ଓଡିଶା

odisha

ETV Bharat / state

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ - Mayurbhanj Rape case - MAYURBHANJ RAPE CASE

Accused sentenced to lifetime imprisonment: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ । ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବାରିପଦା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ଅଧିକ ପଢନ୍ତୁ

Accused sentenced to lifetime imprisonment
Accused sentenced to lifetime imprisonment

By ETV Bharat Odisha Team

Published : Mar 24, 2024, 11:10 AM IST

ରାଇରଙ୍ଗପୁର: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ୫୦୦ ଟଙ୍କା ଜରିମାନା ଶୁଣାଇଲେ ବାରିପଦା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ମହିଳା ଜଣକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ ଏହି ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି । ତେବେ ସମସ୍ତ ତଥ୍ୟ,ପାରିପାର୍ଶ୍ବିକ ସ୍ଥିତି, ୧୨ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଆସାମୀ ରାମଚନ୍ଦ୍ର ହାଁସଦାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଅଭିଯୁକ୍ତକୁ ୧୦ ହଜାର ୫୦୦ ଟଙ୍କା ଜରିମାନା ଅନାଦେୟ ଅଧିକ ଚାରି ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କେନ୍ଦୁଝରର ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲା; 5 ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ

ଆସାମୀ ଜଣକ ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅଧିନସ୍ଥ ଅଞ୍ଚଳର ରାମଚନ୍ଦ୍ର ହାଁସଦା ବୋଲି ଜଣାପଡିଛି । ରାୟ ପ୍ରକାଶ ପାଇବା ପରେ ଆସାମୀ ରାମଚନ୍ଦ୍ର ହାଁସଦାକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ତେବେ ଉକ୍ତ ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।

ସୂଚନା ଯୋଗ୍ୟ, ୨୦୨୧ ମସିହା ମାର୍ଚ୍ଚ ମାସ ୧୩ ତାରିଖ ଦିନ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅଧିନସ୍ଥ ଏକ ଅଞ୍ଚଳରେ ମହିଳା ଜଣକ ଶୌଚ ପାଇଁ ଯାଇଥିବା ସମୟରେ ରାମଚନ୍ଦ୍ର ହାଁସଦା ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ତେବେ ମହିଳାଙ୍କ ଚିତ୍କାର ଶୁଣି ଆଖ ପାଖ ଲୋକ ପହଞ୍ଚି ଯିବାରୁ ରାମଚନ୍ଦ୍ର ହାଁସଦା ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ମହିଳା ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ମୋରୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ମୋରୋଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଫେରାର ଥିବା ଅଭିଯୁକ୍ତ ରାମଚନ୍ଦ୍ର ହାଁସଦାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details