ଓଡିଶା

odisha

By ETV Bharat Odisha Team

Published : Jul 16, 2024, 4:14 PM IST

ETV Bharat / state

ଶିକ୍ଷାମନ୍ତ୍ରୀଙ୍କ କଥା ମାନୁନି ଶିକ୍ଷା ବିଭାଗ ! ବଦଳିଲେ ସରକାର, ବଦଳୁନି ସରକାରୀ କର୍ମଚାରୀଙ୍କ ମନୋଭାବ - Demanding Money For Certificate

Demand of Money For Certificate issue: ଟଙ୍କା ଦିଅ ସାର୍ଟିଫିକେଟ ନିଅ । ଟଙ୍କା ନଦେଲେ ସାର୍ଟିଫିକେଟ ମିଳିବନି । ସ୍କୁଲରୁ ସାର୍ଟିଫିକେଟ ନେବାବେଳେ ଏଭଳି କହୁଛନ୍ତି ସ୍କୃଲ କତ୍ତୃପକ୍ଷ । ଆସିଛି ସଂଘାତିକ ଅଭିଯୋଗ । ନୂଆ ସରକାରଙ୍କ ଶିକ୍ଷାମନ୍ତ୍ରୀ କହିଥିଲେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବନି । ଅଧିକ ପଢ଼ନ୍ତୁ

ଟଙ୍କା ନଦେଲେ ସାର୍ଟିଫିକେଟ ନାହିଁ
ଟଙ୍କା ନଦେଲେ ସାର୍ଟିଫିକେଟ ନାହିଁ (ETV Bharat Odisha)

ପାରଳାଖେମୁଣ୍ଡି:ଟଙ୍କା ଦିଅ ସାର୍ଟିଫିକେଟ ନିଅ । ଟଙ୍କା ନଦେଲେ ମିଳିବନି ସାର୍ଟିଫିକେଟ । ସରକାରୀ ନିୟମକୁ ଫୁ କରି ବିଦ୍ୟାଳୟରେ ଚାଲିଛି ମନମାନି । ସରକାର ବଦଳିଲେ, କିନ୍ତୁ ସରକାରୀ କର୍ମଚାରୀଙ୍କ ମନୋଭାବ ବଦଳିନି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଶିକ୍ଷା ବିଭାଗରେ । ହାଇସ୍କୁଲରୁ ମାଟ୍ରିକ ପାସ କରିଥିବା ପିଲାଙ୍କୁ ପ୍ରମାଣପତ୍ର ଦେବା ପାଇଁ ନିଆଯାଉଛି ହାତଗୁଞ୍ଜା । ସ୍କୁଲରୁ ସାର୍ଟିଫିକେଟ ନେବାକୁ ହେଲେ ଦେବାକୁ ପଡ଼ିବ ହାତଗୁଞ୍ଜା । ନହେଲେ ଦିଆଯିବନି ପ୍ରମାଣପତ୍ର । ଏଭଳି ଅଭିଯୋଗ ଆସିବା ପରେ ଖୋଦ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଛନ୍ତି । ପ୍ରାଥମିକ ତଦନ୍ତରୁ ହାତଗୁଞ୍ଜା ନିଆଯାଉଥିବା କଥା ସ୍ପଷ୍ଟ ହୋଇଛି ।

ଟଙ୍କା ନଦେଲେ ସାର୍ଟିଫିକେଟ ନାହିଁ (ETV Bharat Odisha)

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ରହିଛି କାଶୀନଗର ବ୍ଲକ ଅଧିନସ୍ଥ ରାଣୀପେଣ୍ଠ ସରକାରୀ ହାଇସ୍କୁଲ । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ 250ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ୨୦୨୪ ମାଟ୍ରିକ ପରୀକ୍ଷାରେ ଏହି ସ୍କୁଲର ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ +2ରେ ନାମ ଲେଖାଇବା ପାଇଁ ସ୍କୁଲ ପ୍ରମାଣପତ୍ର ଆବଶ୍ୟକ ରହିଥିବାରୁ ଏହାକୁ ନେବା ପାଇଁ ସ୍କୁଲରେ ଛାତ୍ରଛାତ୍ରୀମାନେ ଭିଡ ଜମାଉଛନ୍ତି । ଏହାର ଫାଇଦା ନେଇ ପ୍ରତ୍ୟେକ ପିଲାଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ସ୍କୁଲ କର୍ତ୍ତୃପକ୍ଷ ଦାବି କରୁଛନ୍ତି । ଟଙ୍କା ନଦେଲେ ପିଲାଙ୍କୁ ପ୍ରମାଣପତ୍ର ଦେଉନାହାନ୍ତି । ବାରମ୍ବାର ଯିବା ପରେ ମଧ୍ୟ ପ୍ରମାଣପତ୍ର ପାଉନଥିବା ପିଲା ବାଧ୍ୟ ହୋଇ ହାତଗୁଞ୍ଜା ଦେଇ ପ୍ରମାଣପତ୍ର ନେଉଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଟ୍ବିଷ୍ଟ: ଅଭିଯୋଗକାରୀ ASO ବୈକୁଣ୍ଠ‌ ପ୍ରଧାନଙ୍କ ବଦଳି - ASO Baikuntha Transferred

ସରକାର ସବୁ ସ୍ତରରେ ଦୁର୍ନୀତି ହଟାଇବାକୁ ଗୁରୁତ୍ବ ଦେଉଥିବା ବେଳେ ଏକ ଶିକ୍ଷାନୁଷ୍ଠାନରେ ଏଭଳି ଖୋଲା ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ସରକାରଙ୍କ ଆଭିମୁଖ୍ୟକୁ ଏମାନେ କିଭଳି ପାଳନ କରୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଣିମାଳା କହିଛନ୍ତି ଯେ, ପ୍ରତିବର୍ଷ ପିଲାମାନେ ମାଟ୍ରିକ ପରେ ପ୍ରମାଣପତ୍ର ନେବା ବେଳେ ଖୁସିରେ କିଛି ଦେଉଛନ୍ତି । ଏବର୍ଷ ମଧ୍ୟ ତାହା ହୋଇଛି ବୋଲି କହି ସଫେଇ ଦେଇଛନ୍ତି । ସେପଟେ ଖବର ପାଇ ସଂପୃକ୍ତ ସ୍କୁଲରେ ପହଞ୍ଚିଥିଲେ ଜିଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁ । ଅଭିଯୋଗ ସଂପର୍କରେ ଆଲୋଚନା କରିବା ସମୟରେ ପିଲାଙ୍କ ଠାରୁ ହାତଗୁଞ୍ଜା ନିଆଯାଉଥିବା ଜାଣିବାକୁ ପାଇଥିଲେ । ଏଭଳି ହୀନ କାମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁର୍ନୀତି ମୁକ୍ତ ନାରା ଦେଇ ମୋହନ ସରକାର ଶାସନକୁ ଫେରିଛନ୍ତି । ସରକାର ବଦଳିଥିଲେ ମଧ୍ୟ ସରକାରୀ କର୍ମଚାରୀଙ୍କ ମାନସିକତା ବଦଳି ପାରିନାହିଁ । ତେଣୁ ଏହା କିଭଳି ବଦଳିବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details