ରାଉରକେଲା: ସନ୍ଦେଶଖାଲି ହିଂସା ଘଟଣା । ଗିରଫ ହୋଇଛନ୍ତି ଟିଏମସି ନେତା ଶାହାଜାହାନ ଶେଖ । ସେପଟେ ଶାହଜହାନଙ୍କ ସହଯୋଗୀ ଅମୀର ଅଲ୍ଲୀ ରାଉରକେଲାରେ ଧରାପଡ଼ିଛି। ଆମୀରର ପୁଅ ରାଉରକେଲାର ଏକ କଲେଜରେ ପଢୁଥିବା ଜଣାପଡ଼ିଛି । ତେବେ ପୁଅକୁ ଭେଟିବାକୁ ଆସିଥିବାବେଳେ ପଶ୍ଚିମବଙ୍ଗ ପୋଲିସ ଅମୀରକୁ ଗିରଫ କରିଛି। ରାଉରକେଲା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ସେକ୍ଟର 3 ରେ ଅମୀରକୁ ପିଛା କରିବା ପରେ ଗିରଫ କରିଥିବା ସୂଚନା ରହିଛି ।
ସୂଚନା ଅନୁସାରେ, ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଅମୀରକୁ କାବୁ କରିଥିଲା ପଶ୍ଚିମବଙ୍ଗ ପୋଲିସ। ବର୍ତ୍ତମାନ ହେପାଜତରେ ଥିବା ଶାହାଜାହାନ ଶେଖର ସହଯୋଗୀମାନେ ଅପରାଧିକ କାର୍ୟ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ତଦନ୍ତ ଚାଲିଛି । ଅମୀର ଅଲ୍ଲୀ ମଧ୍ୟ ହିଂସା ଓ ଜମି ହଡ଼ପ ମାମଲାରେ ଶାହାଜାହାନ ଶେଖର ସହଯୋଗୀ ଥିଲା । ତା ନାଁରେ ଅନେକ ଅଭିଯୋଗ ରହିଥିବାବେଳେ ସେ ଫେରାର ରହିଥିଲା । ପଶ୍ଚିମବଙ୍ଗର ସନ୍ଦେଶଖାଲି ଗାଁରେ ହିଂସା ଓ ଜମି ହଡ଼ପ ଅଭିୟୋଗରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଖୋଜୁଥିଲା ପୋଲିସ । ହେଲେ ସେ ଦୀର୍ଘ ଦିନ ଧରି ଫେରାର ଥିବାବେଳେ ଶେଷରେ ଗୁରୁବାର ସକାଳେ ଗିରଫ ହୋଇଛି।
ଏହା ମଧ୍ୟ ପଢନ୍ତୁ...ସରିଲା ଲୁଚକାଳି ଖେଳ, ସନ୍ଦେଶଖାଲି ହିଂସା ମାଷ୍ଟରମାଇଣ୍ଡ ଶାହାଜାହାନ ଶେଖ ଗିରଫ