ନିମାପଡା:ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ମାଆ ମଙ୍ଗଳାଙ୍କ ଚଇତି ଯାତ୍ରାର ପ୍ରଥମ ଦିବସ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୀ ଜିଲ୍ଲାର କାକଟପୁର ମଙ୍ଗଳା ପୀଠ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ଆଜି ସକାଳୁ ହଜାର ହଜାର ଭକ୍ତ ମନ୍ଦିର ଆସି ମାଆଙ୍କ ଦର୍ଶନ କରୁଛନ୍ତି । ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇରହିଥିବା ପରିଲକ୍ଷିତ ହୋଇଛି । ପୀଠରେ ମାଆଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା ଚାଲିଛି ।
ଚୈତ୍ର ମାସ ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହୋଇଥାଏ କାକଟପୁରର ମାଆ ମଙ୍ଗଳାଙ୍କ ଚଇତି ପର୍ବ । ପବିତ୍ର ଯାତ୍ରାକୁ ନେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି । ମାଆଙ୍କ ନିକଟରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ଚଇତି ଯାତ୍ରାର ପ୍ରଥମ ଦିନରେ ମାଆ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିରର ଦ୍ବାର ଫିଟା ଯାଇ, ମଙ୍ଗଳ ଆଳତୀ, ସ୍ନାନ, ମାର୍ଜନା, ମଇଲମ କରାଯିବା ପରେ ମାଆଙ୍କୁ ରାଜରାଜେଶ୍ୱରୀ ବେଶରେ ବେଶ ସଜ୍ଜିତ କରାଯାଇଥିଲା । ମାଆଙ୍କ ଶେଷ ମଙ୍ଗଳବାର ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁ ଯାତ୍ରା ।
ଏହାମଧ୍ୟ ପଢନ୍ତୁ...ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ - Holi 2024