ଓଡିଶା

odisha

By ETV Bharat Odisha Team

Published : Feb 15, 2024, 7:32 PM IST

ETV Bharat / state

ନୂଆ ରାହା ଦେଖାଇଲା ଗେଣ୍ଡୁ ଚାଷ, ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ

SHG Women Become Self Dependent: ପୁରୀ ଜିଲ୍ଲା କଣାସ ବ୍ଲକ୍ କଖାରୁବସ୍ତ ଗ୍ରାମର ଦଶ ଜଣ ମହିଳା ଗେଣ୍ଡୁ ଚାଷ ଦ୍ବାରା ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ମହିଳା ସଶକ୍ତୀକରଣର ଉଦାହରଣ ସାଜିଛନ୍ତି ମା' ଅନ୍ନପୂର୍ଣ୍ଣା କୃଷି କୃଷକ ସମିତିର ମହିଳାମାନେ । ଅଧିକ ପଢନ୍ତୁ

ନୂଆ ରାହା ଦେଖାଇଲା ଗେଣ୍ଡୁ ଚାଷ, ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ
ନୂଆ ରାହା ଦେଖାଇଲା ଗେଣ୍ଡୁ ଚାଷ, ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ

ନୂଆ ରାହା ଦେଖାଇଲା ଗେଣ୍ଡୁ ଚାଷ, ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ

ନିମାପଡା: କ୍ଷେତରେ ହସୁଛି ଶହ ଶହ ହଳଦିଆ ଗେଣ୍ଡୁ ଫୁଲ । ଆଉ ଏଇ ଗେଣ୍ଡୁ ଫୁଲ ଦେଖାଇଛି ଗ୍ରାମୀଣ ମହିଳାଙ୍କୁ ସ୍ବାବଲମ୍ବୀତାର ବାଟ । ପୁରୀ ଜିଲ୍ଲା କଣାସ ବ୍ଲକ୍ ବଡ଼ାସ ପଞ୍ଚାୟତ କଖାରୁବସ୍ତ ଗ୍ରାମର ଦଶ ଜଣ ମହିଳା ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଏହି ୧୦ ଜଣ ମହିଳା ମିଶି ମା’ ଅନ୍ନପୂର୍ଣ୍ଣା କୃଷି ଓ କୃଷକ ସମିତି ଗଠନ କରିଛନ୍ତି । ନିଜକୁ ରୋଜଗାରକ୍ଷମ କରିବା ପାଇଁ ସେମାନେ ଫୁଲ ଚାଷ ପ୍ରତି ମନ ବଳାଇଥିଲେ । କିନ୍ତୁ ପାଖରେ କିଛି ଅର୍ଥ ନ ଥିବାରୁ ସେମାନେ କଣାସ କୃଷକ ଉତ୍ପାଦନ କମ୍ପାନୀ ସହାୟତାରେ ପ୍ରଥମେ ୩୦ହଜାର ଟଙ୍କା ଆର୍ଥିକ ସହାୟତାରେ ଗେଣ୍ଡୁ ଫୁଲ ଚାଷ କରିଥିଲେ । ଫୁଲଚାରା କୋଲକାତାରୁ ମଗାଇଥିଲେ । ନିଜର ଘରକାମ ସାରି ନିଜର ବଳକା ସମୟର ସଦୁପଯୋଗ କରିବା ପାଇଁ ସେମାନେ ଗେଣ୍ଡୁ ଚାଷ ଆରମ୍ଭ କରିଥିଲେ ।

ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ସହାୟତା ମିଳିପାରୁନଥିବା ବେଳେ 2021ମସିହାରେ ଫାର୍ମର ପ୍ରଡ୍ୟୁସର କମ୍ପାନୀ 1685 ଜଣ ସଭ୍ୟାଙ୍କୁ ନେଇ 176 ଟି ଗ୍ରୁପ କରି ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଛି ବୋଲି କହିଛନ୍ତି କୃଷି କୃଷକ ଉତ୍ପାଦକ ନିର୍ଦ୍ଦେଶକ । ଗାଁ ଗହଳି ସୁଧ ଠାରୁ କମ୍ ସୁଧରେ ସମନ୍ବିତ ଅର୍ଥ ଲଗାଣକାରି ସଂସ୍ଥା ଅର୍ଥ ଦେଉଥିବାରୁ ମହିଳାମାନେ ଗେଣ୍ଡୁ ଫୁଲ ଚାଷ କରି ଏବେ ନିଜ ଗୋଡ଼ରେ ନିଜେ ଛିଡା ହୋଇପାରିଛନ୍ତି । ପ୍ରଥମେ 30 ହଜାର ଟଙ୍କା ଋଣ କରି ଆରମ୍ଭ କରିଥିବା ଫୁଲ ଚାଷ ଦ୍ବାରା ସେମାନେ ଲକ୍ଷାଧିକ ଟଙ୍କା ଲାଭ କରିସାରିଲେଣି ।

ଏହା ମଧ୍ୟ ପଢନ୍ତୁ ...ନୂଆ ରାହା ଦେଖାଇଲା ଷ୍ଟ୍ରବେରୀ ଚାଷ, ସ୍ବାବଲମ୍ବୀ ହେବେ ଏସଏଚଜି ମହିଳା

ଏହି ଫୁଲର ବିକ୍ରି ବଟାରେ ପରିବାର ଲୋକ ସହଯୋଗ ମଧ୍ୟ କରୁଛନ୍ତି । ଏହି ଗେଣ୍ଡୁ ଫୁଲଗୁଡିକୁ ପୁରୀ, ଖୋର୍ଦ୍ଧା, ନିରାକାରପୁର, ଜଟଣୀ ଓ ଭୁବନେଶ୍ବରରେ ବିକ୍ରି କରି ଦିନକୁ ଏବେ ୨ ରୁ ୩ ହଜାର ଟଙ୍କା ଯାଏଁ ରୋଜଗାର କରୁଛନ୍ତି । ଅନ୍ୟ କୌଣସି ଚାଷ ଅପେକ୍ଷା ଗେଣ୍ଡୁ ଚାଷରେ ଅଧିକ ଲାଭ ମିଳୁଥିବାରୁ ସେମାନେ ଏଥି ପ୍ରତି ମନ ବଳାଇଛନ୍ତି । ଆଜିର ନାରୀ ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁନ୍ତି । ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଆର୍ଥିକ ରୂପେ ରୋଜଗାରକ୍ଷମ ହେଉଛନ୍ତି ମହିଳା । ଏଭଳି ଏକ ଉଦାହରଣ ସାଜିଛନ୍ତି ମା' ଅନ୍ନପୂର୍ଣ୍ଣା କୃଷି କୃଷକ ସମିତିର ମହିଳାମାନେ । ଘରେ ଖାଲିରେ ନ ବସି ଗ୍ରାମୀଣ ମହିଳା ମାନେ ଗେଣ୍ଡୁ ଚାଷ କରିବା ମହିଳା ସଶକ୍ତୀକରଣର ଏକ ନିଚ୍ଛକ ଉଦାହରଣ ପାଲଟିଛି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details