ଓଡିଶା

odisha

By ETV Bharat Odisha Team

Published : May 7, 2024, 3:13 PM IST

ETV Bharat / state

ମାନବିକତା ଦେଖାଇଲେ ସାରଦା, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି - Sarada nayak

Sarada Nayak shifts injured youth to hospital: ମାନବିକତା ଦେଖାଇଲେ ସାରଦା, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି । ଅଧିକ ପଢନ୍ତୁ

ମାନବିକତା ଦେଖାଇଲେ ସାରଦା, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି
ମାନବିକତା ଦେଖାଇଲେ ସାରଦା, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି (ଫଟୋ- ଇଟିଭି ଭାରତ)

ମାନବିକତା ଦେଖାଇଲେ ସାରଦା, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ହସ୍ପିଟାଲରେ କଲେ ଭର୍ତ୍ତି (ଭିଡିଓ- ଇଟିଭି ଭାରତ)

ରାଉରକେଲା: ମାନବିକତା ଦେଖାଇଲେ ରାଉରକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ନାୟକ । ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ତେବେ ଏହି ଘଟଣାଟି ଘଟିଛି ରାଉରକେଲା ସହରରେ । ସେକ୍ଟର 21 ସମିଲ ଛକ ନିକଟରେ ଘଟିଥିଲା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେବେ ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ପ୍ରାୟ 5ଟାରୁ ସାଢ଼େ 5ଟା ସମୟ ହେବ । ଏହି ସମୟରେ ଜଣେ ଯୁବକ କାରରେ ଯାଉଥିଲେ ଏବଂ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛ ଏବଂ ଖୁଣ୍ଟରେ ତାଙ୍କ କାର ପିଟି ହୋଇଯାଇଥିଲା କାର । ରାଉରକେଲା ସେକ୍ଟର ସମିଲ ଛକ ନିକଟ କୋଣାର୍କ ଟକିଜ୍ ସମ୍ମୁଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା ।

ତେବେ ଏଥିରେ ଗୁରୁତର ହୋଇଥିବା ଯୁବକଜଣକ ହେଉଛନ୍ତି ସତ୍ୟ ଦାସ । ସେ ନୟାବଜାର ଅଞ୍ଚଳର ଏବଂ ବୟସ ୧୮ ହେବ । ଅନ୍ୟ ଜଣେ ସାଙ୍ଗ ମଧ୍ୟ କାର ଭିତରେ ଥିଲେ ଏବଂ ସେ ନାବାଳକ ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ଘଟିବା ପରେ ସେ କାରରୁ ବାହାରକୁ ବାହାରି ପାରିନଥିଲେ କି ଲୋକେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିନଥିଲେ । ରାସ୍ତାକଡରେ ଗାଡିଟି ଦୁର୍ଘଟଣା ହୋଇ ରହିଥ‌ିବା ବେଳେ ନିର୍ବାଚନ ପ୍ରଚାର ପାଇଁ ଏବଂ ଏକ ମିଟିଂ ପାଇଁ ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକ ସେହି ରାସ୍ତାରେ ଯାଉଥିଲେ । ଉକ୍ତ ସ୍ଥାନରେ ଦୁର୍ଘଟଣା ହୋଇଥିବା ଦେଖି ନିଜ ଗାଡି ଅଟକାଇ ଥିଲେ ସାରଦା । ନିଜେ ସେଠାରେ ପହଞ୍ଚି ଅଚେତ ଅବସ୍ଥାରେ ଥିବା ସତ୍ୟଙ୍କୁ ଏବଂ ତାଙ୍କ ସାଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସକୁ ସେ ଅପେକ୍ଷା ନକରି ନିଜ ଗାଡିରେ ଗୁରୁତର ଅବସ୍ଥାରେ ଥିବା ଯୁବକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ମତଦାନ କଲେ ପ୍ରଧାନମନ୍ତ୍ରୀ, ମତଦାତାଙ୍କୁ ଜଣାଇଲେ ଶୁଭେଚ୍ଛା - Third phase Voting

ପ୍ରଥମେ ଗୁରୁତର ଥିବା ଯୁବକଙ୍କ ପ୍ରାଥମିକ ଚିକିତ୍ସା କରାଇଥିଲେ ସାରଦା । ତେବେ ବର୍ତ୍ତମାନ ଯୁବକ ଜଣକ ସୁସ୍ଥ ଅଛନ୍ତି ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ଛାତି ଏବଂ ପିଠିରେ ଆଘାତ ଲାଗିଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ଉଦ୍ଧର କରିବା ଘଟଣାରେ ବର୍ତ୍ତମାନ ମନ୍ତ୍ରୀ ସାରଦା ନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details