ଓଡିଶା

odisha

ETV Bharat / state

ଖୋଲିଲା ଚାରିଦ୍ବାର, ଗଞ୍ଜାମରୁ ବାହାରିଲା ଶ୍ରୀଜଗନ୍ନାଥ ସେନାର ଧନ୍ୟବାଦ ଯାତ୍ରା - Shree Jagannath Sena Start March - SHREE JAGANNATH SENA START MARCH

Shree Jagannath Sena: ବ୍ରହ୍ମପୁର ସହରରୁ ପୁଣିଥରେ ଆରମ୍ଭ ହୋଇଛି ଧନ୍ୟବାଦ ଯାତ୍ରା । ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ନେଇ ସନ୍ତୋଷ ପ୍ରକଟ କରିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବିକୁ ଦୋହରାଇଛି ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ

Shree Jagannath Sena
Shree Jagannath Sena (ETV Bharat Odisha)

By ETV Bharat Odisha Team

Published : Jun 16, 2024, 8:06 AM IST

ବ୍ରହ୍ମପୁର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ଧନ୍ୟବାଦ ଯାତ୍ରାକୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରୁ ପୁଣିଥରେ ଶୁଭାରମ୍ଭ କରିଛନ୍ତି ଶ୍ରୀଜଗନ୍ନାଥ ସେନା । ପୂର୍ବରୁ ବ୍ରହ୍ମପୁର ସହରରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ନେଇ ଅଭିଯାନ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ସଫଳ ହୋଇଛି । ରାଜ୍ୟରେ ନୂତନ ସରକାର ଗଠନ କରିଥିବା ବିଜେପି ନେତୃତ୍ବାଧୀନ ସରକାର ଶ୍ରୀମନ୍ଦିର ଚାରି ଦୁଆର ଖୋଲି ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇବା ସହିତ ସମସ୍ତ ଶ୍ରେୟ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଯିବ ବୋଲି କୁହାଯାଇଛି ।

Shree Jagannath Sena (ETV Bharat Odisha)

ବୋଲି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସରକାର ଚାରି ଦୁଆରକୁ ବନ୍ଦ ରଖି ଭକ୍ତମାନଙ୍କୁ ଯେଉଁଭଳି ଭାବେ କଲବଲ କରୁଥିଲେ ତାହାର ଜବାବ ଓଡ଼ିଶାବାସୀ ବିଜେଡି ସରକାରଙ୍କୁ ନିର୍ବାଚନରେ ଦେଇଛନ୍ତି । ମହାପ୍ରଭୁଙ୍କ ନିକଟରେ ଭକ୍ତ ହେଉଛି ମହାନ ଭକ୍ତ ଯେତେବେଳେ କଷ୍ଟ ପାଆନ୍ତି ସେତେବେଳେ ମହାପ୍ରଭୁ ଅସହ୍ୟ ହୁଅନ୍ତି । ତେଣୁ ମହାପ୍ରଭୁଙ୍କ କୋପରୁ ବିଜେଡି ସରକାରଙ୍କ ପତନ ଘଟିଲା ବୋଲି କୁହାଯାଇଛି । ଗଞ୍ଜାମ ମାଟିରୁ ଶ୍ରୀଜଗନ୍ନାଥ ସେନା ଗତ ସେପ୍ଟେମ୍ବର ୮ ତାରିଖରୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଏଣୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ କାଞ୍ଚି ଲୁଟେରା ତାମିଲ ନନା ଗିରଫ ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ବ୍ରହ୍ମପୁରରେ ରହିଥିବ ।

ଏହା ମଧ୍ୟ ପଢନ୍ତୁ...53ବର୍ଷ ପରେ; ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା - Ratha Yatra 2024

ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଭକ୍ତ ଅଭିଯାନ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଇ ସମଗ୍ର ଓଡ଼ିଶା ଭ୍ରମଣ କରିଥିଲା । ଫଳରେ ଓଡ଼ିଶାବାସୀ ବିଜେଡି ସରକାରଙ୍କ ବାସ୍ତବତା ଜାଣି ଉଚିତ ଜବାବ ଦେଲେ । ସେଥିପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେବାକୁ ଏହି ଭକ୍ତ ଜନ ସମ୍ପର୍କ ଧନ୍ୟବାଦ ଯାତ୍ରା ଆରମ୍ଭ ହୋଇଛି । ବ୍ରହ୍ମପୁରରେ ଏହା ସମଗ୍ର ଜିଲ୍ଲାରେ ବୁଲିବ। ପରେ ଓଡ଼ିଶାର ପୁରପଲ୍ଲୀକୁ ଯାତ୍ରା କରିବ ବୋଲି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ମନୋଜ ମହାପାତ୍ର, ଆଇନଜୀବୀ ସନ୍ତୋଷ ରାଉତ, ଶ୍ରୀଜଗନ୍ନାଥ ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅବସରରେ ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଳତି କରାଯାଇ ଏହି ଦାବିକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details