ଓଡିଶା

odisha

ETV Bharat / state

ଭିନ୍ନକ୍ଷମ ହେବେ ସକ୍ଷମ; ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କଲେ ମନ୍ତ୍ରୀ - Minister Nityananda Gond - MINISTER NITYANANDA GOND

Scheme For Children With Disabilities: ଭିନ୍ନକ୍ଷମଙ୍କ ଉପରେ ସରକାରଙ୍କ ବିଶେଷ ଦୃଷ୍ଟି । ଭିନ୍ନକ୍ଷମଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁଥିରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭିନ୍ନକ୍ଷମଙ୍କ ପାଇଁ ହୋଇଥିବା ଚିକିତ୍ସା ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ । ଅଧିକ ପଢନ୍ତୁ

Minister Nityananda Gond
Minister Nityananda Gond (ETV Bharat Odisha)

By ETV Bharat Odisha Team

Published : Aug 19, 2024, 10:52 PM IST

ଭୁବନେଶ୍ବର: ରାଜ୍ୟରେ ଭିନ୍ନକ୍ଷମ ପିଲାଙ୍କୁ ସଠିକ ଚିକିତ୍ସା ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରିଛି । ଏହି ବର୍ଗ ଲାଗି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଭୁବନେଶ୍ବରେ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ଥିବା ନ୍ୟାସନାଲ କ୍ୟାରିଅର ସର୍ଭିସ ସେଣ୍ଟର ପରିଦର୍ଶନ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ଭିନ୍ନକ୍ଷମଙ୍କୁ ଆହୁରି ସକ୍ଷମ କରିବା ଲାଗି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି ।

ଭିନ୍ନକ୍ଷମ ହେବେ ସକ୍ଷମ; ଚିକିତ୍ସା ପାଇଁ ଯୋଜନା ଆଣୁଛନ୍ତି ସରକାର (ETV Bharat Odisha)

ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ:-

ଭିନ୍ନକ୍ଷମ ପିଲାମାନକର ଚିକିତ୍ସା ପାଇଁ ଯେଉଁ ଯୋଜନା କରାଯାଉଛି ତାହାର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ସେମାନଙ୍କର ଭଲ ସେବା ବା ଯୋଜନା ହେଇପାରିବ ସେନେଇ ମଧ୍ୟ ପଦକ୍ଷେପ ନିଆଯାଉଛି । ଅଧିକରୁ ଅଧିକ ପିଲାମାନେ ଆସିବା ନେଇ ପ୍ରଚାର ପ୍ରସାର ନେଇ ଆବଶ୍ୟକତା ରହିଛି । ଏପରି ଭାବରେ ଅନେକ ପିଲାମାନେ ରହିଛନ୍ତି ଯାହାର ପରିବାର ବର୍ଗ ମାନେ ଚିକିତ୍ସା କ୍ଷେତରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଅଟନ୍ତି । ସେମାନଙ୍କୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବାକୁ ପଦକ୍ଷେପ ନିଆଯାଉଛି । ସେମାନଙ୍କୁ ଏଭଳି ସମସ୍ତ ସୁବିଧା ଦେବା ଆବଶ୍ୟକ । ଯାହା ଫଳରେ ଭିନ୍ନକ୍ଷମ ଅକ୍ଷମ ସେମାନେ ଆଗାମୀ ଦିନରେ ସକ୍ଷମ ହୋଇପାରିବେ ସେନେଇ ବିଭାଗ ତତ୍ପରତା ରହିଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

'ପିଲାଙ୍କ ପାଠପଢ଼ାକୁ ନେଇ ସ୍କୁଲ ଅପଗ୍ରେଡ କରାଯାଉଛି'

ଏହା ସହ ସେ ଆହୁରି କହିଛନ୍ତି, "ପିଲାଙ୍କ ପାଠପଢ଼ାକୁ ନେଇ ସ୍କୁଲ ଅପଗ୍ରେଡ କରାଯାଉଛି । ଅନେକ ସ୍କୁଲଠାରୁ କଲେଜ ବହୁ ଦୂରରେ ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ପାଠପଢା ଅଧାରୁ ଛାଡୁଛନ୍ତି । ଯାହାଦ୍ଵାରା ଅନେକ ପିଲାମାନେ ଉଚ୍ଚ ଶିକ୍ଷା ପଢ଼ିବା ପାଇଁ ମନ ବଳାଉନାହାନ୍ତି । ତେଣୁ ଗଣଶିକ୍ଷା ବିଭାଗ ଏନେଇ ଅନେକ ସ୍କୁଲ ଗୁଡିକକୁ ଅପଗ୍ରେଡ କରାଯାଉଛି । ଯେଉଁ ଅଞ୍ଚଳରେ ହାୟର ସେକେଣ୍ଡାରି କି ହାଇସ୍କୁଲ ନାହିଁ, ସେହିଠାରେ ସ୍କୁଲଗୁଡ଼ିକ ଅପଗ୍ରେଡ କରାଯିବ ।"

'ଗରିବ ପିଲାଙ୍କୁ ଦୂରକୁ ଯିବାକୁ ପଡ଼ିବନି'

ଆଗାମୀ ଦିନରେ SC ST ସ୍କୁଲ ମଧ୍ୟ ଅପଗ୍ରେଡ କରାଯିବ । ଏମିତିକି ଆଉ ଗରିବ ପିଲାଙ୍କୁ ଦୂରକୁ ଯିବାକୁ ପଡ଼ିବ ନାହିଁ । ଏହାଦ୍ବାରା ଡ୍ରପଆଉଟ ମଧ୍ୟ କମିବ । ବର୍ତ୍ତମାନ ୯୨ଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲ ଅପଗ୍ରେଡ ହୋଇଛି । ଆଗାମୀ ଦିନରେ ୧୦୦ରୁ ଅଧିକ ଅପଗ୍ରେଡ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ଏହା ବି ପଢନ୍ତୁ- ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ସ୍ନେହର ଡୋରି ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details