ସମ୍ବଲପୁର:ବୁଢାରଜା ମଣପୁରମ ଫାଇନାନ୍ସ କମ୍ପାନୀରୁ ହୋଇଥିବା ଡକାୟତି ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇ ଆଜି ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଗତ ରାତିରେ ଅଇଁଠାପାଲି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ବିହାର ହାଜିପୁରର ପଙ୍କଜ ପାଶ୍ବାନ (୨୬) ଓ ଅଜୟ ପାଶ୍ବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
୨ ଅଭିଯୁକ୍ତ ଗିରଫ:
ଗତ ଜାନୁଆରୀ ୩ ତାରିଖରେସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ମଣପୁରମ ଫାଇନାନ୍ସ କମ୍ପାନୀରୁ ଡକାୟତି ହୋଇଥିଲା । ଗତକାଲି ପୋଲିସ ବିହାର ହାଜିପୁରର ପଙ୍କଜ ପାଶ୍ବାନ ଓ ଅଜୟ ପାଶ୍ବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ପୋଲିସ ପଙ୍କଜ ପାଶ୍ବାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି l ଅଜୟ ପାଶ୍ବାନକୁ ଆଗରୁ ପଚରାଉଚରା ସରିଥିବା ବେଳେ ପଙ୍କଜ ଠାରୁ ଅଧିକ ସୂଚନା ବାହାର କରିବା ପାଇଁ ପୋଲିସ ରିମାଣ୍ଡରେ ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି ।
Sambalpur Manappuram Finance Robbery Case (ETV Bharat Odisha)
୩ ଦିନିଆ ରିମାଣ୍ଡରେ ପଙ୍କଜ:
Sambalpur Manappuram Finance Robbery Case (ETV Bharat Odisha) ଏନେଇ ଆଜି ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, "ଏହି ଡକାୟତି ଘଟଣାରେ ଏକ ଇଣ୍ଟର ଷ୍ଟେଟ ଗ୍ୟାଙ୍ଗ କାମ କରୁଛି । ଆମେ ସିସିଟିଭି ଫୁଟେଜ ଦେଖି ଏହି ୨ ଜଣଙ୍କୁ ଠାବ କରିଥିଲୁ । ଏହି ଘଟଣାର ଷଡଯନ୍ତ୍ରରେ ଆହୁରି ୪ରୁ ୫ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ସମସ୍ତଙ୍କୁ ଧରାଯିବ । ଏହି ୨ ଜଣ ଅଭିଯୁକ୍ତଙ୍କୁ ଅନ୍ୟ ରାଜ୍ୟରୁ ଗିରଫ କରାଯାଇଛି । ଆଜି ପଙ୍କଜ ପାଶ୍ବାନଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ଆଣିଛି । ଅନ୍ୟ ଅଭିଯୁକ୍ତ ଅଜୟକୁ ଆବଶ୍ୟକତା ପଡିଲେ ରିମାଣ୍ଡରେ ଅଣାଯିବ । ବର୍ତ୍ତମାନ ସୁଦ୍ଧା ସୁନା ଉଦ୍ଧାର ହୋଇନାହିଁ । ଏହି ଡକାୟତ ଗ୍ୟାଙ୍ଗଟି ବହୁତ ପ୍ରଫେସନାଲ ଅଟନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ ଯୋଜନା ପ୍ରସ୍ତୁତ କରି ଡକାୟତି କରିଛନ୍ତି । ଆମେ ଶୀଘ୍ର ସେମାନଙ୍କୁ ଧରିବୁ । ମଣପୁରମ ଫାଇନାନ୍ସର ସିକ୍ୟୁରିଟି ସିଷ୍ଟମ ଭଲ ନଥିବା ଆମକୁ ବିଳମ୍ବ ହୋଇଛି ।"
Sambalpur Manappuram Finance Robbery Case (ETV Bharat Odisha) ସୂଚନା ଯୋଗ୍ୟ ଯେ, ଗତକାଲି ଉଭୟ ଅଭିଯୁକ୍ତଙ୍କୁ ଅଇଁଠାପାଲି PS case no -05/25,U/S-310(2),BNS /25/27 Arms Actରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ବିହାରର କୁଖ୍ୟାତ ଡକାୟତ ଗ୍ୟାଙ୍ଗ ସୁବୋଧ ସିଂ ଓ ପଲ୍ଲୁ ସିଂ ଗ୍ୟାଙ୍ଗର ହାତ ଥିବା ପୂର୍ବରୁ ଉତ୍ତରାଞ୍ଚଳ ଆଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଅନ୍ୟପଟେ ସମ୍ବଲପୁର ପୋଲିସ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କ ୱାଣ୍ଟେଡ ଫଟୋ ଜାରି କରି ୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ ।
Sambalpur Manappuram Finance Robbery Case (ETV Bharat Odisha) ଇଟିଭି ଭାରତ, ସମ୍ବଲପୁର