ଓଡିଶା

odisha

By ETV Bharat Odisha Team

Published : Jan 25, 2024, 10:55 PM IST

ETV Bharat / state

ପଦ୍ମ ଧରିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

Ardhendu Das Joins BJP: ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ରାଜ୍ୟରେ ଜଣେ ଚର୍ଚ୍ଚିତ ସମ୍ପାଦକ ଭାବେ ପରିଚିତ ଅର୍ଦ୍ଧେନ୍ଦୁ ଏବେ ରାଜନୀତିରେ ନିଜର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ
ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ ବିଦ୍ଧିବଧ ଭାବେ ସାମିଲ ହୋଇଛନ୍ତି ଅର୍ଦ୍ଧେନ୍ଦୁ । ଏହି ମିଶ୍ର ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ନେତା ଦଳୀୟ କର୍ମୀ ଉପସ୍ଥିତି ଥିଲେ ।

ଏହା ସହ ଏହି ମିଶ୍ରଣ ପର୍ବରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ ବୃଦ୍ଧି ପାଇ ଚାଲିଛି । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି । ଏହା ବିତାଡିତ ହେବା ଆବଶ୍ୟକ । ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ ଇଞ୍ଜିନ ସରକାର ଗଠନ କରିବ । ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ‘‘ଲୋକମାନଙ୍କ ପାଇଁ କାମ କରିବା ମୋର ପ୍ରଥମ ଲକ୍ଷ୍ୟ । ତେଣୁ ମୁଁ ଲୋକଙ୍କ ପାଇଁ କାମ କରିବା ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛି । ରାଜ୍ୟରେ ଯେଉଁ ସରକାର ଚାଲିଛି, ଏ ସରକାର ବିଦା ହେବା ଦରକାର । ଏହି ସରକାର ପ୍ରତ୍ୟେକ ଦିନ ଗଣତନ୍ତ୍ରର ମୂଲ୍ୟବୋଧକୁ ହତ୍ୟା କରୁଛି । ଏହି ୨୫ବର୍ଷର ବିଜେଡି ସରକାରରେ ଶିଉଳି ଲାଗିଗଲାଣି, ଏହାକୁ ସଫା କରିବା ଦରକାର ନଚେତ ପାଣି ବି ବିଷାକ୍ତ ହୋଇପଡିବ ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details