ରାୟଗଡା:ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମହାଦୁର୍ନୀତି । ନିର୍ମାଣ ଶ୍ରମିକଙ୍କ ମରଣାନ୍ତର ସହାୟତା କୋଟି କୋଟି ଟଙ୍କା ଆତ୍ମସାତ । ଚଞ୍ଚକତାର ସହ କରାଯାଇଛି ସମସ୍ତ ପ୍ରକ୍ରିୟା । ଜିଲ୍ଲାର ଚନ୍ଦ୍ରପୁର ଏବଂ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇଜଣ ବ୍ୟକ୍ତିଙ୍କ ନକଲି ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଆନ୍ଧ୍ର ପ୍ରଦେଶରେ ମୃତ ଶ୍ରମିକଙ୍କୁ ୧ବର୍ଷ ପରେ ପୁଣି ମୃତ ଦର୍ଶାଇ ଟଙ୍କା ଆତ୍ମସାତ କରଯାଇଥିବା ଅଭିଯୋଗ କରାଯାଇଛି ।
ରାୟଗଡା ଶ୍ରମ କାର୍ଯ୍ୟାଳୟରେ ମହାଘୋଟାଲା, ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ ଟଙ୍କା ଆତ୍ମସାତ (ETV Bharat Odisha) ବିଡମ୍ବନାର କଥା ଯେ ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକୃତ ୩୦ରୁ ଉର୍ଦ୍ଧ୍ୱ ଆକାଉଣ୍ଟକୁ ଲକ୍ଷଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଗେଟିଏ ବ୍ୟାଙ୍କ ଆକାଉଣ୍ଟକୁ ଏକାଧିକ ଥର ଟଙ୍କା ଦେଇ ଯୋଜନା ଭିତ୍ତିକ ରୂପେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସହାୟତା ରାଶିକୁ ବାଟମାରଣା କରିଚାଲିଛନ୍ତି । ତେବେ କାର୍ଯ୍ୟାଳୟର ଯେଉଁ ଅଧିକାରିଣୀ ଜସ୍ମିନ ଶୁଭଦର୍ଶିନୀ ସାହୁ ଏହାର ତଦାରଖ କରିବା କଥା ସେ ନିଜେ ଏଥିରେ ସମ୍ପୃକ୍ତଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡ଼ାଙ୍ଗସୋରଡା ପଞ୍ଚାୟତ ଅନ୍ତର୍ଗତ ନଉଡିଗୁଡା ଗ୍ରାମର ହରିହର ଶବର ନାମରେ ମିଥ୍ୟା ନିର୍ମାଣ ଶ୍ରମିକ କାର୍ଡ କରି ହରିଲୁଟ ହୋଇଛି । ଯେଉଁ ଦିନ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜିକରଣ ହୋଇଛି ସେହିଦିନ ହଁ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ପ୍ରମିଳା ଶବର କହିଛନ୍ତି ଯେ ମୋ ବାପା ନଭେମ୍ବର ୧ ତାରିଖ ୨୦୨୩ ମସିହାରେ ମୃତ୍ୟୁ ବରଣ କରିଥିଲେ ଓ ଏନେଇ ସେ ଚିକିତ୍ସାଳୟରୁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଦେଖାଇଥିଲେ । ଆଶ୍ଚର୍ଯ୍ୟର କଥା ତାଙ୍କ ନାମରେ ଯେଉଁ ନିର୍ମାଣ ଶ୍ରମିକ ସହାୟତା ନିମନ୍ତେ ଆବେଦନ କରିଥିବା ମୃତ୍ୟୁ ପ୍ରମାଣପତ୍ରରେ ୦୬ ଫେବୃଆରୀ ୨୦୨୪ ବୋଲି ଉଲ୍ଲେଖ ରହିଛି । ଦୁଇଟି ଯାକ ପ୍ରମାଣପତ୍ର ସ୍କାନର ମାଧ୍ୟମରେ ଯାଞ୍ଚ କଲେ ଦୁଇଟି ଯାକ ସଠିକ୍ ଥିବା ଜଣା ପଡ଼ିଛି । ତେବେ ଅର୍ଥ ଲାଳସାରେ ଏହିଭଳି ଶ୍ରମ ବିଭାଗ ଚଞ୍ଚକତା କରିଥିବା ଜଣାପଡ଼ିଛି ।
