ଭୁବନେଶ୍ବର: ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ତିନି କଟ ଅପ ମାର୍କ। ପ୍ରଥମ ପର୍ଯ୍ୟାୟରେ କଟ ଅପ ମାର୍କ ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ। ତେବେ କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଟପରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା ବିଭାଗରେ ରେଭେନ୍ସାର ଭୂଗୋଳ ବିଭାଗରେ ରହିଛି ୮୯.୬୭ ପ୍ରତିଶତ କଟ ଅପ ମାର୍କ। ସେହିପରି ବିଜ୍ଞାନ ବିଭାଗର ଫିଜିକାଲ୍ ସାଇନ୍ସରେ ୯୧.୧୭ ପ୍ରତିଶତ ଓ ଜୁଲୋଜିରେ ୯୩.୨୦ ପ୍ରତିଶତ। ବାଣୀଜ୍ୟ ବିଭାଗରେ ୮୮.୬୦ ପ୍ରତିଶତ କଟ ଅପ ମାର୍କ ରେଭେନ୍ସା ବିଶ୍ଵବିଦ୍ୟାଳୟ ବାଜିମାତ କରିଛି।
ଏପଟେ ସେଲ୍ଫ ଫାଇନ୍ସ ବିଭାଗରେ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ବାୟୋ ଟେକନୋଲୋଜିରେ ୮୭.୪୦ ପ୍ରତିଶତ କଟ ଅପ ମାର୍କ ରହିଛି। ସେହିପରି କଟକର ମଧୁସୂଦନ ଲ-କଲେଜ ୮୧ ପ୍ରତିଶତ କଟ ଅପ ମାର୍କ ରହିଛି। ଅନ୍ୟପଟେ ଶାସ୍ତ୍ରୀ ବିଭାଗରେ ଶ୍ରୀରାଧାମଧବ ସାଂସ୍କୃତିକ କଲେଜର କଟ ଅପ ମାର୍କ ରହିଛି ୬୮.୫୭ ପ୍ରତିଶତ। ତେବେ ଯୁକ୍ତ ତିନିରେ ମୋଟ ସିଟ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୩୧ ରହିଛି। ଏହାରି ମଧ୍ୟରେ ମୋଟ ଛାତ୍ରଛାତ୍ରୀ ମାନେ ଆବେଦନ କରିଛନ୍ତି ୨ ଲକ୍ଷ ୩୭ ହଜାର ୭୯୫ ଜଣ। ଏମାନଙ୍କ ମଧ୍ୟରୁ ମୋଟ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ୭୨ ହଜାର ୫୫୬ ଜଣ ଛାତ୍ର ଓ ରହିଛନ୍ତି ୧ ଲକ୍ଷ ୬ ହଜାର ୪୧୪ ଜଣ ଛାତ୍ରୀ । ଅନ୍ୟପଟେ ୬ ଜଣ ରହିଛନ୍ତି ଟ୍ରାଂସଜେଣ୍ଡର।