମୟରେ ମା'ଙ୍କ ମନ୍ଦିରର ପୁରୁଣା ଝଣ୍ଡା ବା ଧ୍ୱଜାକୁ ଓହ୍ଲାଇ ନୂତନ ଧ୍ୱଜାରୋହଣ କରାଯିବ l ଏହି ଅବସରରେ ଆଖଡ଼ା ଖେଳର ପ୍ରଦର୍ଶନ କରାଯିବ l ଏହି ଦିନ ମା'ଙ୍କ ପୁରୁଣା ଧ୍ୱଜାର କିଛି ଅଂଶ ଶ୍ରଦ୍ଧାଳୁ ମାନେ ନିଜ ଘରକୁ ନିଅନ୍ତି l ଏହା ଦ୍ୱାରା ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି l

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.