ସେହିଭଳି ମୁନିଗୁଡା ବ୍ଲକ ଆମ୍ବଦୋଳା ପଞ୍ଚାୟତ ସଦର ସ୍ଥିତ ଇନ୍ଦିରା ପଡାର ସୁଷତ ସୁନା (କୁଶୁଲିଆ) ସୁଦୂର କେରଳ ଯାଇ ସେଠାରେ ଅସୁସ୍ଥ ହେବ ପରେ ସେ ଘରକୁ ଫେରିବା ବେଳେ ବିଜୟ ୱାଡା ରେଳ ଷ୍ଟେସନରେ ଗତ ୨୦୨୨ ଜୁନ ମାସ ୧୦ ତାରିଖରେ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ରେଳ ବିଭାଗ ତରଫରୁ କେସ ନମ୍ବର ୧୩୪/୨୦୨୨ ରେ ଏକ ମାମଲା ବିଜୟୱାଡା ପୋଲିସ ତରଫରୁ କରି ଶବ ହସ୍ତାନ୍ତର ତାଙ୍କର ପରିବାର ବର୍ଗଙ୍କୁ କରାଯାଇଥିଲା । ମୃତ୍ୟୁ ପରେ ମଧ୍ୟ ୧ ବର୍ଷ ୫ ମାସ ପରେ ଜୀବିତ ଥିବା ଦର୍ଶାଇ ତାଙ୍କ ନାଁ ରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଗତ ୨୦୨୩ ମସିହା ନଭେମ୍ବର ମାସ ୧୧ ତାରିଖରେ କରାଯାଇ ପୁଣି ୨୦୨୩ ମସିହା ନଭେମ୍ବର ମାସ ୨୭ ତାରିଖରେ ମୃତ୍ୟୁ ଦର୍ଶାଯାଇ ତାଙ୍କ ପୁଅ ବୋଲି ପରିଚୟ ଦେଇ ଜନୈକ ଯୁବକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଇ ହଡ଼ପ କରାଯାଇଅଛି । ଉକ୍ତ ମୃତ ମହିଳା ସୁଶତଙ୍କ ନିର୍ଭରଶିଳ ସଦସ୍ୟ ଥାଇ ମଧ୍ୟ ଅନ୍ୟ ଜଣେ ଯୁବକଙ୍କୁ କିଭଳି ଏହି ସହାୟତା ରାଶି ଅର୍ଥ ଦିଆଯାଇଛି ।
ଏଭଳି ଗତ ଦୁଇବର୍ଷ ମଧ୍ୟରେ ଜିଲ୍ଲାରେ ୧୯୧୦ ଜଣକର ନାମରେ ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା ଦିଆଯାଇଛି । ଯାହା ପୃଥିବୀରେ ଯେଉଁ କୋଭିଡ ମହାମାରୀ ସମୟରେ ଏଭଳି ରାଜ୍ୟରେ ମୃତ୍ୟୁବରଣ କରିନାହାଁନ୍ତି । ଏହି କାର୍ଯ୍ୟରେ ଶ୍ରମ ଅଧିକାରିଣୀ ସାହୁ ଏକା ନୁହଁନ୍ତି ତାଙ୍କ ଉପରିସ୍ଥ ବା ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମୋଦନ ପରେ ହିଁ ଏହି ସହାୟତା ଅର୍ଥ ପ୍ରଦାନ କରାଯାଇଥାଏ । ଏହାର ତଦନ୍ତ ଅର୍ଥନୈତିକ ଅପରାଧ ଶାଖା କରାଯିବ ପାଇଁ ନୂତନ ଭାବେ ଦାୟିତ୍ଵ ନେଇଥିବା ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି । ସେପଟେ ଶ୍ରମ ବିଭାଗର ଅଧିକାରୀ ସ୍ଵତନ୍ତ୍ର ଅଧିକାରୀ ପ୍ରଶାନ୍ତ ବଳିୟାର ସିଂଙ୍କ ନେତୃତ୍ବରେ ଏକ ଟିମ ରାୟଗଡା ଶ୍ରମ କାର୍ଯ୍ୟ।ଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କୋରାପୁଟ ଲୋକସଭା ସଂସାଦ ସପ୍ତଗିରି ଉଲକା ଏବଂ ରାୟଗଡା ବିଧାୟକ ଆପାଲୁସ୍ଵାମୀ କଡ୍ରାକା ତୀବ୍ର ନିନ୍ଦା କରିବା ସହ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଜମାରାଶି ଆତ୍ମସାତ କଲା କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଇଟିଭି ଭାରତ, ରାୟଗଡ଼ା