ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଦୁର୍ଗନ୍ଧରେ ନାକ ଫାଟୁଛି; କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - Sanitation worker protest

Sanitation workers of Capital Hospital stage protest: ସଫେଇ କର୍ମଚାରୀମାନେ ଜିଦ୍‌ରେ ଅଟଳ ରହିଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍‌ ହୋଇପଡିଛି। ଯାହା ଦ୍ଵାରା ଦୁର୍ଗନ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ

Sanitation worker protest
Sanitation worker protest (ETV Bharat Odisha)



ଭୁବନେଶ୍ବର:ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲର ସମସ୍ତ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସେମାନଙ୍କର ବିଭିନ୍ନ ଦାବି ସହିତ ଦରମା ବୃଦ୍ଧି ଓ ଦଶହରା ସମୟରେ ବୋନସ ଦେବା ଦାବିରେ ସଫେଇ କର୍ମଚାରୀମାନେ ହସ୍ପିଟାଲର ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଏହି ଆନ୍ଦୋଳନ କାରଣରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।



ଦୁର୍ଗନ୍ଧରେ କ୍ୟାପିଟାଲ ହସ୍ପିଟାଲ:-
"ଗତକାଲି ଠାରୁ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ତେବେ ଗତକାଲି ଠାରୁ ହସ୍ପିଟାଲ ପରିସରରେ ଥିବା ଅଳିଆ ଆବର୍ଜନା ରୋଗୀ ମାନେ ବ୍ୟବହାର କରିଥିବା ମେଡ଼ିକାଲ ସାମଗ୍ରୀ ଆଦି ଯେମିତି ସେମିତି ପଡ଼ିଛି। ଏହା ଦ୍ବାରା ଦୂର୍ଗନ୍ଧରେ ନାକ ଫାଟି ଯାଉଛି। ରୋଗୀ ମାନେ ହନ୍ତସନ୍ତ ହେଲେଣି। କିଏ ନାକରେ ହାତ ଦେଇକି ଯାଉଛନ୍ତି ତ ଆଉ କିଏ ଗାମୁଛା ଦେଇ ଯାଉଛନ୍ତି । ଏହାକୁ ତୁରନ୍ତ ସଫା କରିବାକୁ," ରୋଗୀଙ୍କ ସମ୍ପର୍କୀୟ ମାନେ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ (ETV Bharat Odisha)

ସଫେଇ କର୍ମଚାରୀ ଙ୍କ ଦାବି:-
"ଦୀର୍ଘ ଦିନ ଧରି ହଜାର ହଜାର ସଫେଇ କର୍ମଚାରୀ ମାନେ କାମ କରୁଚ୍ଛନ୍ତ୍ତି। ହେଲେ ଦରମା କମ ଦିଆଯାଉଛି। ଏପରିକି ପୂଜା ପର୍ବପର୍ବାଣୀରେ ମଧ୍ୟ ବୋନସ ଦିଆଯାଉ ନାହିଁ। ଯାହାକୁ ନେଇ ଆନ୍ଦୋଳନ କରାଯାଇଛି। ୨୭ ଦିନ କାର୍ଯ୍ୟ କଲେ ୩୧ ଦିନର ପଇସା ମିଳିବ ସହ ୨୬ ଦିନ କାମ କଲେ ୩୦ ଦିନ ର ଦରମା ମିଳିବା। ଆବଶ୍ୟକ। ଏହା ସହ ଦଶହରାରେ ବୋନସ ଦେବାକୁ, " କହିଛନ୍ତି ସଫେଇ କର୍ମଚାରୀ । ସେ ଆହୁରି କହିଛନ୍ତି, "ଦରମା ବୃଦ୍ଧି ସହ ଦଶହରା ବୋନସ ନ ମିଳିବା ଯାଏଁ ଧାରଣା ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ ରୋକ୍ ଠୋକ" କହିଛନ୍ତି। ସଫେଇ କର୍ମଚାରୀମାନେ ଜିଦ୍‌ରେ ଅଟଳ ରହିଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍‌ ହୋଇପଡିଛି। ଯାହା ଦ୍ଵାରା ଦୁର୍ଗନ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ଏହା ବି ପଢନ୍ତୁ- ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ଏହା ବି ପଢନ୍ତୁ- ଆନ୍ଦୋଳନ ପୂର୍ବରୁ ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ, ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ - Strict Action Warning

ଏହା ବି ପଢନ୍ତୁ- ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା - Odisha government invokes ESMA

ଏହା ବି ପଢନ୍ତୁ- ଥମୁନି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ; ସୁସାଇଡ୍ ନୋଟ ଲେଖି ଜୀବନ ହାରିଲେ ଏମ୍ସ ଡାକ୍ତର - aiims neurosurgeon suicide at home



ସ୍ବାସ୍ଥ୍ୟ ସେବାର ଅବହେଳା:-
ଏନେଇ କ୍ୟାପିଟାଲ ହସ୍ପିଟାଲ୍ ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, ‘‘ ଏହା ଦ୍ବାରା ସ୍ୱାସ୍ଥ୍ୟ ସେବାରେ ଅବହେଳା କରାଯାଉଛି। ଯାହା ଫଳରେ ରୋଗୀମାନେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ସହିତ ଆଉଟସୋର୍ସ କମ୍ପାନୀର ଅଧିକାରୀଙ୍କୁ ସଫେଇ କର୍ମଚାରୀଙ୍କ ଧାରଣା ନେଇ ଅବଗତ କରାଯାଇଛି। ଏହା ସହ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି," ବୋଲି କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ।



ଦୁର୍ଗନ୍ଧ ରେ ଫାଟୁଛି ହସ୍ପିଟାଲର ପରିସର:-
କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ହେବା ଦ୍ବାରା ହସ୍ପିଟାଲ ପରିସରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ହସ୍ପିଟାଲର ପ୍ରବେଶ ପଥ ଠାରୁ ଆରମ୍ଭ କରି ରୋଗୀଙ୍କ ୱାର୍ଡ ପର୍ଯ୍ୟନ୍ତ ସବୁଠି ଅଳିଆ ଆବର୍ଜନା ପଡ଼ି ରହିଛି। ଏପରିକି କ୍ୟାବିନ ସଠିକ ଭାବରେ ସଫା ହୋଇ ନଥିବାରୁ ରୋଗୀମାନଙ୍କୁ ଠିକ ସମୟରେ କ୍ୟାବିନ୍ ମିଳି ପାରିନଥିଲା। ଯାହା ଫଳରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ABOUT THE AUTHOR

...view details