ଓଡିଶା

odisha

ETV Bharat / state

ରାଉରକେଲାରେ କଂଗ୍ରେସର ବ୍ଲୁପ୍ରିଣ୍ଟ, ଗ୍ୟାରେଣ୍ଟି କାର୍ଡରେ ମିଳିବ କି ଫାଇଦା ? - ODISHA ASSEMBLY ELECTION 2024

Odisha Assembly Election 2024: ଗଡ ହାତେଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି କଂଗ୍ରେସ । କଂଗ୍ରେସ ଗ୍ୟାରେଣ୍ଟି କାର୍ଡରେ ରହିଥିବା ସମସ୍ତ ଗ୍ୟାରେଣ୍ଟିକୁ ପୁରା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

ରାଉରକେଲାରେ କଂଗ୍ରେସର ବ୍ଲୁପ୍ରିଣ୍ଟ
ରାଉରକେଲାରେ କଂଗ୍ରେସର ବ୍ଲୁପ୍ରିଣ୍ଟ

By ETV Bharat Odisha Team

Published : Apr 24, 2024, 4:20 PM IST

ରାଉରକେଲାରେ କଂଗ୍ରେସର ବ୍ଲୁପ୍ରିଣ୍ଟ

ରାଉରକେଲା: ମତଦାନ ପାଖେଇ ଆସୁଥିବା ବେଳେ ନେତାଙ୍କ ଛାତି ଧଡଧଡ ହେବାରେ ଲାଗିଛି । ବିକାଶର ପେଡି ଖୋଲିଥିଲେ ହେଁ ମନରେ ଭୟ ଦେଖାଯାଉଛି । ତେବେ ରାଉରକେଲା ହାତେଇବା ପାଇଁ କଂଗ୍ରେସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ବୁଥ ସ୍ତରର କର୍ମୀଙ୍କୁ ନେଇ ଆଲୋଚନା କରାଯାଇଛି । ରାଉରକେଲା ଏବଂ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସହ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଆଲୋଚନା କରି ଗଡ ଜିତିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ସୁନ୍ଦରଗଡ଼ ଲୋକସଭା ସହ ରାଉରକେଲା ଏବଂ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନିର୍ଦ୍ୱନ୍ଦ୍ବରେ ବିଜୟ ଲାଭ କରିବ ଏବଂ ଲୋକେ କଂଗ୍ରେସ ଉପରେ ଆସ୍ଥା କରିବେ ବୋଲି କହିଛନ୍ତି ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଏବଂ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ । ସୁନ୍ଦରଗଡ଼ ଜିଲ୍ଲାରେ ବିଧାନସଭା ଏବଂ ଲୋକସଭାର ଆଗାମୀ ସାଧାରଣ ନିର୍ବାଚନରେ କିଭଳି ବିଜୟୀ ହେବ ତାହା ନେଇ ଏକ କର୍ମୀ ସମ୍ମିଳନୀର ଆୟୋଜନ କରିଥିଲେ କଂଗ୍ରେସ । ରାଉରକେଲା ଏବଂ ରଘୁନାଥପାଲ୍ଲୀ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ଏକାଠି ହୋଇ କର୍ମୀ ଏବଂ ବୁଥସ୍ତରର ନେତାଙ୍କ ସହ ଏକ ମିଟିଂ ଏବଂ ବୈଠକ ରଖିଥିଲେ । କିଭଳି ବୁଥ ସ୍ତରର କଂଗ୍ରେସକୁ ସମ୍ପୂର୍ଣ୍ଣ ସୁଦୃଢ଼ କରାଯିବ ଏବଂ ଲୋକଙ୍କ ନିକଟକୁ କଂଗ୍ରେସର ସମସ୍ତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ କଥା ପହଞ୍ଚାଇ କଂଗ୍ରେସ ପାଇଁ ଭୋଟ ଭିକ୍ଷା କିଭଳି କରାଯିବ କେଉଁ ମୁଦ୍ଦାକୁ ସାମ୍ନାକୁ ନିଆଯିବ ତାହା ନେଇ ଆଲୋଚନା କରାଯାଇଥିଲା ।

ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀଙ୍କ ଗହଣରେ କଂଗ୍ରେସ ପ୍ରାର୍ଥୀ ରାଉରକେଲା ବିଧାନସଭା ବିରେନ୍ଦ୍ର ନାଥ ପଟ୍ଟନାୟକ, ରଘୁନାଥପାଲ୍ଲୀ ଗୋପାଳ ଦାସ ଏବଂ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଯୋଗ ଦେଇଥିଲେ । ତେବେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଖେଳି ଭୋଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଛି । କଂଗ୍ରେସ ଗ୍ୟାରେଣ୍ଟି କାର୍ଡରେ ରହିଥିବା ସମସ୍ତ ଗ୍ୟାରେଣ୍ଟିକୁ ପୁରା କରାଯିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଏଥର ରାଉରକେଲା ଦେଖିବ ମହାଲଢେଇ, କାହାକୁ ଭରସା କରିବେ ଜନତା ? - rourkela assembly constituency

ଗ୍ୟାରେଣ୍ଟିରେ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ ଦେୟ ଛାଡ । ଯୁବ ବିକାଶ ଗ୍ୟାରେଣ୍ଟିରେ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩୦୦୦ଟଙ୍କା । କୃଷକ ବନ୍ଧୁ ଗ୍ୟାରେଣ୍ଟିରେ ବୋନସ ସହ ଧାନର ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩୦୦୦ଟଙ୍କା, କୃଷି ଋଣ ଛାଡ ଏବଂ କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ଟଙ୍କା । ଗୃହ ଲକ୍ଷ୍ମୀ ଗ୍ୟାରେଣ୍ଟିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ୍ ଋଣ ଛାଡ, ମହିଳାଙ୍କୁ ମାସିକ ଭତ୍ତା ୨୦୦୦ଟଙ୍କା ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ଭତ୍ତା ୩୦୦୦ଟଙ୍କା, ମାସକୁ ୫୦୦ଟଙ୍କାରେ ଗ୍ୟାସ୍ ସିଲିଣ୍ଡର । ଜନକଲ୍ୟାଣ ଗ୍ୟାରେଣ୍ଟିରେ ରହିଛି ଯଥା, ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ଟଙ୍କା, ଚିଟଫଣ୍ଡ ପ୍ରଭାବିତ ଜମାକାରୀମାନଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର, ୧୦୦ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ । ତେବେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ କେତେ ଦୂର କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details