ଓଡିଶା

odisha

ETV Bharat / state

ଅଚାନକ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ସ୍ଥିତି ଦେଖି ହୋଇଗଲେ ତାଜୁବ - Suresh pujari surprise visit - SURESH PUJARI SURPRISE VISIT

SURESH PUJARI SURPRISE VISIT : ଅଚାନକ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ । 15 ମିନିଟ ଅପେକ୍ଷା କରିବା ପରେ ଆସିଲେ ତହସିଲଦାର ଓ ଅନ୍ୟ କର୍ମଚାରୀ । ଅସନ୍ତୋଷ ବ୍ୟକ୍ତ କରିବା ଚେତାବନୀ ଦେଇ ଫେରିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ଅଚାନକ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, କଣ ଦେଖିଲେ ସ୍ଥିତି
ଅଚାନକ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, କଣ ଦେଖିଲେ ସ୍ଥିତି (ETV Bharat odisha)

By ETV Bharat Odisha Team

Published : Aug 18, 2024, 8:04 AM IST

Updated : Aug 18, 2024, 10:44 AM IST

ସମ୍ବଲପୁର: ହଠାତ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ । କାର୍ଯ୍ୟାଳୟରେ ନା ତତହସିଲଦାର ଥିଲେ, ନା ଥିଲେ ଅନ୍ୟ କର୍ମଚାରୀ । ଏପରିକି ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ବନ୍ଦ ପଡିଥିଲା । ମନ୍ତ୍ରୀ ପ୍ରାୟ 15 ମିନିଟ ଧରି ଅପେକ୍ଷା କରିବା ପରରେ ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅନ୍ୟ କର୍ମଚାରୀମାନେ ତରବରିଆ ଭାବେ ଅଭିଯୋଗ ସେଲ ମଧ୍ୟ ଖୋଲିଥିଲେ । ଗତକାଲି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ସମ୍ବଲପୁର ସଦର ସହସିଲଦାର କାର୍ଯ୍ୟାଳୟକୁ ସରପ୍ରାଇଜ ଭିଜିଟ କରିବା ବେଳେ ଏପରି ଦୃଶ୍ୟ ମିଳିଥିଲା । ମନ୍ତ୍ରୀ ପୁଜାରୀ ବିରକ୍ତି ପ୍ରକାଶ କରିବା ସହ କର୍ମଚାରୀଙ୍କୁ ତାଗିଦ କରିଥିଲେ । କୋଲଙ୍କୁ ଉତ୍ତମ ସେବା ଯୋଗାଇବାକୁ ସେ ନିର୍ଦ୍ଦେଶ ମଧ୍ୟ ଦଇଥିଲେ ।

ଅଚାନକ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ (ETV Bharat odisha)
  • ମନ୍ତ୍ରୀ 15 ମିନିଟ୍‌ ଅପେକ୍ଷା କରିବା ପରେ ଆସିଲେ ତହସିଲଦାର

ସୂଚନା ଅନୁସାରେ, ମନ୍ତ୍ରୀ ପୁଜାରୀଙ୍କ ଗସ୍ତ ସମ୍ପର୍କରେ କୌଣସି ପୂର୍ବ ସୂଚନା ନଥିଲା । ଗତକାଲି ଅପରାହ୍ନ ପ୍ରାୟ 2ଟା ବେଳେ ମନ୍ତ୍ରୀ ପୁଜାରୀ ଅଚାନକ ପହଞ୍ଚିଥିଲେ । କାର୍ଯ୍ୟାଳୟରେ ଅଧିକାରୀ କର୍ମଚାରୀ ନଥିବା ବେଳେ ସେ ଚାମ୍ବରରେ ଅପେକ୍ଷା କରିଥିଲେ । ସେହି ସମୟରେ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କୁ ପ୍ରାୟ 15 ମିନିଟ ଅପେକ୍ଷା କରିବାକୁ ପଡିଥିଲା । ମନ୍ତ୍ରୀଙ୍କ ସମ୍ମୁଖରେ ଜଣେ ମହିଳା କର୍ମଚାରୀ ଅଭିଯୋଗ ସେଲର ଡୋର ଖୋଲିଥିଲେ । ଗ୍ରୀଭେନ୍ସ ରୁମରେ ଥିବା 2ଟି ଯାକ କାନ୍ଥଘଣ୍ଟା ମଧ୍ୟ ଚାଲୁ ନଥିଲା । ଏଭଳି ଅବ୍ୟବସ୍ଥା ନେଇ ମନ୍ତ୍ରୀ ତହସିଲଦାରଙ୍କୁ ତାଗିଦ କରିବା ସହ ଲୋକଙ୍କୁ ଭଲ ସେବା ଯୋଗେଇବାକୁ ପରାମର୍ଶ ଦେଇଥିଲେ । ଏହା ସହ ଏବେ ବୟସ ନୁହେଁ ଏବେ ପ୍ରଦର୍ଶନ ଦେଖି ଅଫିସରଙ୍କୁ ପ୍ରମୋସନ ମିଳିବ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ ।

