ରାଉରକେଲା:ଦକ୍ଷିଣ ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ ସୁମିତ ସିଂ । 97 ତମ କୋମରେଡ଼ ମାରାଥନରେ ସାମିଲ ହୋଇ ପଦକ ଜିତିବା ସହ ଦେଶ ଓ ରାଜ୍ୟର ନାମକୁ ଗର୍ବିତ କରାଇଛନ୍ତି । 12 ଘଣ୍ଟାରେ 68.04 କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ରାଉରକେଲା ପୁଅ ଧାବକ ସୁମିତ ସିଂ। ସବୁଠାରୁ କଠିନ କୁହାଯାଉଥିବା କୋମରେଡ଼ ମାରଥନରେ ସାମିଲ ହୋଇ ଓଡି଼ଶାକୁ ଗର୍ବିତ କରାଇଛନ୍ତି ସେ । ଏଥିପାଇଁ ରାଜ୍ୟପାଳ ଓ କ୍ରୀଡାମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଛନ୍ତି ।
ବିଶ୍ବର ସବୁଠାରୁ କଠିନ ମାରଥନ ହେଉଛି କୋମରେଡ଼ ମାରାଥନ । ଗତ ଜୁନ ମାସରେ ଦକ୍ଷିଣ ଆଫ୍ରିକାରେ 97 ତମ କୋମରେଡ଼ ମାରାଥନ ଆୟୋଜିତ ହୋଇଥିଲା । ମାରାଥନରେ 12 ଘଣ୍ଟାରେ 89 କିଲୋମିଟ ଅତିକ୍ରମ କରିବାକୁ ପଡେ । ଧାବକ ସୁମିତ ସିଂ ଏଥିରେ ସାମିଲ ହୋଇ ମେଡାଲ ଜିତିଛନ୍ତି । 12 ଘଣ୍ଟାରେ ସେ 68.04 କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ। ପୂର୍ବରୁ ସେ ମାରାଥନରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ୍ସ ଏବଂ ଲିମକା ବୁକ ଅଫ ରେକର୍ଡ୍ସ ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିଲେ ।