ଭୁବନେଶ୍ବର: ସାରା ବିଶ୍ବରେ ପୁଣି ଚମକିଲେ ଆନ୍ତର୍ଜାତିକ ଖ୍ୟାତସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଋଷରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପ 2024ରେ ଗୋଲ୍ଡ ମେଡାଲ ଜିତିଲେ ସୁଦର୍ଶନ । ସେ ବାଲୁକାରେ ଭକ୍ତ ବଳରାମ ଦାସଙ୍କ ମୁଣ୍ଡ ଉପରେ ରଥା ରୁଢ ଜଗନ୍ନାଥଙ୍କ ରଥ ତିଆରି କରି ପଦକ ବିଜେତା ହୋଇଛନ୍ତି । ଏହି ବାଲୁକା କଳାର ଉଚ୍ଚତା 12 ଫୁଟ ହୋଇଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଏହା ଭିନ୍ନ ଥିଲା । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟପାଳ ରଘୁବର ଦାସ ଏକ୍ସରେ ଟ୍ବିଟ କରି କହିଛନ୍ତି, ''ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ହାସଲ କରି ପୁଣିଥରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ମାନ୍ୟବର ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ଶୁଭକାମନା ଓ ଶୁଭେଚ୍ଛା ।'' ଋଷ ରାଜଧାନୀ ସେଣ୍ଟ ପିଟର୍ସବର୍ଗରେ ଜୁଲାଇ 4 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପ 2024 ଆୟୋଜିତ ହୋଇଥିଲା । ପ୍ରତିଯୋଗିତା ପୁରାଣ, ଇତିହାସ ଓ ପରୀ କାହାଣି ଉପରେ ଆଧିକାରିତ ଥିଲା । ବିଶ୍ବର ଚିହ୍ନା ଚିହ୍ନା ମୋଟ 21 ଜଣ ବାଲୁକା ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଭାରତରୁ ସୁଦର୍ଶନ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ ।