ଓଡିଶା

odisha

ETV Bharat / state

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ, ପୁଣି ଜଣେ ନାବାଳିକା ଉଦ୍ଧାର

ଖଣ୍ଡଗିରି ଅଞ୍ଚଳରେ ଚାଲିଥିବା ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ୪ ଯୁବତୀ ଅଟକ, ରାଣୀ ମହୁମାଛି ଫେରାର ।

SEX RACKET BUSTED IN BHUBANESWAR
SEX RACKET BUSTED IN BHUBANESWAR (ETV Bharat Odisha)

By ETV Bharat Odisha Team

Published : Nov 29, 2024, 3:54 PM IST

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ହାଇପ୍ରୋଫାଇଲ ସେକ୍ସ ରାକେଟ । ଖଣ୍ଡଗିରି ଅଞ୍ଚଳରୁ ଠାବ ହୋଇଛି ରାକେଟ । ଖଣ୍ଡଗିରି କସମୋପଲିସି ପାଖାପାଖି ସମବାୟ ନଗରରେ ଥିବା HIG D4/2 ନଂ ଭଡ଼ା ଘରୁ ଠାବ ହୋଇଛି ସେକ୍ସ ରାକେଟ । ତେବେ ଏହି ଘଟଣାରେ ପୋଲିସ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକା ଥିବା ସୂଚନା ମିଳିଛି ।

ଭଡ଼ା ଘରେ ଚାଲିଥିଲା ଅନୈତିକ କାର୍ଯ୍ୟ:

ଏନେଇ ଜୋନ ୩ ଏସିପି ତାପସ ରଞ୍ଜନ ପ୍ରଧାନଙ୍କ କହିଛନ୍ତି, ‘ଏକ ବିଶ୍ବସ୍ତ ସୁତ୍ରରୁ ପୋଲିସକୁ ଖବର ମିଳିଥିଲା । ଖଣ୍ଡଗିରି ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିଲା । ଖବର ପାଇ ପୋଲିସ ସେହି ଭଡ଼ା ଘରେ ଚଢାଉ କରିିଥିଲା । ସେଠାରୁ କିଛି ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସେମାନଙ୍କର ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା । ଏନେଇ ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି ଯେ ସେଠାରେ ଯୁବତୀମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଯାଉଥିଲା । ୪ ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ରହିଛି ।’

SEX RACKET BUSTED IN BHUBANESWAR (ETV Bharat Odisha)


ଚମ୍ପଟ ମାରିଲା ରାଣୀ ମହୁମାଛି:

ପୋଲିସ ପହଞ୍ଚିବା ପୂର୍ବରୁ ଏହି ରାକେଟର ମୁଖ୍ୟ ବା କିଙ୍ଗପିନ ଯେ କି ରାଣୀ ମହୁମାଛି ଚମ୍ପଟ ମିିରିଥିଲା । ଦୀର୍ଘ କିଛି ଦିନ ହେବ ଏହି ରାକେଟ୍ ସକ୍ରିୟ ରହିଥିଲା‌ । ଅନେକ ସମୟରେ ଏକାଧିକ ଲୋକଙ୍କ ଆତଯାତ ହେଉଥିବାର ନେଇ ସ୍ଥାନୀୟ ଲୋକେ ପୋଲିସକୁ କବର ଦେଇଥିଲେ । ଯାହାକୁ ଆଧାର କରି ପୋଲିସ ସେଠାରେ ରେଡ କରିଥିଲା । ସେହିପରି ପୂର୍ବରୁ କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ହୋଇଥିଲା । ତାକୁ ମଧ୍ୟ ଅନୈତିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ପୋଲିସ ସୂଚନା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ...ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ବଢ଼ିଲା ଗିରଫ ସଂଖ୍ୟା

ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ୱରର ଏକ ସ୍ପା’ ସେଣ୍ଟରୁ ଯୁବତି ଉଦ୍ଧାର, ଅନୈତିକ କାମ କରାଉଥିଲେ ସ୍ପା ମାଲିକ

ଏହା ମଧ୍ୟ ପଢନ୍ତୁ...ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ଦଲାଲ ସ୍ବାମୀ-ସ୍ତ୍ରୀ ଗିରଫ

ଆକ୍ସନ ମୋଡରେ ପୋଲିସ:

କଟକ ଓ ଭୁବନେଶ୍ୱରରେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଆକ୍ସନ ମୋଡରେ ପୋଲିସ । ଏପରି ନାବାଳିକାଙ୍କୁ ନେଇ ଚାଲୁଥିବା ଅନୈତିକ କାରବାର ଉପରେ ଛାନଭିନ ଆରମ୍ଭ କରିଛି ପୋଲିସ । ଆର୍ଥିକ ଓ ପାରିବାରିକ ପରିସ୍ଥିତି ଦେଖି ଦଲାଲମାନେ ସେମାନଙ୍କୁ ଆଣି ଏପରି ଭୁବନେଶ୍ୱର ଭଳି ସହରରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ପୋଲିସ ସନ୍ଦେହ କରିଛି ।


ଇଟିଭି ଭରତ, ଭୁବନେଶ୍ବର

ABOUT THE AUTHOR

...view details