ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଦର୍ଶନ କଲେ ମୋହନ ଭାଗବତ; ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ କଲେ ଦୀପଦାନ, ଶଙ୍କରାଚାର୍ଯ୍ୟ କହିଲେ ହିନ୍ଦୁଙ୍କୁ ଆକ୍ରମଣ ଚିନ୍ତାଜନକ - Mohan Bhagwat visit Srimandir - MOHAN BHAGWAT VISIT SRIMANDIR

RSS Chief Mohan Bhagwat visit Jagannath temple: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ RSS ମୁଖ୍ୟ ମୋହନ ଭାଗବତ । ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣରେ ଉଦବଗେ ପ୍ରକାଶ କରି ସେମାନଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିରରେ ଦୀପଦାନ କଲେ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଦର୍ଶନ କଲେ ମୋହନ ଭାଗବତ, ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଦୀପଦାନ କଲେ
ମହାପ୍ରଭୁଙ୍କ ଦର୍ଶନ କଲେ ମୋହନ ଭାଗବତ, ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଦୀପଦାନ କଲେ (ETV Bharat Odisha)

By ETV Bharat Odisha Team

Published : Aug 10, 2024, 1:15 PM IST

ପୁରୀ:୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବାଂଲାଦେଶ ଚାଲିଥିବା ହିଂସାରେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ସହିତ ଦୀପଦାନ କରିଛନ୍ତି । ଏଥିସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ପରିଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଶ୍ରୀମନ୍ଦିର ଦର୍ଶନ ପରେ ଆରଏସ୍ଏସ୍ ମୁଖ୍ୟ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି ।

ଏହି ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ''ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଉଦବେଗର ବିଷୟ । ଏହା ତୁରନ୍ତ ବନ୍ଦ ହେବା ଉଚିତ୍ । ଶାନ୍ତି ପ୍ରତିଷ୍ଠା ଦ୍ବାରା ସବୁକିଛି ଉନ୍ନତି ହୋଇପାରିବ । ହିନ୍ଦୁ ହେଉଛନ୍ତି ଶାନ୍ତି ପ୍ରିୟ । ଯେଉଁଠି ହିନ୍ଦୁ ସୁରକ୍ଷିତ ସେହି ଦେଶ ମଧ୍ଯ ସୁରକ୍ଷିତ । ବାଂଲାଦେଶରେ ଏପରି ହିଂସା ଚୀନର ଷଡ଼ଯନ୍ତ୍ର । ଚୀନ ନିଜ ଦେଶରେ ମସଜିଦ ଭାଙ୍ଗିବା ସହ ମୁସଲମାନମାନଙ୍କୁ ଦେଶରୁ ତଡ଼ି ଦେଉଛି । ଭାରତରେ ମଧ୍ୟ ଅସ୍ଥିରତା ପାଇଁ ଚୀନ ବାଂଲାଦେଶର ବ୍ୟବହାର କରୁଛି । ଏହା ଯଦି ବାଂଲାଦେଶ ନବୁଝିପାରେ ଆଗାମୀ ଦିନରେ ଏହାର ଅସ୍ତିତ୍ବ ମାଟିରେ ମିଶିଯିବ ।''

ଏହାସହିତ ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗ ନିଆଯାଉଥିବା ନିଷ୍ପତ୍ତିରେ ତାଙ୍କର ମତାମତ ନିଆଯାଉ ନଥିବାରୁ ଜଗତଗୁରୁ କ୍ଷୋଭ ପ୍ରକାଶ କରିଛନ୍ତି । ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଧାର୍ମିକ ନିଷ୍ପତ୍ତିରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡିବା ଦରକାର । ତେବେ ଦୁଃଖର ବିଷୟ ଶ୍ରୀମନ୍ଦିର ପରିଚାଳନା କମିଟି, ଗଜପତି ମହାରାଜା ଏବଂ ରାଜ୍ୟ ସରକାର ତାଙ୍କଠାରୁ କୌଣସି ମତାମତ ନେଉନାହାନ୍ତି । ଏଣୁ ବିନା ଡାକରାରେ ଉପରେ ପଡ଼ି କୌଣସି ପରାମର୍ଶ ଦେବା ଠିକ୍ ହେବ ନାହିଁ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି । ଧାର୍ମିକ, ଆଧ୍ୟାତ୍ମିକ କ୍ଷେତ୍ରରେ ରାଜନୀତି ପଶିବା ଠିକ୍ ନୁହେଁ । ଯେଉଁଠି ଧାର୍ମିକ, ଆଧ୍ୟାତ୍ମିକ ବିଷୟରେ ଜ୍ଞାନ ନଥିବା ବ୍ୟକ୍ତିଙ୍କ ହସ୍ତକ୍ଷେପ ରହିବ ସେଠାରେ ବିଶୃଙ୍ଖଳା ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭକ୍ତଙ୍କ ପାଇଁ ଖୁସି ଖବର; ଏଣିକି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଲାଗିବ AI - Discipline Darshan In Sri Mandir

ସେହିପରି ଦେଶରେ ଗୋହତ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ । ଯେତେବେଳେ ମୋଦି ଗୁଜୁରାଟ ମୂଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମନମୋହନ ସିଂ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଦେଶରେ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ପାଇଁ ମୋଦି ମନମୋହନଙ୍କୁ କହିଥିଲେ । ତେବେ ଗତ ୧୦ ବର୍ଷ ହେବ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବାବେଳେ ସେ ମନମୋହନଙ୍କୁ ଗୋହତ୍ୟା ରୋକିବାକୁ ଯେଉଁ ପରାମର୍ଶ ଦେଇଥିଲେ କାହିଁକି ସେ ନିଜେ ଲାଗୁ କରୁନାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଏନେଇ ବିହିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପୂର୍ବରୁ ଆରଏସଏସ ମୁଖ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ମୋହନ ଭାଗବତ । ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତପାବନଙ୍କ ଦର୍ଶନ ନେଇଥିଲେ ।

ଶ୍ରୀମନ୍ଦିର ସେବାୟତ କହିଛନ୍ତି, ''ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ମୋହନ ଭାଗବତ ପ୍ରାର୍ଥନା କରି ମହପ୍ରଭୁଙ୍କ ନିକଟରେ ମଧ୍ୟ ଦୀପଦାନ କରିଥିଲେ । ସେ ପ୍ରାୟ ୪୫ ମିନିଟ୍ କାଳ ଶ୍ରୀମନ୍ଦିରରେ ରହିିଥିଲେ । ନୀଳଚକ୍ରରେ ତାଙ୍କ ନାମରେ ନେତ ବନ୍ଧା ଯାଇଛି ।''

୫ ଦିନିଆ ଓଡ଼ିଶା ଗସ୍ତରେ ଥିବା ଆରଏସଏସ ମୁଖ୍ୟ ନୀଳାଦ୍ରି ଭକ୍ତ ନିବାସରେ ଅବସ୍ଥାନ କରିବା ସହ ଶୁକ୍ରବାର ଅପରାହ୍ନରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ଆଜି ଓ ଆସନ୍ତାକାଲି ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମଧ୍ୟ ମୋହନ ଭାଗବତ ଯୋଗଦେବେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details