ଅଚାନକ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ (ETV Bharat odisha)
  • ବ୍ୟବସ୍ଥା ନସୁଧୁରିଲେ କାର୍ଯ୍ୟାନୁଷ୍ଠାନ ହେବ
    ଅଚାନକ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ (ETV Bharat odisha)

ଏନେଇ ମନ୍ତ୍ରୀ କହିଛନ୍ତି," ସମ୍ବଲପୁର ତହସିଲ ବାବଦରେ ଗୁଡାଏ ଅଭିଯୋଗ ହସ୍ତଗତ ହୋଇଥିଲା । ତା’ ଆଗରୁ 2ଥର ତହସିଲଦାରଙ୍କୁ ଡାକି ଏ ବାବଦରେ ମୁଁ ଅବଗତ କରିଥିଲି ଓ ସୁଧାରିବା ପାଇଁ କହିଥିଲି । ଆଜି ଅଚାନକ ପରିଦର୍ଶନ ସମୟରେ ଯେଉଁ ସ୍ଥିତି ଦେଖିଲି ତାହା ଅବ୍ୟବସ୍ଥା ଚରମ ସୀମା । ତହସିଲଦାରଙ୍କ ଯେଉଁଠାରେ ଅଭିଯୋଗ ଶୁଣିବା କଥା, ସେହି ରୁମଟି ମଧ୍ୟ ଖୋଲା ହୋଇନଥିଲା । ବହୁଦିନ ହେଲା ସେଠାରେ ଥିବା ଘଣ୍ଟା ମଧ୍ୟ ଚାଲୁନାହିଁ । ବିଭିନ୍ନ କେସ ପେଣ୍ଡିଂ ରହିଛି । ମ୍ୟୁଟେସନ ପ୍ରୋସେସରେ ମଧ୍ୟ ଗୁଡାଏ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ଏଠାରେ ମୁଁ ପୁରା ତଥ୍ୟ ସଂଗ୍ରହ କରିଛି । ଜିଲ୍ଲାପାଳ ଓ ADM ମଧ୍ୟ ଉପସ୍ଥିତ ଥିଲେ, ସେମାନେ ନୂଆଁ ସିଷ୍ଟମ ଇଣ୍ଟରଡ୍ୟୁସ କରିଛନ୍ତି । ଆମେ ଆଶା କରୁଛୁ କେବଳ ସମ୍ବଲପୁର ତହସିଲ ନୁହେଁ, ବରଂ ସବୁ ତହସିଲରେ ଅଧିକାରୀମାନେ ଭଲ କାମ କରନ୍ତୁ । ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ମ୍ୟୁଟେସନ କେସ ହେଉ କି ମିସେଲାନିୟସ ସାର୍ଟିଫିକେଟ ମାଧ୍ୟମରେ ବିଭିନ୍ନ ସାର୍ଟିଫିକେଟ ଇସ୍ୟୁ କରନ୍ତୁ । ବିଳମ୍ବ କଲେ ଆଗରୁ ବି କହିଥିଲୁ ଆଜି ବି ମୁଁ କହିକି ଯାଉଛି କାର୍ଯ୍ୟାନୁଷ୍ଠାନ ହେବ ।’’

ଇଟିଭି ଭାରତ ସମ୍ବଲପୁର

Last Updated : Aug 18, 2024, 10:44 AM IST

ABOUT THE AUTHOR

...view details