ଓଡିଶା

odisha

ETV Bharat / state

ବୁଲା ଗାଈଗୋରୁ ଦୁର୍ଘଟଣାରୁ ବଞ୍ଚାଇବ ରେଡିୟମ ବ୍ୟାଣ୍ଡ - Radium neck band for cows

Radium neck band For Animals: ବୁଲା ଗାଈଗୋରୁଙ୍କ ସଂଖ୍ୟା ଅସମ୍ଭବ ଭାବେ ବୃଦ୍ଧି ପାଇବା ସହିତ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି l ରାତି ସମୟରେ ଏହି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କିଭଳି ରେଡିୟମ ନେକବ୍ୟାଣ୍ଡର ସହାୟତା ନେଇଛି ହୋପ ସ୍କୋପ ଫିଜିକାଲ ଏକାଡେମୀ, ଆସନ୍ତୁ ଜାଣିବା ।

By ETV Bharat Odisha Team

Published : Apr 11, 2024, 7:30 AM IST

ବୁଲା ଗାଈଗୋରୁଙ୍କୁ ସୁରକ୍ଷା ଦେବ ରେଡ଼ଏମ ବ୍ୟାଣ୍ଡ
ବୁଲା ଗାଈଗୋରୁଙ୍କୁ ସୁରକ୍ଷା ଦେବ ରେଡ଼ଏମ ବ୍ୟାଣ୍ଡ

ବୁଲା ଗାଈଗୋରୁଙ୍କୁ ସୁରକ୍ଷା ଦେବ ରେଡ଼ଏମ ବ୍ୟାଣ୍ଡ

ସମ୍ବଲପୁର: ଗାଈଗୋରୁଙ୍କୁ ରକ୍ଷା କରିବ ରେଡ଼ିୟମ ନେକ ବ୍ୟାଣ୍ଡ । ଚାରଣ ଭୂମି ଏବଂ ପଡ଼ିଆ ଅଭାବରୁ ଗାଈଗୋରୁ ଏଣେତେଣେ ବୁଲିବା ସହିତ ତାଙ୍କ ଯୋଗୁ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହା ଦ୍ୱାରା ଉଭୟ ମଣିଷ ଓ ବୁଲା ଗାଇ ଗୋରୁ ମୃତାହତ ହେଉଛନ୍ତି l ଏହିଭଳି ଦୁର୍ଘଟଣାକୁ ଏଡେଇବା ପାଇଁ ଏକ ଉଦ୍ୟମ ଆରମ୍ଭ କରିଛନ୍ତି ସମ୍ବଲପୁର ସହରର କେତେକ ଅବସରପ୍ରାପ୍ତ ସେନା କର୍ମଚାରୀ l ସେମାନେ ଗାଈଗୋରୁଙ୍କ ବେକରେ ରେଡ଼ିୟମ ଯୁକ୍ତ ନେକ ବ୍ୟାଣ୍ଡ ବାନ୍ଧି ରାତିରେ ହେଉଥିବା ଦୁର୍ଘଟଣାକୁ ଏଡେଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

ଦିନକୁ ଦିନ ସମ୍ବଲପୁର ସହରର ଜନସଂଖ୍ୟା ବୃଦ୍ଧି ପାଇବା ସହିତ ଯାନ ବାହାନ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି l ଅନ୍ୟପଟେ ସହରାଞ୍ଚଳରେ କଂକ୍ରିଟକରଣ ବୃଦ୍ଧି ପାଉଥିବା ବେଳେ ସହରରେ ଚାରଣ ଭୂମି ଓ ଖେଳ ପଡିଆ ହ୍ରାସ ପାଇବାରେ ଲାଗିଛି l ଏଭଳି ପରିସ୍ଥିତିରେ ସହରରେ ବୁଲା ଗାଈଗୋରୁଙ୍କ କୌଣସି ଆଶ୍ରୟସ୍ଥଳୀ ନଥିବା ବେଳେ ସେମାନେ ମୁଖ୍ୟ ସଡ଼କ ଉପରେ ଏଣେ ତେଣେ ଘୁରି ବୁଲୁଛନ୍ତି l ମୁଖ୍ୟତଃ ରାତି ସମୟରେ ଏହି ବୁଲା ଗାଈ ଗୋରୁ ଏଣେ ତେଣେ ବୁଲା ବୁଲି କରୁଥିବାରୁ ଅନ୍ଧାରରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଉଭୟ ମଣିଷ ଓ ଗାଈଗୋରୁ ମୃତାହତ ହେଉଛନ୍ତି l ସମ୍ବଲପୁର ସହରରେ ମାସକୁ ପ୍ରାୟ 200ଟି ଏହିଭଳି ଛୋଟ ବଡ଼ ଦୁର୍ଘଟଣା ହେଉଥିବା ସୂଚନା ରହିଛି l ଏହିଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସମ୍ବଲପୁର ସହରର ହୋପ ସ୍କୋପ ଫିଜିକାଲ ଏକାଡେମୀ ଏକ ନିଆରା ଉଦ୍ୟମ ଆରମ୍ଭ କରିଛି l

ଏହା ମଧ୍ୟ ପଢ଼ନ୍ତୁ.... ନିମାପଡ଼ା ଏନ୍ଏସିରେ ହଜିଯାଇଛି କାଞ୍ଜିଆହୁଦା ଅସ୍ଥିତ୍ଵ, ରାସ୍ତାରେ ବୁଲୁଛନ୍ତି ଗାଈପଲ - STRAY COW MENACE ON NIALI ROAD

ଏହି ଏକାଡେମୀର ସଦସ୍ୟ ମାନେ ରାତି ସମୟରେ ବୁଲା ଗାଈଗୋରୁଙ୍କୁ ଚିହ୍ନଟ କରି ତାଙ୍କ ବେକରେ "ରେଡ଼ିୟମ ଯୁକ୍ତ ନେକ ବ୍ୟାଣ୍ଡ" ବାନ୍ଧୁଛନ୍ତି l ଏହି ବ୍ୟାଣ୍ଡ ଲାଗିଲା ପରେ ଏଥିରେ ଲାଇଟ ପଡିଲେ ଏହା ଚକଚକ କରୁଛି l ଫଳରେ ବାଇକ ଓ କାର ଆରୋହୀ ମାନେ ବୁଲା ଗାଈଗୋରୁ ମାନଙ୍କୁ ଦୂରରୁ ଦେଖିପାରିବେ l ଯାହାଫଳରେ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି lଏହି ଏକାଡେମୀର ସଦସ୍ୟ ମାନେ ସମସ୍ତେ ଅବସର ପ୍ରାପ୍ତ ସେନା କର୍ମଚାରୀ ହୋଇଥିବା ବେଳେ ଏମାନଙ୍କ ଲକ୍ଷ୍ୟ ହେଉଛି ବୁଲା ଗାଈଗୋରୁ ମାନଙ୍କୁ ଦୁର୍ଘଟଣାରୁ ବଞ୍ଚାଇବା ଓ ସଡ଼କ ଦୁର୍ଘଟଣାକୁ ରୋକିବା l ଏହି ସବୁ କାର୍ଯ୍ୟ ଏମାନେ ନିଜ ଖର୍ଚ୍ଚରୁ କରୁଛନ୍ତି । ଏହି ସବୁ ରେଡିୟମ ନେକ ବ୍ୟାଣ୍ଡ ସେମାନେ ନିଜ ଖର୍ଚ୍ଚରେ ଅନଲାଇନରୁ କିଣିଛନ୍ତି l ଏହି ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ଅନୁଷ୍ଠାନର ଏହି ଉଦ୍ୟମକୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details