ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବିଦେଶୀ ଅଣହିନ୍ଦୁ ! ପ୍ରବେଶ କରିଥିବା ଅଭିଯୋଗରେ ୯ ଅଟକ - Bangladeshi Muslim in Puri

Several Non Hindu detained in Puri: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି । ୮ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ । ୯ ଜଣଙ୍କୁ ପୁରୀ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ବିଦେଶୀ ଅଣହିନ୍ଦୁ !
ଶ୍ରୀମନ୍ଦିରରେ ବିଦେଶୀ ଅଣହିନ୍ଦୁ !

By ETV Bharat Odisha Team

Published : Mar 3, 2024, 9:42 PM IST

Updated : Mar 3, 2024, 10:04 PM IST

ଶ୍ରୀମନ୍ଦିରରେ ବିଦେଶୀ ଅଣହିନ୍ଦୁ !

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ୮ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ପୁରୀ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ଅଟକ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାଂଲାଦେଶରୁ ଆସିଥିବା ମୁସଲିମ୍‌ ଥିବା ମଧ୍ୟ ଜଣାପଡ଼ିଛି । ତେବେ କେଉଁ ଉଦ୍ଦେଶ୍ୟରେ ସେମାନେ ଶ୍ରୀମନ୍ଦିର ପାଖକୁ ଯାଇଥିଲେ, ଶ୍ରୀମନ୍ଦିର ଭିତରେ କେହି ପ୍ରବେଶ କରିଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଥିବା ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି ।

ସୂଚନା ଅନୁଯାୟୀ କିଛି ବ୍ୟକ୍ତି ଆଜି (ରବିବାର) ଶ୍ରୀମନ୍ଦିର ନିକଟରେ ଠିଆ ହୋଇଥିଲେ । ଏହି ସମୟରେ କିଛି ବଜରଙ୍ଗ ଦଳ କର୍ମୀ ସେମାନଙ୍କୁ ସନ୍ଦେହ କରିଥଲେ । ତାଙ୍କ ବେଶ ଭୂଷାରୁ ସେମାନେ ମୁସ୍‌ଲିମ୍‌ ବୋଲି ସନ୍ଦେହ କରିଥିଲେ । ପରେ ପଚରାଉଚରା କରିବା ସହ ତାଙ୍କ ପାସପୋର୍ଟ ଦେଖିବା ପରେ ସେମାନେ ବାଂଲାଦେଶରୁ ଆସିଥିବା ମୁସିଲମ୍‌ ବୋଲି ଜଣା ପଡିଥିଲା । ତେବେ ସେମାନଙ୍କର କିଛି ସାଥୀ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ ସନ୍ଦିଗ୍ଧ ବ୍ୟକ୍ତି । ପରେ ବଜରଙ୍ଗ ଦଳ କର୍ମୀ ସେମାନଙ୍କୁ ଆଣି ସିଂହଦ୍ବାର ଥାନାରେ ଜିମା ଦେଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ୯ ଜଣଙ୍କୁ ଅଟକ ରଖିଛି । କେଉଁ ଉଦ୍ଦେଶ୍ୟରେ ସେମାନେ ଶ୍ରୀମନ୍ଦିର ପାଖକୁ ଯାଇଥିଲେ, ଶ୍ରୀମନ୍ଦିର ଭିତରେ କେହି ପ୍ରବେଶ କରିଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଥିବା ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢା ଫଟୋ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ତେବେ ଏହି ଘଟଣାକୁ ନେଇ ପୁରୀ ପୋଲିସ ଉପରେ ବର୍ଷିଛନ୍ତି ବଜରଙ୍ଗ ଦଳର କର୍ମୀ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଢିଲା ଥିବା ବଜରଙ୍ଗ ଦଳ ଅଭିଯୋଗ କରିଛି । ବଜରଙ୍ଗ ଦଳର ପୁରୀ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଣ୍ଡେ କହିଛନ୍ତି, "ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ବିପଦ ରହିଛି । ପୁରୀ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଣହିନ୍ଦୁ ପ୍ରବେଶ କରୁଛନ୍ତି । କିଛିଦିନ ତଳେ ବେଙ୍ଗାଲୁରୁରେ ବୋମା ବିସ୍ଫୋରଣ ହୋଇଥିଲା । ଯଦି ଏଠାରେ କିଛି ଅଘଟଣ ଘଟେ, କିଏ ଦାୟୀ ରହିବ ?" ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ଢିଲାକୁ ବଜରଙ୍ଗ ଦଳ କଡ଼ା ନିନ୍ଦା କରିଛି ।

ଇଟିଭି ଭାରତ, ପୁରୀ

Last Updated : Mar 3, 2024, 10:04 PM IST

ABOUT THE AUTHOR

...view details