ଓଡିଶା

odisha

ETV Bharat / state

ରାଜ୍ୟରେ ଚାଲିଛି ବିଜେଡି-ବିଜେପି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ - କଂଗ୍ରେସ ଭାରତ ଯୋଡ ନ୍ୟାୟ ଯାତ୍ରା

Congress Bharat Jodo Nyay Jatra: ଓଡ଼ିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । 'ରାଜ୍ୟରେ ପାର୍ଟନରସିପ ସରକାର ଚାଲିଛି । 30 ଲକ୍ଷ ଲୋକ ରାଜ୍ୟ ବାହାରକୁ ଖଟିବା ପାଇଁ ଯାଉଛନ୍ତି ଆଉ 30 ଜଣ କୋଟିପତି ରାଜ୍ୟକୁ ଲୁଟୁଛନ୍ତି ।' ଆଗକୁ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 7, 2024, 12:10 PM IST

Updated : Feb 7, 2024, 2:10 PM IST

ରାଜ୍ୟରେ ଚାଲିଛି ବିଜେଡି-ବିଜେପି ପାର୍ଟନରସିପ୍ ସରକାର

ରାଉରକେଲା: "ଦେଶରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବିଜେପି ଓ ଆରଏସଏସ । ଯାହାଦ୍ୱାରା ଦେଶର କ୍ଷତି ହେଉଛି । ଯେଉଁଥିପାଇଁ ଆମେ ମିଳିମିଶି ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବା ପାଇଁ ଆସିଛୁ (ନଫରତ କି ବାଜାର ମେଁ ମହବତ୍ କି ଦୁକାନ ଖୋଲନା ହେ) । ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ପାର୍ଟନରସିପ ସରକାର ଚଳାଉଛନ୍ତି ।" ଏଭଳି ଢଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମେଳିରେ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ବିରାଟ ରୋଡ୍ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

ଆଜି ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ରାଉରକେଲାଠାରେ ଏକ ବିଶାଳ ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ଅବସରରେ ସେ କହିଛନ୍ତି," ଦେଶରେ ଯେଉଁଭଳି ଭାବରେ ଘୃଣା ଭାବ ସୃଷ୍ଟି କରାଯାଉଛି ତାହା ବିରୋଧରେ ଗତବର୍ଷ ଆମେ ଭାରତ ଯୋଡ ଯାତ୍ରା କରିଥିଲୁ । ଭାରତ ଯୋଡ ଯାତ୍ରାରେ ବହୁ ଲୋକ କହିଥିଲେ ଯେ ପୂର୍ବରୁ ପଶ୍ଚିମ ଯାଏ ମଧ୍ୟ ଯାତ୍ରା କରିବା ଉଚିତ । ଯେଉଁଥିପାଇଁ ଆମେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛୁ । ଦେଶରେ ବିଜେପି ଓ ଆରଏସଏସ ଘୃଣାଭାବ ସୃଷ୍ଟି କରୁଛନ୍ତି । ଯାହାଦ୍ୱାରା ଦେଶର କ୍ଷତି ହେଉଛି । ଯେଉଁଥିପାଇଁ ଆମେ ମିଳିମିଳି ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବା ପାଇଁ ଆସିଛୁ (ନଫରତ କି ବାଜାର ମେଁ ମହବତ୍ କି ଦୁକାନ ଖୋଲନା ହେ) ।"

ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ରାହୁଲ ଗାନ୍ଧୀ, ବିଶାଳ ରୋଡ ଶୋ ସହ ଜନସାଧାରଣଙ୍କୁ ଦେବେ ଉଦବୋଧନ

ସେ ଆଉ ମଧ୍ୟ କହିଛନ୍ତି," ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ପାର୍ଟନରସିପ ସରକାର ଚଳାଉଛନ୍ତି । 2 ଜଣ ମିଳିମିଶି କାମ କରୁଛନ୍ତି । ମୁଁ ସଂସଦରେ ଦେଖିଛି ଯେ ମୋଦି ଜିଙ୍କ କହିବାରେ ବିଜେଡି ସଦସ୍ୟ ଆମକୁ ହଇରାଣ କରିଥାନ୍ତି । ବିଜେଡି ଓ ବିଜେପିର ଏହି ପାର୍ଟନରସିପ ସହ କେବଳ କଂଗ୍ରେସ ଲଢେଇ କରୁଛି । 30 ଲକ୍ଷ ଲୋକ ଓଡି଼ଶାରୁ ବାହାରକୁ ଯାଇ ବାହାର ରାଜ୍ୟରେ କାମ କରୁଛନ୍ତି । 30 କୋଟିପତି ବାହାରୁ ଓଡ଼ିଶାକୁ ଆସି ଧନ ଲୁଟୁଛନ୍ତି । ଏଠାରେ ବିଜେପି ଓ ବିଜେଡିର ପାର୍ଟନରସିପ ଚାଲିଛି । ଓଡ଼ିଶାରେ ଆଦିବାସୀ, ପଛୁଆ ବର୍ଗ ଓ ଦଳିତମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ।"

ଇଟିଭି ଭାରତ, ରାଉରକେଲା

Last Updated : Feb 7, 2024, 2:10 PM IST

ABOUT THE AUTHOR

...view details